Masthead

ପୁଅକୁ ମାରି ପୋତିଦେଲା ବାପା

ବାଲିଗୁଡ଼ା(ବଡ଼ ଖବର ବ୍ୟୁରୋ): ନୃଶଂସ ବାପାର ଅମାନବିକ କାଣ୍ଡ । ପୁଅ ହେଲାନି ନିଜର । ଜନ୍ମକଲା ପୁଅକୁ ମାରି ପୋତିଦେଲା ବାପା । କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ପରମପଙ୍ଗା ପଞ୍ଚାୟତର ପାଙ୍ଗୁରୁମିଲା ଗାଁରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଘଟଣା । ନିଜ ପୁଅକୁ ମାରି ପୋତିଦେଇଛି ବାପା । ଏନେଇ ପରମପଙ୍ଗା ସରପଞ୍ଚ ରମେଶ ମଲ୍ଲିକ ବାଲିଗୁଡ଼ା ଥାନାରେ ଅଭିଯୋଗ କରିବା ପରେ ବାଲିଗୁଡ଼ା ପୋଲିସ ଘଟଣା ସ୍ଥଳରେ ପହଂଚି ଶବ ଉଦ୍ଧାର କରିବା ସହ ହତ୍ୟାକାରୀ ବାପାକୁ ଗିରଫ କରିଛି । ପାଙ୍ଗୁରୁମିଲା ଗାଁ ର ବାପ ଭୁସ୍କର ପୂଜାରୀ ଓ ପୁଅ ଚୈତନ୍ୟ ପୂଜାରୀ ମଧ୍ୟରେ କୌଣଶି କାରଣରୁ ବଚସା ଲାଗି ରହିଥିଲା ।

ବାଲିଗୁଡ଼ା ପୋଲିସ ଘଟଣାର ତଦନ୍ତ କରି ଗତକାଲି ଭୁସ୍କରଙ୍କ ସହ ତାଙ୍କର ଦୁଇ ପୁଅକୁ ଥାନାକୁ ଆଣି ଅଟକ ରଖିଥିଲା। ଭୁସ୍କରଙ୍କୁ ପଚରାଉଚରା କରିବା ପରେ ହତ୍ୟାକାଣ୍ଡ ସମ୍ପର୍କରେ ଜଣାପଡିଥିଲା। ଆଜି ବାଲିଗୁଡା ପୁଲିସ ହତ୍ୟାକାରୀ ବାପାକୁ ଘଟଣାସ୍ଥଳକୁ ନେଇ ମାଜିଷ୍ଟ୍ରେଟ ଶଶାଙ୍କ ପାତ୍ରଙ୍କ ଉପସ୍ଥିତିରେ ଶବକୁ ଖୋଳି ବାହାର କରିଥିଲା। ଚୈତନ୍ୟ ମଦ ପିଇ ପରିବାର ଲୋକଙ୍କୁ ଖୁବ୍‌ ହଇରାଣ କରୁଥିଲା । ଏହା ଅସହ୍ୟ ହେବାକୁ ଭୁସ୍କର ଏଭଳି ଚରମ ନିଷ୍ପତ୍ତି ନେଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।

ସେପଟେ ହତ୍ୟାକାରୀ ଭୁସ୍କର ପୂଜାରୀ କହିଛନ୍ତି, ମୁଁ ପୁଅକୁ ହତ୍ୟା କରିନାହିଁ। ସେ ଗଛରେ ଦଉଡି ଦେଇ ଆତ୍ମହତ୍ୟା କରିଛି। ଆତ୍ମହତ୍ୟା କରିବା ପରେ ମୁଁ ତାକୁ ନିଜେ ଗାତ ଖୋଳି ପୋତିଦେଇଥିଲି। ମୁଁ ଏହି ବିଷୟରେ ମୋ ପରିବାର ଲୋକଙ୍କୁ କିଛି କହିନାହିଁ।

 

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି