Masthead

ନନ୍ଦିନୀ ପରି ହୁଅ

ବାଂଶପାଳ, (ବଡ଼ ଖବର ବ୍ୟୁରୋ): କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ ଆମୁଣି ଗାଁର ନନ୍ଦିନୀ ଦେହୁରୀ । ଆଦିବାସୀ ଝିଅ ହୋଇ ମଧ୍ୟ ପୁଅଙ୍କଠାରୁ କୌଣସି ଗୁଣରେ କମ ନୁହଁନ୍ତି । କାହା ଆଗରେ ହାତ ନ ପତାଇ ହୋଇଛନ୍ତି ଆତ୍ମନିର୍ଭରଶୀଳ । ଯୁବପିଢ଼ୀଙ୍କ ଲାଗି ପାଲଟିଛନ୍ତି ଉଦାହରଣ । ବାପା ମା’ଙ୍କ ଅପରାହ୍ନ ବୟସରେ ପାଲଟିଛନ୍ତି ଆଶାବାଡ଼ି ।


ପାଠପଢ଼ା ସରିବା ପରେ ଗାଁରେ ରହିଛି କିଛି କରିବାର ଆଶା ରଖିଥିଲେ ନନ୍ଦିନୀ । ଏହାପରେ ନନ୍ଦିନୀ ଗାଁରେ ଏକ ଧାନକଳ ବସାଇଛନ୍ତି । ପରଘରେ ମୂଲ ମଜୁରୀ ନ କରି ସେ ନିଜ ପରିଶ୍ରମରେ ଏହି କଳ ବସାଇଛନ୍ତି । ବ୍ୟାଙ୍କରୁ ଋଣ କରି ବସାଇଛନ୍ତି ଧାନକଳ । ଏହାସହ ଗାଁରେ ଏକ ତେଜରାତି ଦୋକାନ ମଧ୍ୟ କରିଛନ୍ତି ନନ୍ଦିନୀ । ଧାନକଳ ଓ ତେଜରାତି ଦୋକାନରୁ ମାସିକ ୩୦ ହଜାରରୁ ଅଧିକ ଟଙ୍କା ରୋଜଗାର କରୁଛନ୍ତି ନନ୍ଦିନୀ । ସେ ଯେତିକି ରୋଜଗାର କରୁଛନ୍ତି ବେଶ ଖୁସିରେ ତାଙ୍କ ପରିବାର ଚଳୁଛି । ନିଜ ରୋଜଗାରରୁ ମଧ୍ୟ ଏକ ବାଇକଟିଏ କିଣିଛନ୍ତି ନନ୍ଦିନୀ । ନନ୍ଦିନୀଙ୍କ ଏଭଳି ଆତ୍ମନିର୍ଭରଶୀଳତା କଥା ଯିଏ ଶୁଣୁଛି ବାଃ ବାଃ ନକହି ରହିପାରୁନି । ତେବେ ତାଙ୍କୁ ଆଉ କିଛି ସରକାରୀ ସହାୟତା ମିଳିଲେ ଆଗକୁ ବଢ଼ିପାରନ୍ତେ ବୋଲି କହିଛନ୍ତି ନନ୍ଦିନୀ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା