ବିକାଶ ଲକ୍ଷ୍ୟରେ ବୈଠକ

କାକଟପୁର (ବଡ଼ ଖବର ବ୍ୟୁରୋ): କାକଟପୁର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ନେହରୁ ଯୁବକେନ୍ଦ୍ର ପକ୍ଷରୁ ଯୁବ ସଂଗଠନ ବିକାଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯଇଛି। ଆଗାମୀ ଦିନରେ ଯୁବପିଢ଼ି ସେମାନଙ୍କ ଭବିଷ୍ୟତକୁ କିପରି ଉନ୍ନତ ଓ ବିକାଶିତ କରି ନିଜକୁ ସଫଳ କରିପାରିବେ ବୈଠକରେ ଆଲୋଚନା ହୋଇଥିଲା ।
ଏହି ବୈଠକରେ ମୁଖ୍ୟ ଅତିଥି ଭାବେ କାକଟପୁର ବିଡିଓ ସୁଧୀର କୁମାର ନାୟକ, ମୁଖ୍ୟ ବକ୍ତା ଭାବେ ଲଳିତ କୁମାର ରଥ, ସମ୍ମାନୀତ ଅତିଥିଭାବେ ସମାଜସେବୀ ଦିଲୀପ କୁମାର ବରାଳ ଏବଂ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ସମ୍ପାଦକ ବିଜୟ କୁମାର ବିଶ୍ୱାଳ ଯୋଗଦେଇଥିଲେ।
ମୁଖ୍ୟ ଅତିଥି ସୁଧୀର କୁମାର ନାୟକ ସମାଜସେବାରେ ହିଁ ବାସ୍ତବ ଆତ୍ମସନ୍ତୋଷ ଲାଭ ହୋଇଥାଏ ବୋଲି କହିଥିଲେ । ମୁଖ୍ୟବକ୍ତା ଲଳିତ କୁମାର ରଥ ଯୁବକ ଯୁବତୀମାନଙ୍କୁ ସଂଗଠିତ ହେବାର ମାର୍ଗ ଦର୍ଶାଇଥିଲେ । ସମାଜସେବୀ ଦିଲୀପ କୁମାର ବରାଳ ଓ ଶିଶୁ ମନ୍ଦିର ସମ୍ପାଦକ ବିଜୟ କୁମାର ବିଶ୍ୱାଳ ଯୁବକମାନଙ୍କୁ ଆତ୍ମନିର୍ଭର ହେବା ନିମନ୍ତେ ଆହ୍ୱାନ କରିଥିଲେ । ଏହି କାର୍ଯ୍ୟକ୍ରମରେ କାକଟପୁର ବ୍ଲକର ସମସ୍ତ ପଞ୍ଚାୟତରୁ ବହୁ ସଂଖ୍ୟାରେ ଯୁବକମାନେ ଯୋଗଦେଇଥିଲେ। କାର୍ଯ୍ୟକ୍ରମକୁ ବିଶ୍ୱଜିତ ମିଶ୍ର ଓ ଅଭିଜିତ ବେହେରା ସମ୍ପାଦିତ କରିଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’