Masthead

ଶରୀରକୁ ସୁସ୍ଥ ରଖିବାର ଉପାୟ: ସଜନା ଶାଗ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ):ଶରୀରକୁ ସଦା ସୁସ୍ଥ ରଖିବା ନିହାତି ଜରୁରି । କିନ୍ତୁ ଆଜିର ବ୍ୟସ୍ତବହୁଳ ଜିବନରେ ଆମେ ସଠିକ ଭାବେ ଆମ ଶରୀରର ଜତ୍ନ ନେଉ ନାହାନ୍ତି । ଯଦି ଶରୀରରେ ରକ୍ତର ପରିମାଣ କମ ହୁଏ ତେବେ ଖୁବ ସହଜରେ ଆମକୁ ଅନେକ ରୋଗ ଆକ୍ରାନ୍ତ କରିଥାଏ ।

ମନୁଷ୍ୟ ଶରୀରକୁ ସୁସ୍ଥ ରଖିବା ପାଇଁ ଅନେକ ପନିପରିବା, ଫଳମୁଳ ଖାଇଥାଏ । ସିଏ ସଜନା ଛୁଇଁ ହେଉ କି ସଜନା ଶାଗ ଉଭୟ ଆମ ଶରୀର ପାଇଁ ବହୁ ଫଳପ୍ରଦ । ପ୍ରତ୍ର୍ୟେକ ଶାଗରେ କିଛି ନା କିଛି ଔଷଧୀୟ ଗୁଣ ରହିଛି । ଆୟୁର୍ବେଦିକ ଔଷଧ ତିଆରିରେ ଅନେକ ଫଳ, ପତ୍ର, ଫୁଲ ବ୍ୟବହାର କରାଯାଏ । ବର୍ତ୍ତମାନ ସମୟରେ ସଜନା ଶାଗଟି ସବୁଠାରୁ ଅଧିକ ସ୍ୱାସ୍ଥ୍ୟକର ଖାଦ୍ୟରେ ସାମିଲ ହୋଇଛି । କୋଭିଡ ସମୟରେ ମଧ୍ୟ ଲୋକମାନେ ଇମୁ୍ୟନିଟି ପାୱାର ବୃଦ୍ଧି ପାଇଁ ଅଧିକ ମାତ୍ରାରେ ଖାଉଥିଲେ ।

ସଜନା ଶାଗ ଓ ଛୁଇଁ ରେ ଭରପୂର ପ୍ରଟିନ, କ୍ୟାଲସିୟମ୍, ଆଇରନ, ଅମିନୋ ଏସିଡ, ଭିଟାମିନ ଏ ବଂ ସି ରହିଛି । ତେଣୁ ବର୍ଷା ଦିନେ ସଜନା ଛୁଇଁ ଏବଂ ଶାଗ ଖାଇବା ସ୍ୱାସ୍ଥ୍ୟ ପ୍ରତି ଫଳପ୍ରଦ । ଏଥିରେ ମଧ୍ୟ ଆଣ୍ଟିଫଙ୍ଗଲ, ଆଣ୍ଟିଭାଇରାଲ, ଏବଂ ଆଣ୍ଟିଡ୍ରିପ୍ରେସେଣ୍ଟ ଗୁଣ ରହିଛି । ପତ୍ରଠାରୁ ନେଇ ଫଳ ପର୍ଯ୍ୟନ୍ତ ଏହାର ପ୍ରତ୍ୟେକ ଅଂଶ ରେ ଔଷଧ ଲୁଚି ରହିଛି । ଆପଣ ବି ଏହାର ଫାଇଦା ଉଠାଇ ପାରିବେ । ଡାଇବେଟିସ, କ୍ୟାନସର, ହାର୍ଟ, ଚକ୍ଷୁ ରୋଗ ଏବଂ ଗଣ୍ଠି ରୋଗ ଭଳି ଅନେକ ଗମ୍ଭୀର ରୋଗର ମାତ୍ରାକୁ କମାଇବାର ଶକ୍ତି ଅଛି । ସୁସ୍ଥ ରହିବା ପାଇଁ ଆପଣବି ନିଜ ହେଲଦି ଫୁଡରେ ଏହାକୁ ସାମିଲ କରନ୍ତୁ ଏବଂ ସୁସ୍ଥ ରୁହନ୍ତୁ ।

 

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା