Masthead

ବୋହୂଙ୍କୁ ଚରିତ୍ରହୀନା କହି ନିର୍ଯାତନା

ନରସିଂହପୁର, (ବଡ଼ ଖବର ବ୍ୟୁରୋ): କଟକ ଜିଲ୍ଲା କାନପୁର ଥାନା ଶିଆରିଆ ଗ୍ରାମରେ ଯୌତୁକ ପାଇଁ ଶାଶୁଘର ଲୋକେ ବୋହୂଙ୍କୁ ନିର୍ଯାତନା ଦେଇଥିବା ଅଭିଯୋଗ ଆସିଛି। ଅସୀମଚନ୍ଦ୍ର ସାହୁଙ୍କ ପରିବାର ଲୋକେ ତାଙ୍କୁ ମାଡ଼ ମାରିଥିବା ଥାନାରେ ଅଭିଯୋଗ କରିଛନ୍ତି ମଧୁସ୍ମିତା। ସେପଟେ ବୋହୂ ଚରିତ୍ରହୀନା ହୋଇଥିବା ନେଇ ଅଭିଯୋଗ ଆଣିଛନ୍ତି ଶାଶୁଘର ଲୋକ।


୨୦୧୭ରେ ନରସିଂହପୁର ବ୍ଲକ ଶିଆରିଆ ଗ୍ରାମର ଅସୀମ ଚନ୍ଦ୍ର ସାହୁଙ୍କ ପୁଅ ଅମରେଶ ସାହୁ କାନପୁର ଥାନା କୁରାଞ୍ଜ ଗ୍ରାମର ବିଦ୍ୟାଧର ରାଉତଙ୍କ ଝିଅ ମଧୁସ୍ମିତାଙ୍କୁ ପ୍ରେମ ବିବାହ କରିଥିଲେ। ଏଠାରେ ସୂଚାଇ ଦେବାକୁ ଚାହିଁବୁ ଯେ ମଧୁସ୍ମିତାଙ୍କର ଏହା ଥିଲା ୪ର୍ଥ ବିବାହ। ପୂର୍ବରୁ ମଧୁସ୍ମିତାଙ୍କର ଗୋଟିଏ ୮ବର୍ଷର ଝିଅ ମଧ୍ୟ ଅଛି। ଝିଅ ମଧ୍ୟ ମଧୁସ୍ମିତାଙ୍କ ସହ ଅମରେଶଙ୍କ ଘରକୁ ଆସିଥିଲା। ବିବାହ ପରେ ଅମରେଶ କାମ କରିବାକୁ ବିଦେଶ ଯାଇଥିଲେ। ସ୍ୱାମୀଙ୍କ ଅନୁପସ୍ଥିତିରେ ମଧୁସ୍ମିତା ଅନ୍ୟ ପୁରୁଷଙ୍କ ସହ ମିଳାମିଶା କରୁଥିବା କହିଛନ୍ତି ଶାଶୁଘର ଲୋକେ।

ଏହାକୁ ନେଇ ପୂର୍ବରୁ ସେମାନେ ପ୍ରତିବାଦ କରିଥିଲେ। କରୋନା ସମୟରେ ପଞ୍ଜାବରୁ ଚାକିରି ଛାଡ଼ି ଘରକୁ ଆସିଥିବା ମଧୁସ୍ମିତାଙ୍କ ଦେଡ଼ଶୁର ମଧ୍ୟ ଏହାକୁ ବିରୋଧ କରିଥିଲେ। ଉତକ୍ଷିପ୍ତ ହୋଇ ମଧୁସ୍ମିତା ଗୁଣ୍ଡା ଲଗାଇ ଦେଡ଼ଶୁର ଓ ଯା’ଙ୍କୁ ମାଡ଼ ମାରିଥିବା ଅଭିଯୋଗ କରିଛନ୍ତି ଶାଶୁଘର ଲୋକେ। ଅନ୍ୟପଟେ ଗୁରୁବାର ଗାଁ କୋଠଘରେ ମଧୁସ୍ମିତାଙ୍କୁ ଶାଶୁଘର ଲୋକେ ମାଡ଼ ମାରୁଥିଲେ। ପୋଲିସ ମଧୁସ୍ମିତାଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଥିଲା। ଶାଶୁଘର ଲୋକେ ତାଙ୍କୁ ଯୌତୁକ ପାଇଁ ମାଡ଼ ମାରୁଥିବା ମଧୁସ୍ମିତା ଅଭିଯୋଗ କରିଥିବା ବେଳେ ପୋଲିସ ଦେଡ଼ଶୁରଙ୍କୁ ଅଟକ ରଖିଛି। ସେପଟେ ତାଙ୍କ ଚରିତ୍ର ବିଷୟରେ ଶାଶୁଘର ଲୋକେ ମିଛ କହୁଥିବା କହିଛନ୍ତି ମଧୁସ୍ମିତା।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ପରଲୋକରେ କୋରେଇର ପୂର୍ବତନ ବିଧାୟକା ସଞ୍ଚିତା ମହାନ୍ତି 🔴 ଜେଇଙ୍କ ଘରେ ଭିଜିଲାନ୍ସ ରେଡ୍‌ 🔴 ନାବାଳିକା ଦୁଷ୍କର୍ମ ଘଟଣା, ୬ଘଣ୍ଟିଆ ଚାନ୍ଦବାଲି ବନ୍ଦ 🔴 ରାଜ୍ୟରେ ଘନ କୁହୁଡ଼ି, ଯାତାୟାତ ବାଧାପ୍ରାପ୍ତ 🔴 ଧରାପୃଷ୍ଠରେ ଅବତରଣ କଲେ ପ୍ରଭୁ ଯୀଶୁଖ୍ରୀଷ୍ଟ 🔴 ବଡ଼ଦିନରୁ ଆହୁରି ଥରିବ ପୂରା ଓଡ଼ିଶା 🔴 ଆଜି ମୁଖ୍ୟମନ୍ତ୍ରୀଙ୍କ ଖରିଫ ଧାନ ସଂଗ୍ରହ ସମୀକ୍ଷା 🔴 କମୁଛି ପାରଦ, ଜାଡ଼ରେ ଥରୁଛି ଓଡ଼ିଶା 🔴 ରକ୍ତ ରଞ୍ଜିତ ହେଲା ଶୁଲିଆ ପୀଠ 🔴 ଥାନା ଅଧିକାରୀଙ୍କୁ ଗାଡ଼ି ଚଢ଼ାଇ ହତ୍ୟା ଉଦ୍ୟମ 🔴 ପରଲୋକରେ କୋରେଇର ପୂର୍ବତନ ବିଧାୟକା ସଞ୍ଚିତା ମହାନ୍ତି 🔴 ଜେଇଙ୍କ ଘରେ ଭିଜିଲାନ୍ସ ରେଡ୍‌ 🔴 ନାବାଳିକା ଦୁଷ୍କର୍ମ ଘଟଣା, ୬ଘଣ୍ଟିଆ ଚାନ୍ଦବାଲି ବନ୍ଦ 🔴 ରାଜ୍ୟରେ ଘନ କୁହୁଡ଼ି, ଯାତାୟାତ ବାଧାପ୍ରାପ୍ତ 🔴 ଧରାପୃଷ୍ଠରେ ଅବତରଣ କଲେ ପ୍ରଭୁ ଯୀଶୁଖ୍ରୀଷ୍ଟ 🔴 ବଡ଼ଦିନରୁ ଆହୁରି ଥରିବ ପୂରା ଓଡ଼ିଶା 🔴 ଆଜି ମୁଖ୍ୟମନ୍ତ୍ରୀଙ୍କ ଖରିଫ ଧାନ ସଂଗ୍ରହ ସମୀକ୍ଷା 🔴 କମୁଛି ପାରଦ, ଜାଡ଼ରେ ଥରୁଛି ଓଡ଼ିଶା 🔴 ରକ୍ତ ରଞ୍ଜିତ ହେଲା ଶୁଲିଆ ପୀଠ 🔴 ଥାନା ଅଧିକାରୀଙ୍କୁ ଗାଡ଼ି ଚଢ଼ାଇ ହତ୍ୟା ଉଦ୍ୟମ