Masthead

ରଥଯାତ୍ରା ପାଇଁ ଏମପିଙ୍କ ଚିଠି: ଅନୁମତି ଦିଅ, ଦାୟିତ୍ୱ ମୋର

କେନ୍ଦ୍ରାପଡ଼ା (ବଡ଼ ଖବର ବ୍ୟୁରୋ): ଚଳିତବର୍ଷ ପୁରୀ ଛଡା ଆଉ କେଉଁଠି ରଥଯାତ୍ରା ହେବ ନାହିଁ । ରାଜ୍ୟ ସରକାର ଏ ସଂପର୍କରେ ନିଷ୍ପତ୍ତି ନେଇଛନ୍ତି । ସେପଟେ ସରକାରୀ ଦଳର ସାଂସଦ ନିଜ ଅଞ୍ଚଳରେ ରଥଯାତ୍ରା ପାଇଁ ଏସଆରସିଙ୍କୁ ଅନୁରୋଧ କରିଛନ୍ତି । କେନ୍ଦ୍ରାପଡାର ବିଜେଡି ସାଂସଦ ଅନୁଭବ ମହାନ୍ତି ସ୍ୱତନ୍ତ୍ର ରିଲିଫ କମିସନର ପ୍ରଦୀପ କୁମାର ଜେନାଙ୍କୁ ଚିଠି ଲେଖିଛନ୍ତି ।

ଚିଠିରେ ସାଂସଦ କହିଛନ୍ତି, ଶ୍ରୀକ୍ଷେତ୍ର ପୁରୀର ରଥଯାତ୍ରା ଓ ତୁଳସୀ କ୍ଷେତ୍ର କେନ୍ଦ୍ରାପଡାର ରଥଯାତ୍ରା ପରସ୍ପର ସହ ଯୋଡି ହୋଇ ରହିଛନ୍ତି । ସେଥିପାଇଁ ପୁରୀ ରଥଯାତ୍ରା ସହ ବଳଦେବଜିଉଙ୍କ ରଥଯାତ୍ରାକୁ ଅନୁମତି ଦିଆଯାଉ । ଏହା ସହ ସେ କହିଛନ୍ତି, କୋଭିଡ ନିୟମାବଳୀର ସମସ୍ତ କଟକଣା ଭିତରେ କେନ୍ଦ୍ରାପଡାରେ ରଥାଯାତ୍ରା ହେଉ । କଟକଣା କିପରି ସୂଚାରୁରୂପେ ପାଳନ ହେବ ସେ ଦାୟିତ୍ୱ ସେ ନେବେ ବୋଲି ଚିଠିରେ କହିଛନ୍ତି । ବଳଦେବଜିଉ ନିଶ୍ଚିତ ଭକ୍ତଙ୍କୁ ଦର୍ଶନ ଦେବେ ବୋଲି ସେ ଆଶା ରଖିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ