Before Header

ଭିସୁଟ୍ ଛାତ୍ରୀ ମୃତ୍ୟୁ ରହସ୍ୟ, ଆଜି ହେବ ପ୍ରୀତିମାନଙ୍କ ଲାଏ ଡିଟେକ୍ସନ ଟେଷ୍ଟ

0 23

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଭିସୁଟ୍ ଛାତ୍ରୀ ଚିନ୍ମୟୀଙ୍କ ମୃତ୍ୟୁ ରହସ୍ୟ ଘେରରେ ରହିଛି । ଆଜି ତାଙ୍କ ପୁରୁଷ ବନ୍ଧୁ ପ୍ରୀତିମାନଙ୍କ ଲାଏ ଡିଟେକ୍ସନ୍ ଟେଷ୍ଟ ହେବ । ପ୍ରୀତିମାନଙ୍କ ସହ ମାନସ ଟୁଡୁଙ୍କର ମଧ୍ୟ ଲାଏ ଡିଟେକ୍ସନ ଟେଷ୍ଟ ହେବ । ଲାଇ ଡିଟେକ୍ସନ ଟେଷ୍ଟ ଭୁବନେଶ୍ୱର ଫରେନସିକ ଲ୍ୟାବରେ କରାଯିବ । ଏଥିପାଇଁ ସମ୍ବଲପୁର ପୋଲିସର ଏକ ଟିମ୍ ୨ଜଣଙ୍କୁ ଭୁବନେଶ୍ୱର ଆଣିଛି ।

ସେହିପରି ଅଧିକ ତଦନ୍ତ ପାଇଁ ପୋଲିସର ଆଉ ଦୁଇଟି ଟିମ୍ ବଲାଙ୍ଗିର ଓ ସୋନପୁର ଯିବ ବୋଲି ଜଣାପଡ଼ିଛି । ଏହା ସହ ଚିନ୍ମୟୀଙ୍କ ପୁରୁଷ ବନ୍ଧୁ ପ୍ରୀତିମାନ ପିନ୍ଧିଥିବା ପୋଷାକକୁ ପରୀକ୍ଷା ପାଇଁ ପଠାଇବ ପୋଲିସ । ଚିନ୍ମୟୀଙ୍କ ମୃତ୍ୟୁକୁ ୪ ଦିନ ବିତିଯାଇଥିଲେ ବି ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି । ସେପଟେ ଚିନ୍ମୟୀଙ୍କ ମୃତ୍ୟୁର ତଦନ୍ତ କରୁଥିବା ଟିମ୍ ତାଙ୍କ ଭଡ଼ାଘର ଛାନଭିନ୍ କରିଛି ।

Leave A Reply

Your email address will not be published.