Masthead

ଅଜୟ କୁମାର ଓଡ଼ିଶା ପିସିସିର ନୂଆ ପ୍ରଭାରୀ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ତିନି ରାଜ୍ୟରେ ପରାଜୟ ପରେ କଂଗ୍ରେସରେ ବଡ ପରିବର୍ତନ । ଓଡିଶା ସମେତ ବଦଳିଛନ୍ତି ବିଭିନ୍ନ ରାଜ୍ୟର ପ୍ରଭାରୀ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ନିଜ ଟିମର ରୂପରେଖ ବଦଳାଇବା ସହ ୧୨ ନୂଆ ମହାସଚିବ ଏବଂ ୧୨ ନୂଆ ପ୍ରଦେଶ ପ୍ରଭାରୀ ନିଯୁକ୍ତ କରିଛନ୍ତି । ରାଜସ୍ଥାନର ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ସଚିନ ପାଇଲଟଙ୍କୁ ଦଳର ମହାସଚିବ ଭାବେ ନିଯୁକ୍ତି ଦେଇ ଛତିଶଗଡ଼ ପ୍ରଭାରୀ କରିଛି କଂଗ୍ରେସ ।

ସେହିପରି ରମେଶ ଚେନିଥାଲାଙ୍କୁ ମହାରାଷ୍ଟ୍ର, ମୋହନ ପ୍ରକାଶଙ୍କୁ ବିହାର, ରାଜୀବ ଶୁକ୍ଳାଙ୍କୁ ହିମାଚଳ ପ୍ରଦେଶ ଏବଂ ମୁକୁଲ ୱାସନିକଙ୍କୁ ଗୁଜରାଟ ପ୍ରଭାରୀ ଭାବେ ନିଯୁକ୍ତ କରାଯାଇଛି । ଗତ ୫ ବର୍ଷ ଧରି ଉତ୍ତରପ୍ରଦେଶର ପ୍ରଭାରୀ ଦାୟିତ୍ବରେ ଥିବା ପ୍ରିୟଙ୍କା ଗାନ୍ଧୀଙ୍କ ସ୍ଥାନରେ ପାର୍ଟି ମହାସଚିବ ଅବିନାଶ ପାଣ୍ଡେଙ୍କୁ ନିଯୁକ୍ତି ଦିଆଯାଇଛି । ଓଡିଶାରେ ଚେଲ୍ଲା କୁମାର ଆଉ ପ୍ରଭାରୀ ରହିବେନି । ତାଙ୍କ ସ୍ଥାନରେ ଝାଡଖଣ୍ଡର କଂଗ୍ରେସ ନେତା ଡକ୍ଟର ଅଜୟ କୁମାର ଓଡିଶା ପ୍ରଭାରୀ ହେବେ ।

ଏହା ପୂର୍ବରୁ ଚେଲ୍ଲା କୁମାର ଓଡ଼ିଶା ପିସିସି ପ୍ରଭାରୀ ଥିଲେ । ତାଙ୍କ ସ୍ଥାନରେ ଡକ୍ଟର ଅଜୟ କୁମାରଙ୍କୁ ନିଯୁକ୍ତ କରିଛି କଂଗ୍ରେସ । ଅଜୟ କୁମାର ପୂର୍ବରୁ ଝାଡଖଣ୍ଡ ପ୍ରଦେଶ କଂଗ୍ରେସ କମିଟିର ସଭାପତି ବି ଥିଲେ । ଏହା ପୂର୍ବରୁ ସେ ସିକିମ, ତ୍ରିପୁରା ଓ ନାଗାଲାଣ୍ଡର ପ୍ରଭାରୀ ଥିଲେ । ଓଡ଼ିଶା ସମେତ ତାମିଲନାଡୁ ଓ ପୁଡୁଚେରୀ ଅତିରିକ୍ତ ଦାୟିତ୍ୱରେ ପ୍ରଭାରୀ ରହିବେ ଅଜୟ କୁମାର । ଅଜୟ ଜାମସେଦପୁରରୁ ସାଂସଦ ରହିସାରିଛନ୍ତି । ଚେଲ୍ଲା କୁମାରଙ୍କୁ ମେଘାଳୟ, ମିଜୋରାମ ଓ ମେଘାଳୟର ପ୍ରଭାରୀ ଭାବେ ନିଯୁକ୍ତି ମିଳିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ପାସେଞ୍ଜର ଟ୍ରେନ୍‌ ଲାଇନଚ୍ୟୁତ 🔴 ବୈତରଣୀ ଏବଂ କାଣୀ ନଦୀରେ ପ୍ରଳୟଙ୍କରୀ ବନ୍ୟା, ଅସ୍ତବ୍ୟସ୍ତ ଜନଜୀବନ 🔴 ପୋଲିସ ସେବା ପୁରସ୍କାର ୨୦୨୬, ଓଡିଶାର ୧୭ଜଣଙ୍କୁ ମିଳିବ.. 🔴 ଚମୋଲି ଟନେଲ୍‌ ଅଘଟଣ, ୭ଶ୍ରମିକ ମୃତ 🔴 ୨୦ ଆଉ ଏକ ଲଘୁଚାପ ! 🔴 ‘ସାଳନ୍ଦୀ ପାଇଁ ସତର୍କ ରହିବାକୁ ପଡ଼ିବ’ 🔴 ଲଗାଣ ବର୍ଷାରେ ଧୋଇ ଗଲା ପୋଲ 🔴 କୃଷି ବିଭାଗର ଚଢ଼ାଉ, ୧୯୦ ବସ୍ତା ସାର ଜବତ 🔴 ଶେଷ ହେଲା ଲୋକସଭାର ମୌସୁମୀ ଅଧିବେଶନ 🔴 ପ୍ରିନ୍ସିପାଲଙ୍କୁ ଲୁଟିଲେ ସାଇବର ଠକ 🔴 ପାସେଞ୍ଜର ଟ୍ରେନ୍‌ ଲାଇନଚ୍ୟୁତ 🔴 ବୈତରଣୀ ଏବଂ କାଣୀ ନଦୀରେ ପ୍ରଳୟଙ୍କରୀ ବନ୍ୟା, ଅସ୍ତବ୍ୟସ୍ତ ଜନଜୀବନ 🔴 ପୋଲିସ ସେବା ପୁରସ୍କାର ୨୦୨୬, ଓଡିଶାର ୧୭ଜଣଙ୍କୁ ମିଳିବ.. 🔴 ଚମୋଲି ଟନେଲ୍‌ ଅଘଟଣ, ୭ଶ୍ରମିକ ମୃତ 🔴 ୨୦ ଆଉ ଏକ ଲଘୁଚାପ ! 🔴 ‘ସାଳନ୍ଦୀ ପାଇଁ ସତର୍କ ରହିବାକୁ ପଡ଼ିବ’ 🔴 ଲଗାଣ ବର୍ଷାରେ ଧୋଇ ଗଲା ପୋଲ 🔴 କୃଷି ବିଭାଗର ଚଢ଼ାଉ, ୧୯୦ ବସ୍ତା ସାର ଜବତ 🔴 ଶେଷ ହେଲା ଲୋକସଭାର ମୌସୁମୀ ଅଧିବେଶନ 🔴 ପ୍ରିନ୍ସିପାଲଙ୍କୁ ଲୁଟିଲେ ସାଇବର ଠକ