Masthead

ନ୍ୟାୟ ଖୋଜୁଛି ପରୀ ପରେ ପିହୁ

ବିଞ୍ଝାରପୁର(ବଡ଼ ଖବର ବ୍ୟୁରୋ): ନୟାଗଡ଼ର କୁନି ଝିଅ ପରୀ ହତ୍ୟାକାଣ୍ଡକୁ ନେଇ ସାରା ରାଜ୍ୟରେ ହଲଚଲ ସୃଷ୍ଟି କରିଛି । ହତ୍ୟାକାରୀ କିଏ ତାର ସୁରାଗ ପାଉନି ପୋଲିସ । ଏହି ଲୋମହର୍ଷଣକାରୀ ଘଟଣା ମାନସପଟରୁ ଲିିଭିନଥିବା ବେଳେ ଆଉ ଏକ ଲୋମଟାଙ୍କୁରା ଘଟଣା ଯାଜପୁର ଜିଲ୍ଲାରୁ ଆସିଛି । ୨ବର୍ଷର କୁନି ଝିଅ ପିହୁ ଗାଁ ଦାଣ୍ଡରେ ଖେଳୁଥିବା ବେଳେ ଗାଏବ ହୋଇଯାଇଛି । ତାକୁ ଉଠାଇ ନିଆଯାଇଥିବା ଅଭିଯୋଗ ହୋଇଛି । ୪ ମାସ ବିତିଗଲାଣି ହେଲେ ପୋଲିସ ତାର ଖବର ପାଉନାହିଁ । ପୋଲିସ କେବଳ ମାମଲା ରୁୁଜୁ କରି ଚୂୂପ ବସିଥିବା ଅଭିଯୋଗ ହୋଇଛି । ବିଞ୍ଝାରପୁର ଥାନା ମଧୁସୂଦନ ଗାଁ ଲକ୍ଷ୍ମଣ ନାୟକ । ତାଙ୍କ ଦୁଇ ବର୍ଷର କୁନି ଝିଅ ଶୁଭଲକ୍ଷ୍ମୀ ନାୟକ ଓରଫ ପିହୁ ଗତ ଅଗଷ୍ଟ ୯ ତାରିଖରେ ଗାଁ ଦାଣ୍ଡରେ ଖେଳୁଥିଲେ । ଆଉ ତାଙ୍କ ପତ୍ନୀ ଘର କାମରେ ବ୍ୟସ୍ତ ଥିଲେ । ଏହି ସମୟରେ ପିହୁ କୁଆଡେ ଗାଏବ ହୋଇଯାଇଥିଲା । ପରିବାର ଲୋକେ ବହୁ ଖୋଜାଖୋଜି କରିଥିଲା ବେତେ ପିହୁର ଖବର ମିଳିନଥିଲା ।

ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ପିହୁ ଗାଁ ଦାଣ୍ଡରେ ଖେଳୁଥିବାବେଳେ ଜଣେ ବ୍ୟକ୍ତି ବାଇକରେ ଆସି ଗାମୁଛାରେ ବାନ୍ଧି ତାଙ୍କୁ ନେଇଯାଇଥିଲେ । ଏ ନେଇ ପରିବାର ଲୋକେ ଥାନାରେ ଅଭିଯୋଗ କରିଛନ୍ତି । ପୋଲିସ ଏକ ମାମଲା ରଜୁ କରି ଚୂପ୍ ବସିଛି । ପୋଲିସ ପିହୁକୁ ଖୋଜୁନଥିବା ଅଭିଯୋଗ ହୋଇଛି । ସେପଟେ ଝିଅର ବାପା ବେଙ୍ଗାଲୁରରୁ ଆସି ସଙ୍ଗରୋଧରେ ଥିବାରୁ ଝିଅକୁ ଖୋଜି ପାଇନଥିଲେ । ପିହୁ ନିଖୋଜ ହେବାର ୫ ମାସ ବିତିଗଲାଣି । ହେଲେ ପୋଲିସ ତାର କୌଣସି ଖବର ପାଉନାହିଁ । ଆଜି ପିହୁ ସମ୍ପର୍କରେ ବୁଝିବାକୁ ଜିଲ୍ଲା ସୁରକ୍ଷା ଶିଶୁ ସୁରକ୍ଷା ଅଧିକାରୀ ମଧୁସୂଦନପୁର ଗାଁରେ ପହଂଚି ପରିବାର ଲୋକଙ୍କ ସହ ଆଲୋଚନା କରିଛନ୍ତି । ଅନ୍ୟପଟେ ପୋଲିସ ଏ ସମ୍ପକୟରେ କିଛି କହିବାକୁ ମନା କରିଦେଇଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ