ସୂର୍ଯ୍ୟ କକ୍ଷପଥରେ ପ୍ରବେଶ କରିବ ଆଦିତ୍ୟ ଏଲ-୧

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଚନ୍ଦ୍ରୟାନ-୩ର ସଫଳତା ପରେ ଆଉ ଏକ ସଫଳତା ହାସଲ କରିବ ଇସ୍ରୋ । ଆଜି ଭାରତ ପାଇଁ ଐତିହାସିକ ଦିନ । ସୂର୍ଯ୍ୟମିଶନ ସଫଳତାର ଚୂଡ଼ାନ୍ତ ପର୍ଯ୍ୟାୟ । ଆଜି ସୂର୍ଯ୍ୟ କକ୍ଷପଥରେ ପ୍ରବେଶ କରିବ ଆଦିତ୍ୟ ଏଲ-୧। ପୃଥିବୀ ଠାରୁ ୧୫ ଲକ୍ଷ କିଲୋମିଟର ଦୂରରେ ଥିବା ପ୍ରଥମ ଲଗରାଞ୍ଜିଆନ୍ ପଏଣ୍ଟ ବା ଏଲ-୧ ନିକଟରେ ପହଞ୍ଚିବ । ସେଠାରେ ଏଲ-୧ ପଏଣ୍ଟ ଚାରିପଟେ ଏକ ହାଲୋ ଅର୍ବିଟ ବା କକ୍ଷପଥରେ ଆଦିତ୍ୟକୁ ଅବସ୍ଥାପିତ କରିବା ପାଇଁ ଆଜି ନିର୍ଣ୍ଣାୟକ ଗତିପଥ ପରିବର୍ତ୍ତନ କରିବ ଇସ୍ରୋ । ଏନେଇ ଇସ୍ରୋ ବୈଜ୍ଞାନିକଙ୍କ ମଧ୍ୟରେ ଦେଖିବାକୁ ମିଳିଛି ଉତ୍ସାହ । ଅପରାହ୍ନ ପ୍ରାୟ ୪ ବେଳେ ଏହି ମାନ୍ୟୁଭର ବା ଗତିପଥ ପରିବର୍ତ୍ତନ କରାଯିବ । ଏହା ଇସ୍ରୋ ପାଇଁ ଏକ ସମ୍ପୂର୍ଣ୍ଣ ନୂଆ ଅଭିଜ୍ଞତା ଆଣିବ ।

କାରଣ ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋ ପୂର୍ବରୁ ପୃଥିବୀ, ମଙ୍ଗଳ ଓ ଚନ୍ଦ୍ର କକ୍ଷପଥରେ ସାଟେଲାଇଟ ଓ ଅର୍ବିଟରକୁ ଅବସ୍ଥାପିତ କରିବାର ଅଭିଜ୍ଞତା ଅଛି । ହେଲେ କୌଣସି ମହାଜାଗତିକ ପିଣ୍ଡ ନଥିବା ଫାଙ୍କା ସ୍ଥାନ ଚାରିପଟେ ଅର୍ଥାତ୍ ଏଲ-୧ ଚାରିପଟେ ବୁଲିବା ପାଇଁ ଆଦିତ୍ୟକୁ ନିର୍ଦ୍ଧାରିତ କକ୍ଷପଥରେ ଅବସ୍ଥାପିତ କରିବା ଇସ୍ରୋ ପାଇଁ ବଡ଼ ଚାଲେଞ୍ଜ ରହିଛି । ପୃଥିବୀଠାରୁ ୧୫ଲକ୍ଷ କିଲୋମିଟର ଦୂରରେ ଅବସ୍ଥିତ ଏହି ସ୍ଥାନରୁ ସୂର୍ଯ୍ୟ ଉପରେ ଗବେଷଣା କରିବ ଆଦିତ୍ୟ ଏଲ ୱାନ । ୨୦୨୩ ସେପ୍ଟେମ୍ବର ୨ତାରିଖରେ ଶ୍ରୀହରିକୋଟା ସତୀଶ ଧାୱନ ମହାକାଶ କେନ୍ଦ୍ରରୁ ଏହି ସୂର୍ଯ୍ୟ ମିଶନକୁ ଉତକ୍ଷେପଣ କରିଥିଲା ଇସ୍ରୋ । ଦୀର୍ଘ ୪ମାସର ଯାତ୍ରା ପରେ ଆଜି କକ୍ଷପଥରେ ପ୍ରବେଶ କରିବ ଆଦିତ୍ୟ ଏଲ ୱାନ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର! 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର!