Masthead

ଟିକିଏ ରିଲାକ୍ସ ଲାଗୁଛି: ଅନୁଭବ ମହାନ୍ତି

କଟକ (ବଡ଼ ଖବର ବ୍ୟୁରୋ): ବିଳମ୍ବରେ ହେଉ ପଛେ ନ୍ୟାୟ ମିଳିଛି । ମୁଁ ହାଇକୋର୍ଟଙ୍କୁ ଧନ୍ୟବାଦ ଜଣାଉଛି । ବିବାହ ବିଚ୍ଛେଦ ପାଇଁ ରାୟ ଆସିବାପରେ କିଛି ଏଭଳି କହିଛନ୍ତି ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି । ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଅନୁଭବ କହିଛନ୍ତି ବିଳମ୍ବରେ ହେଉ ପଛେ ନ୍ୟାୟ ମିଳିଥିବା କହିଛନ୍ତି ଅନୁଭବ । ଯେଉଁ ଅପେକ୍ଷା ଥିଲା, ତାହା ପୂରଣ ହୋଇଛି । ପୂର୍ବ ଅପେକ୍ଷା ଏବେ ଟିକିଏ ରିଲାକ୍ସ ଲାଗୁଛି । ଦ୍ୱିତୀୟ ବିବାହ କଥା ଚିନ୍ତା କରିନି । ବାପାଙ୍କ ଦେହ ଅସୁସ୍ଥ ଅଛି । ତେଣୁ ବାପା ସୁସ୍ଥ ହେବା ପରେ ପରିବାର ଲୋକେ ଯାହା ନିଷ୍ପତ୍ତି ନେବେ, ତାହା କରିବେ ।

କେନ୍ଦ୍ରାପଡା ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତିଙ୍କ ପାରିବାରିକ ମାମଲାକୁ ନେଇ ଅନେକ ଚର୍ଚ୍ଚା ଦେଖାଦେଇଥିଲା। ଅଭିନେତ୍ରୀ ତଥା ପତ୍ନୀ ବର୍ଷା ପ୍ରିୟଦର୍ଶନୀଙ୍କ ସହ କଳହ ଓ ବିବାଦ ଦେଖା ଦେଇଥିଲା। ଫଳରେ ଉଭୟ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ବିବାହ ବିଚ୍ଛେଦ ପାଇଁ ହାଇକୋର୍ଟ ଅନୁମତି ଦେଇଛନ୍ତି । ଅନୁଭବଙ୍କ ଆବେଦନ ଆଧାରରେ ହାଇକୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି। ଏହା ସହିତ ପରିବାର ଅଦାଲତଙ୍କ ରାୟକୁ ମଧ୍ୟ ହାଇକୋର୍ଟଙ୍କ ଖାରଜ କରିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୪୪ଟି ତହସିଲରେ ଜମି କିଣାବିକା 🔴 ଭେଙ୍କେଟେଶ୍ବର ସ୍ବାମୀ ମନ୍ଦିରରେ ଦଳାଚକଟା, ୯ ମୃତ୍ୟୁ 🔴 ଆସୁଛି ଆଉ ଏକ ଲଘୁଚାପ 🔴 ଛାତ୍ରୀଙ୍କୁ ଅସଦାଚରଣ, ଧାରଣାରେ ଛାତ୍ରଛାତ୍ରୀ 🔴 ନଭେମ୍ବରରେ ରାଜ୍ୟରେ ହେବ କମ୍‌ ଶୀତ  🔴 ଆଜିଠୁ ପୁଣି ଖୋଲିବ ସୁଭଦ୍ରା ପୋର୍ଟାଲ 🔴 ଓଡ଼ିଆଣୀ ବେଶରେ ଦର୍ଶନ ଦେଉଛନ୍ତି ରାଧାରାଣୀ 🔴 SI ପରୀକ୍ଷା କେଳେଙ୍କାରୀ, ଜେଲ୍‌ରୁ ବାହାରିଲେ ୧୧୪ ଆଶାୟୀ 🔴 ୫୧ ଜଣ ମାଓବାଦୀଙ୍କ ଆତ୍ମସମର୍ପଣ 🔴 କରଞ୍ଜିଆରେ ବାଘ ଆତଙ୍କ 🔴 ୪୪ଟି ତହସିଲରେ ଜମି କିଣାବିକା 🔴 ଭେଙ୍କେଟେଶ୍ବର ସ୍ବାମୀ ମନ୍ଦିରରେ ଦଳାଚକଟା, ୯ ମୃତ୍ୟୁ 🔴 ଆସୁଛି ଆଉ ଏକ ଲଘୁଚାପ 🔴 ଛାତ୍ରୀଙ୍କୁ ଅସଦାଚରଣ, ଧାରଣାରେ ଛାତ୍ରଛାତ୍ରୀ 🔴 ନଭେମ୍ବରରେ ରାଜ୍ୟରେ ହେବ କମ୍‌ ଶୀତ  🔴 ଆଜିଠୁ ପୁଣି ଖୋଲିବ ସୁଭଦ୍ରା ପୋର୍ଟାଲ 🔴 ଓଡ଼ିଆଣୀ ବେଶରେ ଦର୍ଶନ ଦେଉଛନ୍ତି ରାଧାରାଣୀ 🔴 SI ପରୀକ୍ଷା କେଳେଙ୍କାରୀ, ଜେଲ୍‌ରୁ ବାହାରିଲେ ୧୧୪ ଆଶାୟୀ 🔴 ୫୧ ଜଣ ମାଓବାଦୀଙ୍କ ଆତ୍ମସମର୍ପଣ 🔴 କରଞ୍ଜିଆରେ ବାଘ ଆତଙ୍କ