Masthead

ହାଇଦ୍ରାବାଦରେ ଦ୍ୱିତୀୟ ଦିନରେ ଦମ୍ ଦେଖାଇଲା ଭାରତ, ଇଂଲଣ୍ଡ ଠାରୁ ୧୭୫ ରନ୍‌ରେ ଆଗୁଆ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଭାରତ ଓ ଇଂଲଣ୍ଡ ମଧ୍ୟରେ ଚାଲିଥିବା ଟେଷ୍ଟ ମ୍ୟାଚରେ ୪୦୦ ଅତିକ୍ରମ କଲା ଭାରତ । ହାଇଦ୍ରାବାଦ୍‌ସ୍ଥିତ ରାଜୀବ ଗାନ୍ଧୀ ଅର୍ନ୍ତାତୀୟ ଷ୍ଟାଡିୟମ୍‌ରେ ପ୍ରଥମ ଟେଷ୍ଟ ମ୍ୟାଚ୍‌ ଜାରି ରହିଛି। ଦ୍ବିତୀୟ ଦିନ ଖେଳ ଶେଷ ସୁଦ୍ଧା ଭାରତର ସ୍କୋର ୭ ୱିକେଟ୍‌ ବିନିମୟରେ ୪୨୧ ରନ୍‌ରେ ପହଞ୍ଚିଛି। ଏଥି ସହିତ ଇଂଲଣ୍ଡ ବିପକ୍ଷରେ ଭାରତ ୧୭୫ ରନ୍‌ରେ ଅଗୁଆ ରହିଛି। ଅଲରାଉଣ୍ଡର ରବୀନ୍ଦ୍ର ଜାଦେଜା ଓ ଅକ୍ଷର ପଟେଲ ଅପରାଜିତ ଅଛନ୍ତି। ରବୀନ୍ଦ୍ର ଜାଦେଜା ୭ଟି ଚୌକା ଓ ୨ଟି ଛକା ବଳରେ ୮୧ ରନ୍‌ ସଂଗ୍ରହ କରିଛନ୍ତି। ଅକ୍ଷର ପଟେଲ ୫ଟି ଚୌକା ଓ ଗୋଟିଏ ଛକା ବଳରେ ୩୫ ରନ୍‌ କରିଛନ୍ତି। ଆଜି ମୁକାବିଲାର ତୃତୀୟ ଦିନ ।

ମୁକାବିଲାର ପ୍ରଥମ ଦିନ ଗୁରୁବାରରେ ଭାରତ ଗୋଟିଏ ୱିକେଟ ହରାଇ ୧୧୯ ରନ୍‌ ସଂଗ୍ରହ କରିଥିଲା। ଅଧିନାୟକ ରୋହିତ ଶର୍ମା ୨୪ ରନ୍‌ ସଂଗ୍ରହ କରି ଆଉଟ୍‌ ହୋଇଥିଲେ।ଶୁକ୍ରବାର ଦ୍ବିତୀୟ ଦିନରେ ଯଶସ୍ବୀ ଜୟସ୍ବାଲ ୭୪ଟି ବଲ୍‌ ଖେଳି ୧୦ଟି ଚୌକା ଓ ୩ଟି ଛକା ସହାୟତାରେ ୮୦ ରନ୍‌ ସଂଗ୍ରହ କରିଥିଲେ। ସେହିପରି ଶୁବମନ ଗିଲ ୬୬ ବଲ୍‌ ଖେଳି ୨୩ ରନ୍‌ ସଂଗ୍ରହ କରିଥିଲେ। କେଏଲ୍‌ ରାହୁଲ ୮୬ ରନ୍‌, ଶ୍ରେୟସ ଆୟର ୩୫ ରନ୍‌ ଓ ଶ୍ରୀକର ଭରତ ୪୧ ରନ୍‌ ସଂଗ୍ରହ କରି ଆଉଟ୍‌ ହୋଇଥିଲେ।ଏହି ମ୍ୟାଚରେ ଇଂଲଣ୍ଡ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । କିନ୍ତୁ ଟିମ୍ ଇଣ୍ଡିଆର ସ୍ପିନ୍ ଆଟାକ୍ ଇଂଲଣ୍ଡର ବ୍ୟାଟିଂ ଆକ୍ରମଣକୁ ବିଫଳ କରିଦେଇଥିଲା । ତେବେ ଅଧିନାୟକ ବେନ୍ ଷ୍ଟୋକ୍ସ ଏକାକୀ ବୋଲରଙ୍କ ସାମ୍ନା କରି ଅର୍ଦ୍ଧଶତକ ହାସଲ କରିଥିଲେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼