୬ ୱିକେଟରେ ଜିତିଲା ମୁମ୍ବାଇ

ମୁମ୍ବାଇ (ବଡ଼ ଖବର ବ୍ୟୁରୋ): ଆଇପିଏଲ ୨୦୨୩ର ୫୪ତମ ମ୍ୟାଚରେ ରୟାଲ୍ସ ଚ୍ୟାଲେଞ୍ଜର ବାଙ୍ଗାଲୋରକୁ ୬ ୱିକେଟରେ ହରାଇଲା ମୁମ୍ବାଇ ଇଣ୍ଡିଆନ୍ସ । ଏମଆଇ ପକ୍ଷରୁ ଇଶାନ କିଶନ ୪୨ରନ କରିଥିବାବେଳେ ସୂର୍ଯ୍ୟକୁମାର ଯାଦବ ୮୩ ରନ, ନେହାଲ ୱାଧେରା ୫୨ ରନ କରିଥିଲେ । ରୋହିତ ଶର୍ମାଙ୍କ ବ୍ୟକ୍ତିଗତ ବିଫଳତା ଜାରି ରହିଥିବା ସତ୍ତ୍ୱେ ତାଙ୍କ ଦଳ ଷଷ୍ଠ ବିଜୟ ସହିତ ଅଷ୍ଟମ ସ୍ଥାନରୁ ସିଧାସଳଖ ତୃତୀୟ ସ୍ଥାନରେ ପହଞ୍ଚିଛି । ମଙ୍ଗଳବାର ମୁମ୍ବାଇର ଓ୍ବାଙ୍ଖେଡେ ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚରେ ଟସ ଜିତି ଏମଆଇ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା।

ଆରସିବି ଦଳ ଅଧିନାୟକ ଫାପ୍ ଡୁ ପ୍ଲେସିସଙ୍କ ନେତୃତ୍ୱରେ ବ୍ୟାଟିଂ ଆରମ୍ଭ କରିଥିଲା। ୨୦ ଓଭରରେ ଆରସିବି ୬ ଓ୍ବିକେଟ ହରାଇ ୧୯୯ ରନ କରିଥିଲା। ଫଳରେ ଏମଆଇ ପାଇଁ ବିଜୟ ଲକ୍ଷ୍ୟ ୨୦୦ ରନ ରହିଥିଲା। ଆରସିବି ପକ୍ଷରୁ ଫାପ ଡୁ ପ୍ଲେସିସ ୬୫ ରନ କରିଥିବାବେଳେ ଅନୁଜ ରାଓ୍ବତ ରନ ୬ , ଗ୍ଲେନ ମ୍ୟାକ୍ସଓ୍ବେଲ ୬୮ ରନ, ଦିନେଶ କାର୍ତ୍ତିକ ୩୦ ରନ, କେଦାର ଯାଦବ ୧୨ ରନ, ସ୍ବନେନ୍ଦୁ ହାସାରଙ୍ଗା ୧୨ ରନ କରିଥିଲେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’