Masthead

‘ମୁହଁ କଳା କରିବାକୁ କହିଥିଲି, ଏବେ ପୂରା କରିବି’

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଚର୍ଚ୍ଚାରେ କଂଗ୍ରେସ ବିଧାୟକ ଫୁଲ ସିଂ ବରେୟା । ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନରେ ବିଜେପି ୫୦ ସିଟ୍‌ରେ ଜିତିଲେ ମୁହଁକଳା କରିବେ ବୋଲି କହିଥିଲେ କଂଗ୍ରେସ ବିଧାୟକ ଫୁଲ ସିଂ ବରେୟା। ଏବେ ତାହା ହୋଇଥିବା ଯୋଗୁ ସେ ତାଙ୍କର ପ୍ରତିଜ୍ଞାକୁ ପାଳନ କରିବେ ବୋଲି କହିଛନ୍ତି। ରାଜ୍ୟର ଦତ୍ତିଆ ଜିଲାର ଭନ୍ଦର ବିଧାନସଭା ଆସନରୁ କଂଗ୍ରେସ ଟିକେଟରେ ନିର୍ବାଚିତ ହୋଇଥିବା ଫୁଲ ସିଂ ଡିସେମ୍ବର ୭ ଅପରାହ୍ନ ୨ଟାରେ ରାଜଭବନ ସମ୍ମୁଖରେ ମୁହଁ କଳା କରିବେ ବୋଲି ସ୍ପଷ୍ଟ କରିଛନ୍ତି।

ଏକ ନ୍ୟୁଜ ଏଜେନ୍ସିକୁ ପ୍ରତିକ୍ରିୟା ଦେଇ କଂଗ୍ରେସ ବିଧାୟକ କହିଛନ୍ତି, ‘ମୁଁ ମୋର ପ୍ରତିଜ୍ଞାରେ ଅଟଳ। ତଥାପି ମୁଁ ଏହା ସ୍ପଷ୍ଟ କରିଦେବାକୁ ଚାହେଁ ଯେ ଯଦି ନିର୍ବାଚନ ଆୟୋଗ ନିରପେକ୍ଷ ଭାବେ ନିର୍ବାଚନ କରାନ୍ତି ତେବେ ଲିଖିତ ଭାବେ କହିପାରେ ଯେ ରାଜ୍ୟରେ ବିଜେପି ପାଖରେ ୫୦ ବିଧାୟକଙ୍କୁ ଜିତାଇବା ଲାଗି ପର୍ଯ୍ୟାପ୍ତ ଭୋଟ୍‌ ନାହିଁ। ଯଦି ଦେଶ, ଗଣତନ୍ତ୍ର ଏବଂ ସମ୍ବିଧାନକୁ ବଞ୍ଚାଇବା ଲାଗି ରକ୍ତ ଝରାଇ ମୁହଁକୁ ଲାଲ କରିବାକୁ ପଡେ ତେବେ ଆମେ କରିବୁ। ମୁଁ ଡିସେମ୍ବର ୭ରେ ପ୍ରତିଶ୍ରୁତି ପୂରଣ କରିବି।’

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା