Masthead

ବିକାଶ ଲକ୍ଷ୍ୟରେ ବୈଠକ

କାକଟପୁର (ବଡ଼ ଖବର ବ୍ୟୁରୋ): କାକଟପୁର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ନେହରୁ ଯୁବକେନ୍ଦ୍ର ପକ୍ଷରୁ ଯୁବ ସଂଗଠନ ବିକାଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯଇଛି। ଆଗାମୀ ଦିନରେ ଯୁବପିଢ଼ି ସେମାନଙ୍କ ଭବିଷ୍ୟତକୁ କିପରି ଉନ୍ନତ ଓ ବିକାଶିତ କରି ନିଜକୁ ସଫଳ କରିପାରିବେ ବୈଠକରେ ଆଲୋଚନା ହୋଇଥିଲା ।
ଏହି ବୈଠକରେ ମୁଖ୍ୟ ଅତିଥି ଭାବେ କାକଟପୁର ବିଡିଓ ସୁଧୀର କୁମାର ନାୟକ, ମୁଖ୍ୟ ବକ୍ତା ଭାବେ ଲଳିତ କୁମାର ରଥ, ସମ୍ମାନୀତ ଅତିଥିଭାବେ ସମାଜସେବୀ ଦିଲୀପ କୁମାର ବରାଳ ଏବଂ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ସମ୍ପାଦକ ବିଜୟ କୁମାର ବିଶ୍ୱାଳ ଯୋଗଦେଇଥିଲେ।
ମୁଖ୍ୟ ଅତିଥି ସୁଧୀର କୁମାର ନାୟକ ସମାଜସେବାରେ ହିଁ ବାସ୍ତବ ଆତ୍ମସନ୍ତୋଷ ଲାଭ ହୋଇଥାଏ ବୋଲି କହିଥିଲେ । ମୁଖ୍ୟବକ୍ତା ଲଳିତ କୁମାର ରଥ ଯୁବକ ଯୁବତୀମାନଙ୍କୁ ସଂଗଠିତ ହେବାର ମାର୍ଗ ଦର୍ଶାଇଥିଲେ । ସମାଜସେବୀ ଦିଲୀପ କୁମାର ବରାଳ ଓ ଶିଶୁ ମନ୍ଦିର ସମ୍ପାଦକ ବିଜୟ କୁମାର ବିଶ୍ୱାଳ ଯୁବକମାନଙ୍କୁ ଆତ୍ମନିର୍ଭର ହେବା ନିମନ୍ତେ ଆହ୍ୱାନ କରିଥିଲେ । ଏହି କାର୍ଯ୍ୟକ୍ରମରେ କାକଟପୁର ବ୍ଲକର ସମସ୍ତ ପଞ୍ଚାୟତରୁ ବହୁ ସଂଖ୍ୟାରେ ଯୁବକମାନେ ଯୋଗଦେଇଥିଲେ। କାର୍ଯ୍ୟକ୍ରମକୁ ବିଶ୍ୱଜିତ ମିଶ୍ର ଓ ଅଭିଜିତ ବେହେରା ସମ୍ପାଦିତ କରିଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ