Masthead

ଝିଅର ଶବ ସହ ରହୁଥିଲା ମା’

କୋଲକାତା(ବଡ଼ ଖବର ବ୍ୟୁରୋ): ଝିଅର ଶବ ସହ ରହୁଥିଲା ମା’ । ଜାଣିପାରିନଥିଲେ ପଡୋଶୀ । ଏଭଳି ଏକ ଘଟଣା ସାମ୍ନାକୁ ଆସିଛି କୋଲକାତାର ବିଜୟଗଡରୁ । ପ୍ରାୟ ୩ ଦିନ ଯାଏ ଜଣେ ମହିଳା ମୃତ ଝିଅ ସହ ରହୁଥିଲେ। ଖାଦ୍ୟ ଡେଲିଭରି କରିବାକୁ ଆସିଥିବା ଫୁଡ୍‌ ଡେଲିଭରି ବଏ ଫ୍ଲାଟ୍‌ରୁ ଦୁର୍ଗନ୍ଧ ବାହାରୁଥିବା ସନ୍ଦେହ କରି ପୋଲିସ୍‌କୁ ଜଣାଇବା ପରେ ଘଟଣା ସାମ୍ନାକୁ ଆସିଥିଲା । ସୂଚନା ଅନୁସାରେ, ଡେଲିଭରି ବଏ ବିଜୟଗଡ଼ ଅଞ୍ଚଳରେ ଥିବା ଏକ ରେସିଡେନ୍ସିଆଲ୍‌ ବିଲ୍ଡିଂକୁ ଫୁଡ୍‌ ଡେଲିଭରି କରିବାକୁ ଆସିଥିଲେ।

ଏହି ସମୟରେ ଫ୍ଲାଟ୍‌ର ଦ୍ୱିତୀୟ ମହଲାରୁ ଦୁର୍ଗନ୍ଧ ବାହାରୁଥିବା ସନ୍ଦେହ କରି ସେ ପଡ଼ୋଶୀଙ୍କୁ ଜଣାଇଥିଲେ। ଖବରପାଇ ପୋଲିସ୍‌ ଘଟଣାସ୍ଥଳରେ ପହଞ୍ଚି କବାଟ ଭାଙ୍ଗି ଥିଲେ। ମାଆ ଦୀପ୍ତି ବାସୁ ମୃତ ଝିଅ ସଞ୍ଚିତା ବାସୁଙ୍କ ଶବ ପାଖରେ ବସିଥିବା ଦେଖିବାକୁ ମିଳିଥିଲା। ପୋଲିସ୍‌ ମୃତଦେହ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ ପଠାଇ ଘଟଣାର ତଦନ୍ତ ଚଳାଇଛି। ତେବେ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି। ପୋଲିସ୍‌ ସୂଚନା ଅନୁସାରେ, ମହିଳା ଜଣକ ତାଙ୍କ ମା’ଙ୍କ ସହ ରହୁଥିଲେ ଓ ଉଭୟ ମାନସିକ ବିକାରଗ୍ରସ୍ତ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ