Masthead

ଧରାପଡ଼ିଲା ମୋଷ୍ଟ ୱାଣ୍ଟେଡ ଆତଙ୍କବାଦୀ ମସୁଦ୍

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଆତଙ୍କୀର ଅନ୍ୟନାମ ପାକିସ୍ତାନ । ସାମ୍ନାକୁ ଆସିଲା ପାକିସ୍ତାନର ସତ । ଆତଙ୍କୀଙ୍କୁ ଦେଉଛି ସୁରକ୍ଷା । ଭାରତରେ କେମିତି ଅଶାନ୍ତି ସୃଷ୍ଟି ହେବ ସେ ନେଇ ଚିନ୍ତା କରେ ପାକିସ୍ତାନ । ପହଲଗାମ୍ ଆକ୍ରମଣ ପରେ ଅପରେସନ୍ ସିନ୍ଦୂର କରି ପାକିସ୍ତାନକୁ କଡ଼ା ଜବାବ ଦେଇଥିଲା ଭାରତ । ଏହାପରେ ବି ଲୁଚି ଛପି ଡ୍ରୋନ ସାହାଯ୍ୟରେ ଭାରତ ଉପରକୁ କରୁଛି ଆକ୍ରମଣ । ଏବେବି ଆତଙ୍କବାଦୀ ସଂଗଠନ ଗୁଡ଼ିକୁ ସୁରକ୍ଷିତ ଆଶ୍ରୟସ୍ଥଳୀ ଯୋଗାଇ ଦେଉଛି ଶତ୍ରୁ ଦେଶ ।

ଜୈଶ-ଏ-ମହମ୍ମଦର ପ୍ରତିଷ୍ଠାତା ମସୁଦ୍ ଆଝାରକୁ ଲୁଚାଇ ରଖିଛି ପାକିସ୍ତାନ । ଆତଙ୍କୀ ଆଡ୍ଡାପଛର ମାଷ୍ଟର ମାଇଣ୍ଡ୍ ହେଉଛି ମସୁଦ୍ ଆଝାର । ଯାହାକୁ ୨୦୧୯ରେ ଜାତିସଂଘ ସୁରକ୍ଷା ପରିସଦ ବିଶ୍ୱସ୍ତରୀୟ ଆତଙ୍କବାଦୀ ଭାବେ ଘୋଷଣା କରିଥିଲା । ୨୦୦୧ ଭାରତୀୟ ସଂସଦ ଆକ୍ରମଣ, ୨୦୧୬ ପଠାନକୋଟ ବାୟୁସେନା ଘାଟି ଆକ୍ରମଣ, ୨୦୧୯ ପୁଲୱାମା ଆକ୍ରମଣ ଭଳି ଆନକ ବଡ଼ ଆତଙ୍କବାଦୀ ଆକ୍ରମଣ ପଛରେ ଜୈଶ-ଏ-ମହମ୍ମଦର ହାତ ରହିଛି । ଖାଲି ସେତିକି ନୁହେଁ ପହଲଗାମ୍ ଆକ୍ରମଣରେ ବି ତାର ହାତ ଥିବା ସ୍ପଷ୍ଟ ହୋଇଛି । ଜମ୍ମୁ ଓ କାଶ୍ମୀରକୁ ଭାରତ ଠାରୁ ଅଲଗା କରି ପାକିସ୍ତାନରେ ମିଶାଇବା ମସୁଦ୍ ଆଝାର ଆତଙ୍କୀ ସଂଗଠନର ମୁଖ୍ୟ ଉଦେ୍ଦଶ୍ୟ । ଅପରେସନ ସିନ୍ଦୂରରେ ଭାରତ, ପାକିସ୍ତାନର ପ୍ରାୟ ୯ଟି ଆତଙ୍କୀ ଆଡ୍ଡାକୁ ଧ୍ୱଂସ କରିଦେଇଥିଲା । ଏହାପରେ ଚର୍ଚ୍ଚା ହୋଇଥିଲା କି ମସୁଦ୍ କେଉଁଠାରେ ଲୁଚିଛି । କିନ୍ତୁ ସେତେବେଳେ ମସୁଦ୍ର କୌଣସି ସୂଚନା ମିଳିପାରିନଥିଲା । କିନ୍ତୁ ଏବେ ମସୁଦ ଆଝାର୍ର ସତ ପଦାରେ ପଡ଼ିଛି ।

ପାକିସ୍ତାନ ଅଧିକୃତ କାଶ୍ମୀର ବା ପିଓକେର ଗିଲଗିଟ-ବେଲୁଚିସ୍ତାନ ଅଞ୍ଚଳରେ ମୋଷ୍ଟ ୱାଣ୍ଟେଡ଼୍ ଆତଙ୍କୀ ମସୁଦ୍ ଆଝାର୍ କୁ ଦେଖିବାକୁ ମିଳିଥିଲା । ତେବେ ଆଝାରର ପାରମ୍ପରିକ ଠିକଣା ହେଉଛି ବାହାୱଲପୁରରୁ ପ୍ରାୟ ୧ହଜାର କିଲୋମିଟର ଦୂରରେ । ଭାରତୀୟ ଗୁଇନ୍ଦା ରିପୋର୍ଟରୁ ମସୁଦ ଆଝାରର ସନ୍ଧାନ ମିଳିବାପରେ ପାକିସ୍ତାନର ଆତଙ୍କବାଦ ପ୍ରତି ଥିବା ଆଭିମୁଖ୍ୟ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଅନ୍ତର୍ଜାତୀୟ ସ୍ତରରେ ଚାପ ସତ୍ତ୍ୱେ ବି ପାକିସ୍ତାନ କ’ଣ ପାଇଁ ସୁରକ୍ଷା ବଳୟ ଭିତରେ ଲୁଚାଇ ରଖୁଛି ଆତଙ୍କବାଦୀମାନଙ୍କୁ । ପାକିସ୍ତାନ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛି ଭାରତ ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ