Masthead

ବିରୋଧୀ ଦଳ ପଳାୟନ ପନ୍ଥୀ: ମୁକେଶ ମହାଲିଙ୍ଗ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ବିଧାନସଭା ଅଧିବେଶନର ତୃତୀୟ ଦିନ । ବିରୋଧୀ ଭୟଭୀତ ଓ ପଳାୟନ ପନ୍ଥୀ ବାଲି କହିଛନ୍ତି ମୁକେଶ ମହାଲିଙ୍ଗ । ସେମାନେ କେବେ ବିରୋଧୀ ଦଳରେ ବସି ନଥିଲେ, ତେଣୁ ବିରୋଧୀ ଦଳର କାର୍ଯ୍ୟ ନିର୍ବାହ କରିପାରୁ ନାହାନ୍ତି । ପ୍ରଶ୍ନକାଳ ବହୁତ ଗୁରୁତ୍ୱପୂର୍ଣ୍ଣ । ଯାହାକୁ ରାଜ୍ୟବାସୀ ଜାଣିବାର ମାଧ୍ୟମ । ବିରୋଧୀ ସରକାରୀ ଦଳର ଉତ୍ତର ଶୁଣିବାକୁ ସାହସ ରଖି ନାହାନ୍ତି । ଗତକାଲି କଂଗ୍ରେସର କଟନୀ ଛଟନୀ ନେଇ ଦେଇଥିବା ମୁଲତବୀ ପ୍ରସ୍ତାବକୁ ଗ୍ରହଣ କରାଯାଇଥିଲା ।

ହେଲେ କାହିଁକି ଆଲୋଚନାକୁ କଂଗ୍ରେସ କି ବିଜେଡି ଆସୁ ନାହାନ୍ତି ? ଯେଉଁ ୧୦୦ ଟଙ୍କା ବୋନସ କଥା ତତ୍କାଳୀନ ବିଜେଡି ସରକାର ଘୋଷଣା କରିଥିଲା, ତାହା ଦେଲା ନାହିଁ । କିନ୍ତୁ ବିଜେପି ସରକାରକୁ ଆସିବା ପରେ ଧାନ କୁଇଣ୍ଟାଲ ପିଛା ୩୧୦୦ ଟଙ୍କା ଦେଉଛି । ବିରୋଧୀ କୁମ୍ଭୀର କାନ୍ଦଣା ବନ୍ଦ କରନ୍ତୁ । ଲୋକେ ଜାଣିଛନ୍ତି ଯେ ସେମାନେ ବିଗତ ଦିନରେ କେମିତି ପ୍ରତାରିତ ହୋଇଥିଲେ । ବିଜେଡି ଓ କଂଗ୍ରେସର ଡବଲ ଷ୍ଟାଣ୍ଡାର୍ଡ । ବିଜେଡି ମୋସନ ପାଇଁ କହୁଛି, କଂଗ୍ରେସ ମୂଲତବି ପାଇଁ ଦାବି କରି ପରେ ଉଭୟ ଦଳ ମିଶି ଯାଇ ହଟ୍ଟଗୋଳ କରୁଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ