Masthead

ଘୁଞ୍ଚିଲା ଟୋଲଗେଟ୍ ନିୟମ

ପିପିଲି(ବଡ଼ ଖବର ବ୍ୟୁରୋ): ଫେବୃଆରୀ ୧୫କୁ ଘୁଞ୍ଚିଲା ଟୋଲଗେଟ୍ ନିୟମ । ଟୋଲ ପ୍ଲାଜାରେ ଫାଷ୍ଟଟାଗ ବ୍ୟବହାରକୁ କଡାକଡି କରାଯିବ । ଜାନୁଆରୀ ୧ରୁ ବିଭିନ୍ନ ଅଂଚଳରେ ଟୋଲଗେଟ୍ଗୁଡିକରେ ଗାଡି ଚାଳକଙ୍କଠୁ ଟୋଲ ଫିସ ବାବଦରେ ଆଉ ଟଙ୍କା ଗ୍ରହଣ କରାଯିବ ନାହିଁ । ଟଙ୍କା ବଦଳରେ ଗାଡିରେ ଲାଗିଥିବା ଫାଷ୍ଟଟାଗରୁ ଟୋଲ ଫିସ ଆଦାୟ କରାଯିବା ପାଇଁ ନିଷ୍ପତ୍ତି ଗ୍ରହଣ କରିଥିଲେ କେନ୍ଦ୍ର ସରକାର । ଏହାକୁ ଆସନ୍ତା ଫେବୃଆରୀ ୧୫ ତାରିଖକୁ ଘୁଂଚାଇ ଦିଆଯାଇଛି । ବିଭିନ୍ନ ଟୋଲ ପ୍ଲାଜାରେ ଗାଡି ମାଲିକଙ୍କର ଗହଳି ଲାଗିଛି ଫାଷ୍ଟଟାଗ କରିବା ପାଇଁ । ଫାଷ୍ଟଟାଗ ଯୋଗୁଁ ଟୋଲ ପ୍ଲାଜାରେ ଟ୍ରାଫିକ ଭଳି ସମସ୍ୟା ଦୂର ହେବା ସହ ଖୁବ ଅଳ୍ପ ସମୟ ମଧ୍ୟରେ ଗାଡି ଟୋଲଗେଟ୍ରୁ ଯାତାୟାତ କରିପାରିବ ବୋଲି ଟୋଲଗେଟ୍ ଦାୟିତ୍ୱରେ ଥିବା ମ୍ୟାନେଜର କହିଛନ୍ତି । ପୂର୍ବରୁ ଏଭଳି ବ୍ୟବସ୍ଥା ଲାଗୁ କରାଯାଇଥିଲା । କରୋନା ପାଇଁ ଏହାକୁ ସାମୟିକ ଭାବେ ବନ୍ଦ କରାଯାଇଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ