Masthead

ବିଧାନସଭାରେ ଉଠିଲା ପାଟଧରା ଓ କାଟଫେର ଆଦିବାସୀ ପ୍ରସଙ୍ଗ

ନୂଆପଡା (ବଡ଼ ଖବର ବ୍ୟୁରୋ):ବିଧାନସଭାରେ ଉଠିଲା ପାଟଧରା ଓ କାଟଫେର ଆଦିବାସୀ ପ୍ରସଙ୍ଗ । ନୂଆପଡା ଜିଲ୍ଲା ବୋଡେ଼ନ ବ୍ଲକ ପାଟଧରା ଅଞ୍ଚଳର ଆଦିବାସୀଙ୍କ ପ୍ରସଙ୍ଗ ଉଠାଇଲେ କଂଗ୍ରେସ ବିଧାୟକ ନରସିଂହ ମିଶ୍ର। ତଦନ୍ତ ନାଁରେ ଆଦିବାସୀଙ୍କୁ ହଇରାଣ କରଯାଉଥିବା କହିଲେ ନରସିଂହ । ମାଓ ବାଦୀ ମଲେ ଇନଫର୍ମର ସନ୍ଦେହରେ ହତ୍ୟା , ଯବାନ ସହିଦ ହେଲେ ତଦନ୍ତ ନାଁରେ ନିର୍ୟାତନା ।

ଗତ ୧୮ ତାରିଖରେ ବୋଡେ଼ନ ଥାନା ଘେରାଉ କରିଥିଲେ ପାଟଧରା ଅଞ୍ଚଳର ଆଦିବାସୀ । ନିରୀହ ଆଦିବାସୀ ମାନଙ୍କ ଉପରେ ନିର୍ୟାତନା ବନ୍ଦ ନ ହେଲେ ଭିଟା ମାଟି ଛାଡ଼ିବୁ ବୋଲି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ଦେଇଥିଲେ। ଜଙ୍ଗଲରେ ଘର କରିଥିବାରୁ ଉଭୟ ମାଓବାଦୀ ଓ ପୋଲିସ ଭୟ ରହିଥିବା କହିଥିଲେ ସ୍ଥାନୀୟ ଲୋକେ । ପାଟଧରା ଓ କାଟଫେର ଗାଁର ଆଦିବାସୀଙ୍କ କଥାକୁ ସରକାର ଗୁରୁତର ସହ ନେବାକୁ ସାଧାରଣରେ ଦାବି ହେଉଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ସର୍ପାଘାତ ପରେ ସାପକୁ ଧରି ହସ୍ପିଟାଲ ପହଞ୍ଚିଲେ ଯୁବକ 🔴 ଛାତ୍ର ଦୁର୍ଘଟଣା ସହାୟତାକୁ ନେଇ ନୂଆ ନିର୍ଦ୍ଦେଶାବଳୀ 🔴 ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା 🔴 ପ୍ୟାସେଞ୍ଜର ବିମାନ ଉଡ଼ାଇବେ ଅଭିନନ୍ଦନ 🔴 ଭୋଟର ଲିଷ୍ଟରୁ ରାଘବ ଚଢ଼ାଙ୍କ ନାଁ ଗାଏବ 🔴 ମାଫିଆଙ୍କ ଟାର୍ଗେଟରେ କଇଁଛ 🔴 ଉତ୍ତର ଓଡ଼ିଶାରେ ପୁଣି ବନ୍ୟା ସ୍ଥିତି 🔴 ପିୟୁସିସି ଜରିମାନା ହ୍ରାସ କଲେ ରାଜ୍ୟ ସରକାର 🔴 ପୁଣି ମୁହାଁମୁହିଁ ଇରାନ୍-ଆମେରିକା 🔴 ୩ଟି ଜିଲ୍ଲାରେ ଆହୁରି ବର୍ଷିବ 🔴 ସର୍ପାଘାତ ପରେ ସାପକୁ ଧରି ହସ୍ପିଟାଲ ପହଞ୍ଚିଲେ ଯୁବକ 🔴 ଛାତ୍ର ଦୁର୍ଘଟଣା ସହାୟତାକୁ ନେଇ ନୂଆ ନିର୍ଦ୍ଦେଶାବଳୀ 🔴 ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା 🔴 ପ୍ୟାସେଞ୍ଜର ବିମାନ ଉଡ଼ାଇବେ ଅଭିନନ୍ଦନ 🔴 ଭୋଟର ଲିଷ୍ଟରୁ ରାଘବ ଚଢ଼ାଙ୍କ ନାଁ ଗାଏବ 🔴 ମାଫିଆଙ୍କ ଟାର୍ଗେଟରେ କଇଁଛ 🔴 ଉତ୍ତର ଓଡ଼ିଶାରେ ପୁଣି ବନ୍ୟା ସ୍ଥିତି 🔴 ପିୟୁସିସି ଜରିମାନା ହ୍ରାସ କଲେ ରାଜ୍ୟ ସରକାର 🔴 ପୁଣି ମୁହାଁମୁହିଁ ଇରାନ୍-ଆମେରିକା 🔴 ୩ଟି ଜିଲ୍ଲାରେ ଆହୁରି ବର୍ଷିବ