Masthead

ଜଳିଗଲା ଲୁଗା ଶୋ ରୁମ, ନଥିଲା ଫାୟାର ସେଫ୍ଟି

ଅନୁଗୁଳ(ବଡ଼ ଖବର ବ୍ୟୁରୋ): ଜଳିଗଲା ଲୁଗା ଶୋ ରୁମ । ନଥିଲା ଫାୟାର ସେଫ୍ଟି ଅନୁମତି । ଅନୁଗୁଳ ବଜାର ଭିତରେ ଥିବା ମଙ୍ଗଲମ ନାମକ ଏକ ଲୁଗା ଶୋ ରୁମରେ ଭୟାବହ ଅଗ୍ନିକାଣ୍ଡ । ଶୋ ରୁମ ସାମ୍ନାରେ ଥିବା ଏକ ଇଲେକ୍ଟ୍ରି ପୋଲରେ ହଠାତ ସର୍ଟ ସାର୍କିଟ ହୋଇଥିଲା । ପ୍ରଥମେ ଶୋ ରୁମରେ ସାମ୍ନାରେ ଥିବା ଏକ ଫ୍ଲେକ ଓ ଦୁଇଟି ମୋଟରସାଇକେଳରେ ନିଆଁ ଲାଗିଥିଲା ।

ପରେ ଶୋ ରୁମ ଭିତରକୁ ନିଆଁ ବ୍ୟାପି ଥିଲା । ଖବର ପାଇ ଅନୁଗୁଳର ଦୁଇଟି ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ କରିବାକୁ ଚେଷ୍ଟା କରିଥିଲେ । ପରବର୍ତ୍ତୀ ସମୟରେ ନାଲକୋ ଓ ଜେଏସପିଏଲର ଆଉ ଦୁଇଟି ଗାଡି ଆସି ନିଆଁ କୁ ଆୟତ କରିଥିଲେ । ତେବେ ଅଗ୍ନିକାଣ୍ଡରେ ଦୁଇଟି ମୋଟରସାଇକେଲ ସମେତ ଲୁଗା ଦୋକାନଟି ସମ୍ପୂର୍ଣ୍ଣ ପୋଡି ନଷ୍ଟ ହୋଇ ଯାଇଛି । ପ୍ରାୟ ୩୦ ଲକ୍ଷର କ୍ଷୟକ୍ଷତି ହୋଇଥିବା ଆକଳନ କରାଯାଉଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ