କରୋନା ବାଣ୍ଟିଲେ ଅଧ୍ୟକ୍ଷା

ଯୋଡ଼ା(ବଡ଼ ଖବର ବ୍ୟୁରୋ): କରୋନା ବାଣ୍ଟିଲେ ଅଧ୍ୟକ୍ଷା । କେନ୍ଦୁଝର ଜିଲ୍ଲା ଯୋଡ଼ାରେ ସୁପର ସ୍ପ୍ରେଡର ପାଲଟିଲେ ସେଣ୍ଟ ଟେରେସା ବିଦ୍ୟାଳୟର ଅଧ୍ୟକ୍ଷା । ଗତ କିଛିଦିନ ତଳେ ବାହାରୁ ଆସି ବିଦ୍ୟାଳୟର ଛାତ୍ରାବାସରେ ବିଦ୍ୟାର୍ଥୀଙ୍କ ସହ ରହୁଥିବା ଅଧ୍ୟକ୍ଷା କରୋନା ଚିହ୍ନଟ ହେବା ପରେ ଭୟର ବାତାବରଣ ଦେଖା ଦେଇଛି। ପଜିଟିଭ ହୋଇଥିଲେ ବି ଲୁଚାଇ ହଜାର ହଜାର ବିଦ୍ୟାର୍ଥୀ ଓ ସେମାନଙ୍କ ପରିବାରର ଜୀବନ ସହ ଖେଳ ଖେଳିଛନ୍ତି ଅଧ୍ୟକ୍ଷା।

ଏନେଇ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ପ୍ରଶାସନ ପକ୍ଷରୁ ବିଦ୍ୟାଳୟର କର୍ମଚାରୀ ମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଏଥିରେ୧୦ ବିଦ୍ୟାର୍ଥୀ କରୋନାରେ ଆକ୍ରାନ୍ତ ଥିବା ସୂଚନା ରହିଛି। ଏକା ସାଙ୍ଗରେ ଛାତ୍ରାବାସରେ ୨୦ରୁ ଉର୍ଦ୍ଧ ରହିଥିବା ବିଦ୍ୟାର୍ଥୀଙ୍କୁ କରୋନା  ଟେଷ୍ଟ ନ କରାଇ ଘରକୁ ପଠାଇ ଦିଆଯାଇଛି। ସେମାନଙ୍କ ଭିତରେ କିଛି ଅସୁସ୍ଥ ଥିବାର ବିଶେଷ ସୂତ୍ରରୁ ଖବର ମିଳିଛି। ତେଣୁ ଦ୍ରୁତ ଗତିରେ ଏମାନଙ୍କ ଠାରୁ ପରିବାର ଓ ପଡୋଶୀ ପଜିଟିଭ ଶିକାର ହେବାର ସମ୍ଭାବନା ରହିଛି। ଯାହା ପ୍ରଶାସନ ପାଇଁ ମୁଣ୍ଡ ବ୍ୟଥାର କାରଣ ପାଲଟିଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’