Masthead

‘ମୁହଁ କଳା କରିବାକୁ କହିଥିଲି, ଏବେ ପୂରା କରିବି’

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଚର୍ଚ୍ଚାରେ କଂଗ୍ରେସ ବିଧାୟକ ଫୁଲ ସିଂ ବରେୟା । ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନରେ ବିଜେପି ୫୦ ସିଟ୍‌ରେ ଜିତିଲେ ମୁହଁକଳା କରିବେ ବୋଲି କହିଥିଲେ କଂଗ୍ରେସ ବିଧାୟକ ଫୁଲ ସିଂ ବରେୟା। ଏବେ ତାହା ହୋଇଥିବା ଯୋଗୁ ସେ ତାଙ୍କର ପ୍ରତିଜ୍ଞାକୁ ପାଳନ କରିବେ ବୋଲି କହିଛନ୍ତି। ରାଜ୍ୟର ଦତ୍ତିଆ ଜିଲାର ଭନ୍ଦର ବିଧାନସଭା ଆସନରୁ କଂଗ୍ରେସ ଟିକେଟରେ ନିର୍ବାଚିତ ହୋଇଥିବା ଫୁଲ ସିଂ ଡିସେମ୍ବର ୭ ଅପରାହ୍ନ ୨ଟାରେ ରାଜଭବନ ସମ୍ମୁଖରେ ମୁହଁ କଳା କରିବେ ବୋଲି ସ୍ପଷ୍ଟ କରିଛନ୍ତି।

ଏକ ନ୍ୟୁଜ ଏଜେନ୍ସିକୁ ପ୍ରତିକ୍ରିୟା ଦେଇ କଂଗ୍ରେସ ବିଧାୟକ କହିଛନ୍ତି, ‘ମୁଁ ମୋର ପ୍ରତିଜ୍ଞାରେ ଅଟଳ। ତଥାପି ମୁଁ ଏହା ସ୍ପଷ୍ଟ କରିଦେବାକୁ ଚାହେଁ ଯେ ଯଦି ନିର୍ବାଚନ ଆୟୋଗ ନିରପେକ୍ଷ ଭାବେ ନିର୍ବାଚନ କରାନ୍ତି ତେବେ ଲିଖିତ ଭାବେ କହିପାରେ ଯେ ରାଜ୍ୟରେ ବିଜେପି ପାଖରେ ୫୦ ବିଧାୟକଙ୍କୁ ଜିତାଇବା ଲାଗି ପର୍ଯ୍ୟାପ୍ତ ଭୋଟ୍‌ ନାହିଁ। ଯଦି ଦେଶ, ଗଣତନ୍ତ୍ର ଏବଂ ସମ୍ବିଧାନକୁ ବଞ୍ଚାଇବା ଲାଗି ରକ୍ତ ଝରାଇ ମୁହଁକୁ ଲାଲ କରିବାକୁ ପଡେ ତେବେ ଆମେ କରିବୁ। ମୁଁ ଡିସେମ୍ବର ୭ରେ ପ୍ରତିଶ୍ରୁତି ପୂରଣ କରିବି।’

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା