ରାସ୍ତା ରୋକିଲେ ଓଡ଼ିଶା ନିର୍ମାଣ ଶ୍ରମିକ ସଙ୍ଘ

ଜଳେଶ୍ୱର (ବଡ଼ ଖବର ବ୍ୟୁରୋ): ଆଜି ସାରା ରାଜ୍ୟରେ ଓଡ଼ିଶା ବନ୍ଦ ଡାକର ଦେଇଛି ବାମଦଳ । ଏହାର ପ୍ରଭାବ ଜଳେଶ୍ୱରରେ ପଡିଛି । ବନ୍ଦ ଡାକରାକୁ ସମର୍ଥନ କରିଛି ଓଡ଼ିଶା ନିର୍ମାଣ ଶ୍ରମିକ ସଙ୍ଘ । ସେଥିପାଇଁ ଆଜି ସକାଳ ୬ଟାରୁ ଜଳେଶ୍ୱରରେ ରାସ୍ତା ରୋକ କରିଛି ନିର୍ମାଣ ଶ୍ରମିକ ସଙ୍ଘ । ପେଟ୍ରୋଲ,ଡିଜେଲ ଓ ରନ୍ଧନ ଗ୍ୟାସ ଭଳି ନିତ୍ୟ ବ୍ୟବହାର ଜିନିଷର ଅହେତୁକ ଦର ବୃଦ୍ଧି ପ୍ରତିବାଦରେ ବାମଦଳ ପକ୍ଷରୁ ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି । ସିପିଆଇଏମ ଓ କଂଗ୍ରେସ ପକ୍ଷରୁ ଜଳେଶ୍ୱର ବନ୍ଦ ଡାକରା ଦିଆଯାଇଛି ।

ସୁଚନା ଅନୁଯାୟୀ, ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ସିପିଆଇଏମ ଓଡ଼ିଶା ନିର୍ମାଣ ଶ୍ରମିକ ସଂଘ ପକ୍ଷରୁ ଓଡ଼ିଶା ବନ୍ଦକୁ ସମର୍ଥନ କରି ସକାଳ ୬ରୁ ଜଳେଶ୍ୱର ସହରରେ ପିକେଟିଂ କରାଯାଇଛି। ଏହା ସହିତ ୬୦ ନଂ ଜାତୀୟ ରାଜପଥ ସ୍ଥିତ ଲକ୍ଷ୍ମଣନାଥ ଟୋଲ୍ ପ୍ଲାଜା ନିକଟରେ ରାସ୍ତାର ଉଭୟ ପାର୍ଶ୍ୱକୁ ବନ୍ଦ କରାଯାଇଛି । ଫଳରେ ରାସ୍ତାର ଉଭୟ ପଟରେ ଯାତାୟତରେ ବାଧାପ୍ରାପ୍ତ ହୋଇଛି । ଫଳରେ ବହୁ ଗାଡି ମଟର ରାସ୍ତାର ଉଭୟ ପାର୍ଶ୍ୱରେ ଛିଡା ହୋଇଥିବାର ଦେଖିବାକୁ ମିଳିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ