Masthead

ଆଟାକିଂ ମୁଡରେ ବିଜେପି ଅଧ୍ୟକ୍ଷ, ଜବାବ ଦେଲା ବିଜେଡି

ନଡ୍ଡାଙ୍କ ପ୍ରଶ୍ନ, ଓଡ଼ିଶାରେ କାହାର ଶାସନ?

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଓଡ଼ିଶାକୁ ଚଳାଉଛି କିଏ? ରାଜ୍ୟକୁ ନେତା ନା ଅଫିସର ଚଳାଉଛନ୍ତି? ବିଜେଡି ଏମପି, ବିଧାୟକଙ୍କ କଥା କେହି ଶୁଣୁନାହାନ୍ତି । ଅଧିକାରୀଙ୍କ ହାତରେ ଶାସନ ଚାଲିଛି । ଓଡ଼ିଶାକୁ କିଏ ଚଳାଉଛି ତାହା ଆପଣ ଜାଣିଛନ୍ତି । ମୁଁ ବି ଜାଣିଛି । ଆପଣ ଜଣକୁ ଭୋଟ ଦେବେ ହେଲେ ଶାସନ ଆଉ ଜଣେ କରିବେ । ଏଭଳି ସରକାର ଦରାକର କି ବୋଲି ଭବନୀପାଟଣାରେ କେନ୍ଦ୍ରର ୯ ବର୍ଷି ପୂର୍ତି ଅବସରରେ ଚାଲିଥିବା କାର୍ଯ୍ୟକ୍ରମରେ ଜନସାଧାରଣଙ୍କୁ ଏଭଳି ପ୍ରଶ୍ନ କରିଛନ୍ତି ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା । ଖାଲି ସେତିକି ନୁହେଁ ନଡ୍ଡା ଆହୁରି କହିଛନ୍ତି ଯେ ଓଡ଼ିଶା ସବୁଠାରୁ ପଛୁଆ ଓ ଗରିବ ରାଜ୍ୟ ଭାବେ ପରିଚିତ ହୋଇଛି ।

ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ନେଇ ବିଜେଡି ସରକାରଙ୍କୁ କଡା ଭାଷାରେ ସମାଲୋଚନା କରିଛନ୍ତି ଜେପି ନଡ୍ଡା । ପ୍ରକୃତ ହିତାଧିକାରୀ ଘର ପାଇ ପାରିନାହାନ୍ତି । ଏନେଇ କେନ୍ଦ୍ରମନ୍ତ୍ରୀଙ୍କୁ କହିବି । ତଦନ୍ତ କରାଯିବ । ଯେଉଁମାନେ ଦୋଷୀ ତାଙ୍କ ବିରୋଧରେ ହେବ କାର୍ଯ୍ୟାନୁଷ୍ଠାନ ।

ଏହାସହ ଆୟୁଷ୍ମାନ ଯୋଜନା ଓଡ଼ିଶାରେ କାହିଁକି ଲାଗୁ କରାଯାଉନାହିଁ ସେନେଇ ପ୍ରଶ୍ନ ଉଠାଇବା ସହ ସରକାରଙ୍କୁ ନିନ୍ଦା କରିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । ସେପଟେ ନଡ୍ଡାଙ୍କ ଉତର ଦେଇଛନ୍ତି ମନ୍ତ୍ରୀ ରାଜେନ୍ଦ୍ର ଢେଲକିଆ । କହିଛନ୍ତି ଆମ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀଙ୍କ ପଲିସି ଅନୁସାରେ କାର୍ଯ୍ୟ ଚାଲିଛି । ପ୍ରତିଟି ଗ୍ରାମାଚଂଳ, ବିଧାନସଭା କ୍ଷେତ୍ରରେ ସମସ୍ତ କାର୍ଯ୍ୟ ସୁରଖୁରରେ ଚାଲିଛି ।

ଏ ସମସ୍ତ କାର୍ଯ୍ୟକୁ ତଦରଖ କରିବା ପାଇଁ ମୁଖ୍ୟମନ୍ତ୍ରୀ ତାଙ୍କ ଅଫିସର, ସଚିବ ମାନଙ୍କୁ ଦାୟିତ୍ୱ ଦେଇଛନ୍ତି । ସେଥିପାଇଁ ସେମାନେ ଗ୍ରାଉଣ୍ଡକୁ ଯାଉଛନ୍ତି । ବିରୋଧୀଙ୍କ ମନ୍ତବ୍ୟ ଭିତିହୀନ କହିଛନ୍ତି ମନ୍ତ୍ରୀ ରାଜେନ୍ଦ୍ର ଢେଲକିଆ । ସେପଟେ କଂଗ୍ରେସ କହିଛନ୍ତି ଯେ ଉଭୟ ବିଜେଡି-ବିଜେପି ଗୋଟିଏ ମୁଦ୍ରାର ଦୁଇଟି ପାଶ୍ୱର୍ । ରାଜ୍ୟରେ କିଏ ସରକାର ଚଳାଉଛି ବିଜେପି ସବୁ ଜାଣିଛି । ସେମାନେ ପଦକ୍ଷେପ କାହିଁକି ନେଉନାହାନ୍ତି । ଆଗମୀ ଦିନରେ ବିଜେପି-ବିଜେଡିର କାର୍ଯ୍ୟ କଂଗ୍ରେସ ଉପରେ କିଛି ପ୍ରଭାବ ପଡ଼ିବ ନାହିଁ କହି ଦମ୍ଭୋକ୍ତି ପ୍ରକାଶ କରିଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ । ୨୦୨୪ରେ ହେବ ଓଡ଼ିଶାରେ ସାଧାରଣ ନିର୍ବାଚନ । ହେଲେ ଓଡ଼ିଶା ଗସ୍ତରେ ଆସିଥିବା ବିଜେପି ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ରାଜ୍ୟକୁ ଚଳାଉଛି କିଏ ମନ୍ତବ୍ୟ ପରେ ଆରମ୍ଭ ହୋଇଛି ବୟାନବାଜି । ଯାହାକୁ ନେଇ ସରଗରମ ରାଜ୍ୟ ରାଜନୀତି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ସୌମ୍ୟ ହତ୍ୟା ମାମଲାରେ ବଡ଼ କାର୍ଯ୍ୟାନୁଷ୍ଠାନ 🔴 ପୂର୍ବଶତ୍ରୁତାକୁ କେନ୍ଦ୍ରକରି ବାପ-ପୁଅଙ୍କୁ ଆକ୍ରମଣ 🔴 ଶପଥ ପରେ ଆକ୍ସନ୍ ମୋଡ୍‌ରେ ବିଜୟ 🔴 ହିଜବୁଲ୍ଲାର ୫୮ ଠିକଣାକୁ ଟାର୍ଗେଟ୍ 🔴 ଓଡ଼ିଶାକୁ ଘାରିଲା ବାତ୍ୟା ଭୟ ! 🔴 ଶପଥ ନେଲେ ଶୁଭେନ୍ଦୁ ଅଧିକାରୀ 🔴 ଘଟଣାର ପୁଙ୍ଖାନୁପଙ୍ଖ ତଥ୍ୟ ଦିଆଯିବ: ଶୋଭନା 🔴 ମମତାଙ୍କ କ୍ୟାବିନେଟକୁ ବରଖାସ୍ତ କଲେ ରାଜ୍ୟପାଳ 🔴 ୧୨ରେ ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ଲଘୁଚାପ 🔴 ସିସିଟିଭିରେ ରଙ୍ଗ ମାରି ଏଟିଏମ ଲୁଟିନେଲେ 🔴 ସୌମ୍ୟ ହତ୍ୟା ମାମଲାରେ ବଡ଼ କାର୍ଯ୍ୟାନୁଷ୍ଠାନ 🔴 ପୂର୍ବଶତ୍ରୁତାକୁ କେନ୍ଦ୍ରକରି ବାପ-ପୁଅଙ୍କୁ ଆକ୍ରମଣ 🔴 ଶପଥ ପରେ ଆକ୍ସନ୍ ମୋଡ୍‌ରେ ବିଜୟ 🔴 ହିଜବୁଲ୍ଲାର ୫୮ ଠିକଣାକୁ ଟାର୍ଗେଟ୍ 🔴 ଓଡ଼ିଶାକୁ ଘାରିଲା ବାତ୍ୟା ଭୟ ! 🔴 ଶପଥ ନେଲେ ଶୁଭେନ୍ଦୁ ଅଧିକାରୀ 🔴 ଘଟଣାର ପୁଙ୍ଖାନୁପଙ୍ଖ ତଥ୍ୟ ଦିଆଯିବ: ଶୋଭନା 🔴 ମମତାଙ୍କ କ୍ୟାବିନେଟକୁ ବରଖାସ୍ତ କଲେ ରାଜ୍ୟପାଳ 🔴 ୧୨ରେ ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ଲଘୁଚାପ 🔴 ସିସିଟିଭିରେ ରଙ୍ଗ ମାରି ଏଟିଏମ ଲୁଟିନେଲେ