Masthead

ଗଛରେ ମଞ୍ଚାବାନ୍ଧି ରହୁଛନ୍ତି କରୋନାରେ ଆକ୍ରାନ୍ତ ହୋଇଥିବା ନାବାଳକ

ହାଇଦ୍ରାବାଦ(ବଡ଼ ଖବର ବ୍ୟୁରୋ): ଅଦୃଶ୍ୟ ଭୂତାଣୁ କରୋନା କେତେ ଭୟଙ୍କର କାହାକୁ ଅଛପା ନାହିଁ । ଏଥିରୁ ମୁକ୍ତି ପାଇବା ପାଇଁ ଲୋକମାନେ ସରକାରଙ୍କ ଗାଇଡ ଲାଇନକୁ ଅଧିକ ପ୍ରାଧାନ୍ୟ ଦେଉଛନ୍ତି । ସରକାରୀ ନିୟମ ପାଳନ ପାଇଁ ଲୋକମାନେ ଭିନ୍ନ ତରିକା ଅବଲମ୍ବନ କରୁଛନ୍ତି । ତେଲେଙ୍ଗାର ଆଦିବାସୀ ଅଧ୍ୟୁଷିତ ଇଲାକାରେ ଜଣେ କରୋନା ପଜିଟିଭ ନାବଳକଙ୍କ ସଂଗରୋଧର ଚିତ୍ର ସମସ୍ତଙ୍କୁ ଚକିତ କରିଦେଇଛି । ଗଛରେ ମଞ୍ଚାବାନ୍ଧି ବସିଥିବା ନାବାଳକ ଜଣକ କରୋନା ପଜିଟିଭ ।

ସେ ପଜିଟିଭ ଚିହ୍ନଟ ହେବା ପରେ ହୋମ ଆଇସୋଲେସନ୍ରେ ନରହି ସିଧା ଗଛରେ ଚଢିଯାଇଥିଲେ । ଆଉ ଗଛରେ ମଞ୍ଚାବାନ୍ଧି ସେଠାରେ ଦିନରାତି ରହୁଛନ୍ତି । ସ୍ୱଚ୍ଛ ପବନ ପାଉଛନ୍ତି, କାହା ସଂସ୍ପର୍ଶରେ ଆସୁନଥିବାରୁ ସଂକ୍ରମଣ ରୋକିବାରେ ମୁଖ୍ୟ ଭୂମିକା ମଧ୍ୟ ତୁଲାଉଛନ୍ତି । ଉକ୍ତ ବାଳକଙ୍କ ଏଭଳି ପ୍ରୟାସକୁ ବିଭିନ୍ନ ମହଲରୁ ପ୍ରଶାଂସା କରାଯାଉଛି । ତେଲେଙ୍ଗାନାର ନାଲକୋଣ୍ଡା ଜିଲ୍ଲା କୋଥାନାଣ୍ଡିକୋଣ୍ଡା ଏକ ପଡ଼ା ଗାଁ । ଏହି ଗାଁର ୧୮ବର୍ଷର ଯୁବକ ରାମଭକ୍ତ ଶିବ ନାୟକ । ରାମଭକ୍ତ ଅସୁସ୍ଥ ହେବାରୁ ସେ ମେ’ ୪ରେ ସ୍ଥାନୀୟ ଡାକ୍ତରଖାନାରେ କୋଭିଡ୍ ଟେଷ୍ଟ କରାଇଥିଲେ । ଆସିଥିଳା ପଜିଟିଭ ରିପୋର୍ଟ । ଡାକ୍ତର କିଛି ଔଷଧ ଦେଇ ରାମଭକ୍ତଙ୍କୁ ହୋମ ଆଇସୋଲେସନରେ ରହିବାକୁ ପରାମର୍ଶ ଦେଇଥିଲେ । ଚିନ୍ତାରେ ପଡିଯାଇଥିଲେ ରାମଭକ୍ତଙ୍କ ପରିବାର ।

ଗୋଟିଏ ବଖରାରେ ବାପା, ମାଆ, ଭଉଣୀ, ଭାଇ ଓ ରାମଭକ୍ତ ରୁହନ୍ତି । ଆଉ ଘର ନଥିବାରୁ ବାଧ୍ୟ ହୋଇ ରାମଭକ୍ତ ଘରଆଗରେ ଥିବା ଖେଶଲା ଜାଗାରେ ଗୋଟିଏ ଦିନ ଏକୁଟିଆ ରହିଥିଲେ । ପରେ ତାଙ୍କ ମନକୁ ଏକ ଆଇଡିଆ ଆସିଲା । ଘରଠାରୁ ୭କିଲୋମିଟର ଦୂରରେ ଗଛରେ ଏକ ମଞ୍ଚାବାନ୍ଧି ରହିବାକୁ ଯୋଜନା କଲେ । ସେୟାହିଁ କଲେ । ଗଛର ଡାଳକାଟି ବାଉଁଶ ଓ ରସିବାନ୍ଧି ରାମଭକ୍ତ ତିଆରି କଲେ ମଞ୍ଚା । ସେଠାରେ ସେ ୧୧ ଦିନ ରହିଥିଲେ । ମଞ୍ଚାରେ ବସି ସେ ଭଲ ବହି ପଢିବା ସହ ସୁନ୍ଦର ସୁନ୍ଦର ସଂଗୀତ ଶୁଣୁଥିଲେ । ଦ୍ୱିତୀୟବାର ପରୀକ୍ଷା ପରେ ଏବେ କରୋନା ମୁକ୍ତବୋଲି ଜଣାପଡିବାରୁ ରାମଭକ୍ତ ଘରକୁ ଫେରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା