ଟାଟାପାୱାର କର୍ମଚାରୀଙ୍କୁ ପମ୍ପହାଉସରେ ତାଲା ପକାଇଲେ ଗ୍ରାମବାସୀ

ଚୌଦ୍ୱାର (ବଡ଼ ଖବର ବ୍ୟୁରୋ): ବିଜୁଳି କାଟକୁ ନେଇ ପଂଚାୟତକୁ ପାନୀୟ ଜଳ ଯୋଗାଣ ବନ୍ଦ । ଗ୍ରାମବାସୀ ମାନେ ପାଞ୍ଚ ଜଣ ଟାଟା ପାୱାର କର୍ମଚାରୀଙ୍କୁ ପମ୍ପ ହାଉସରେ ତାଲା ପକାଇଲେ । କଟକ ଜିଲ୍ଲା ଟାଙ୍ଗୀ ଚୌଦ୍ୱାର ବ୍ଲକର ନଖରା ପଂଚାୟତର ଅଲାରପୁର ଗ୍ରାମ ନିକଟରେ ଥିବା ପମ୍ପ ହାଉସରୁ ଟାଟା ପାୱାର କର୍ମଚାରୀ ବିଜୁଳି କନେକ୍ସନ କାଟି ଦେବାରୁ ନିକଟସ୍ଥ ପାଞ୍ଚଟି ଗାଁକୁ ଚାରି ଦିନ ହେବ ପାନୀୟ ଜଳ ଯୋଗାଣ ଠପ ହୋଇଯାଇଥିଲା । ଏହାକୁ ବିରୋଧ କରି ଗ୍ରାମବାସୀ ମାନେ ଟାଟା ପାୱାର କିଛି କର୍ମଚାରୀଙ୍କୁ ପମ୍ପ ହାଉସ ଭିତରେ ତାଲା ପକେଇବା ଘଟଣା ଅଂଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।

ଘଟଣାସ୍ଥଳରେ ଚୌଦ୍ୱାର ପୋଲିସ ଓ ସ୍ଥାନୀୟ ସରପଞ୍ଚଙ୍କ ପ୍ରତିନିଧି ପହଂଚି ଗ୍ରାମବାସୀଙ୍କୁ ବୁଝାସୁଝା କରିଥିଲେ । ଟାଟା ପାୱାର କର୍ମଚାରୀମାନଙ୍କ ସହିତ ଆଲୋଚନା କରି ସରପଞ୍ଚଙ୍କ ପ୍ରତିନିଧି ଚାରି ଲକ୍ଷ ଟଙ୍କାର ଚେକ ଦେବାରୁ ଘଣ୍ଟାଏ ଭିତରେ ବିଜୁଳି କନେକ୍ସନ ଆସିବ ବୋଲି ଜାଣିବା ପରେ ଗ୍ରାମବାସୀ ମାନେ ଟାଟା ପାୱାର କର୍ମଚାରୀ ମାନଂକୁ ଛାଡିଥିଲେ । ଅନ୍ୟପକ୍ଷରେ ବର୍ତମାନର ଚୌଦ୍ୱାର ଅଂଚଳରେ ୪୨୧ କୋଟି ଟଙ୍କା ର ପାନୀୟ ଜଳ ପ୍ରକଳ୍ପ ଉଦଘାଟନ ହୋଇଥିଲା ବେଳେ ଟାଟା ପାୱାର ଏହି ପ୍ରକଳ୍ପ ଗୁଡିକ ପାଇଁ ବାଧା ସୃଷ୍ଟି କରିବ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ର ବିଷୟ ପାଲଟିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ