Masthead

ମୁମ୍ବାଇ ଇଣ୍ଡିଆନର ଜର୍ସି ଉନ୍ମୋଚନ

ମୁମ୍ବାଇ(ବଡ଼ ଖବର ବ୍ୟୁରୋ): ଓ୍ବମେନ୍ସ ପ୍ରିମିୟର ଲିଗ ପାଇଁ ଜର୍ସି ଉନ୍ମୋଚନ କରିଛି ମୁମ୍ବାଇ ଇଣ୍ଡିଆନ୍ସ । ଆସନ୍ତା ମାର୍ଚ୍ଚ ୪ ତାରିଖରୁ ଆରମ୍ଭ ହେବାକୁ ଯାଉଛି ମହିଳା ପ୍ରିମିୟର ଲିଗ୍ର ପ୍ରଥମ ସଂସ୍କରଣ । ଆଇପିଏଲ୍ ଢାଞ୍ଚାରେ ଚଳିତ ବର୍ଷଠାରୁ ଏହି ଲିଗ୍ ଆୟୋଜିତ ହେବାକୁ ଯାଉଛି । ଯେଉଁଥିରେ କି ୫ଟି ଟିମ୍ ଭାଗ ନେବେ । ତେବେ ଲିଗ ଆରମ୍ଭ ହେବା ପୂର୍ବରୁ ଏଥିରେ ଭାଗ ନେବାକୁ ଥିବା ମୁମ୍ବାଇ ଇଣ୍ଡିଆନ୍ସ ତାର ଜର୍ସି ଉନ୍ମୋଚନ କରିଛି । ଫ୍ରାଞ୍ଚାଇଜ୍ ନିଜ ଅଫିସିଆଲ୍ ଇନଷ୍ଟାଗ୍ରାମ ଆକାଉଣ୍ଟ ଜରିଆରେ ଏକ ଭିଡିଓ ସେୟାର କରିବା ସହ ଏହି ଜର୍ସି ଉନ୍ନୋଚନ କରିଛି । ସୂଚନା ଥାଉ କି ମହିଳା ପ୍ରିମିୟର ଲିଗ୍ ପାଇଁ ମୁମ୍ବାଇ ଇଣ୍ଡିଆନ୍ସ କରିଥିବା ଜର୍ସିର ରଙ୍ଗ ନୀଳ ରହିଛି ।

ଏହା ସହ ଗୋଟିଏ ପାଖରେ ଡାର୍କ ଗୋଲ୍ଡେନ ବର୍ଡର ଥିବା ଦେଖିବାକୁ ମିଳିଛି, ନିଜର ଇନଷ୍ଟାଗ୍ରାମ ଆକାଉଣ୍ଟ ପୋଷ୍ଟରେ ଆମ ପ୍ରଥମ ଡବ୍ଲୁପିଏଲ୍ ଜର୍ସି ବୋଲି ଲେଖାଯାଇଛି । ଆସନ୍ତା ମାର୍ଚ୍ଚ ୪ ତାରିଖରୁ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବ । ଯାହାର ପ୍ରଥମ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସକୁ ଭେଟିବ ଗୁଜରାଟ ଜାଏଣ୍ଟସ୍ । ତେବେ ମୁମ୍ବାଇ ଇଣ୍ଡିଆନ୍ସ ଦଳର ନେତୃତ୍ୱ ନେବେ ଟିମ୍ ଇଣ୍ଡିଆର କ୍ୟାପଟେନ୍ ହରମନପ୍ରୀତ କୌର । ମହିଳା ପ୍ରିମିୟର ଲିଗରେ ମୋଟ ୨୨ଟି ମ୍ୟାଚ୍ ଖେଳାଯିବ । ମୁମ୍ବାଇ ଇଣ୍ଡିଆନ୍ସ, ଗୁଜରାଟ ଜାଏଣ୍ଟସ, ୟୁପି ୱାରିୟର୍ସ, ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର ଓ ଦିଲ୍ଲୀ କ୍ୟାପିଟାଲ୍ସର ଟିମ ଏହି ସଂସ୍କରଣରେ ଭାଗ ନେଇଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା