Masthead

୬ ୱିକେଟରେ ଜିତିଲା ମୁମ୍ବାଇ

ମୁମ୍ବାଇ (ବଡ଼ ଖବର ବ୍ୟୁରୋ): ଆଇପିଏଲ ୨୦୨୩ର ୫୪ତମ ମ୍ୟାଚରେ ରୟାଲ୍ସ ଚ୍ୟାଲେଞ୍ଜର ବାଙ୍ଗାଲୋରକୁ ୬ ୱିକେଟରେ ହରାଇଲା ମୁମ୍ବାଇ ଇଣ୍ଡିଆନ୍ସ । ଏମଆଇ ପକ୍ଷରୁ ଇଶାନ କିଶନ ୪୨ରନ କରିଥିବାବେଳେ ସୂର୍ଯ୍ୟକୁମାର ଯାଦବ ୮୩ ରନ, ନେହାଲ ୱାଧେରା ୫୨ ରନ କରିଥିଲେ । ରୋହିତ ଶର୍ମାଙ୍କ ବ୍ୟକ୍ତିଗତ ବିଫଳତା ଜାରି ରହିଥିବା ସତ୍ତ୍ୱେ ତାଙ୍କ ଦଳ ଷଷ୍ଠ ବିଜୟ ସହିତ ଅଷ୍ଟମ ସ୍ଥାନରୁ ସିଧାସଳଖ ତୃତୀୟ ସ୍ଥାନରେ ପହଞ୍ଚିଛି । ମଙ୍ଗଳବାର ମୁମ୍ବାଇର ଓ୍ବାଙ୍ଖେଡେ ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚରେ ଟସ ଜିତି ଏମଆଇ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା।

ଆରସିବି ଦଳ ଅଧିନାୟକ ଫାପ୍ ଡୁ ପ୍ଲେସିସଙ୍କ ନେତୃତ୍ୱରେ ବ୍ୟାଟିଂ ଆରମ୍ଭ କରିଥିଲା। ୨୦ ଓଭରରେ ଆରସିବି ୬ ଓ୍ବିକେଟ ହରାଇ ୧୯୯ ରନ କରିଥିଲା। ଫଳରେ ଏମଆଇ ପାଇଁ ବିଜୟ ଲକ୍ଷ୍ୟ ୨୦୦ ରନ ରହିଥିଲା। ଆରସିବି ପକ୍ଷରୁ ଫାପ ଡୁ ପ୍ଲେସିସ ୬୫ ରନ କରିଥିବାବେଳେ ଅନୁଜ ରାଓ୍ବତ ରନ ୬ , ଗ୍ଲେନ ମ୍ୟାକ୍ସଓ୍ବେଲ ୬୮ ରନ, ଦିନେଶ କାର୍ତ୍ତିକ ୩୦ ରନ, କେଦାର ଯାଦବ ୧୨ ରନ, ସ୍ବନେନ୍ଦୁ ହାସାରଙ୍ଗା ୧୨ ରନ କରିଥିଲେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ