Masthead

ନାବାଳିକା ଦୁଷ୍କର୍ମ ଘଟଣା, ୬ଘଣ୍ଟିଆ ଚାନ୍ଦବାଲି ବନ୍ଦ

ଚାନ୍ଦବାଲି (ବଡ଼ ଖବର ବ୍ୟୁରୋ): ଭଦ୍ରକ ଜିଲ୍ଲା ଚାନ୍ଦବାଲିରେ ଘଟିଥିବା ନାବାଳିକା ଦୁଷ୍କର୍ମ ପରେ ହତ୍ୟା ଘଟଣା ସାରା ଅଞ୍ଚଳକୁ ଛାତି ଥରେଇ ଦେଇଛି। ଘଟଣାକୁ ନେଇ ତୀବ୍ର ଜନ ଅସନ୍ତୋଷ ମଧ୍ୟରେ ବିଜୁ ଜନତା ଦଳ ଓ କଂଗ୍ରେସ ପକ୍ଷରୁ ଆଜି ଚାନ୍ଦବାଲିରେ ୬ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଥିଲା। ଯଦିଓ ପୋଲିସ ଘଟଣାର ୨୪ ଘଣ୍ଟା ଭିତରେ ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରିଛି, ତଥାପି ଏବେବି ଚାନ୍ଦବାଲି ଅଶାନ୍ତ ଲାଗି ରହିଛି। ନାବାଳିକା ଦୁଷ୍କର୍ମ ପରେ ହତ୍ୟା ଭଳି ଜଘନ୍ୟ ଘଟଣାକୁ ନେଇ ଆଜି ଚାନ୍ଦବାଲିବାସୀ ମର୍ମାହତ। ବିଜେଡି ଓ କଂଗ୍ରେସ ଦଳର ୬ ଘଣ୍ଟିଆ ବନ୍ଦ ଡାକରାରେ ସକାଳ ୬ଟାରୁ ଦିବା ୧୨ଟା ପର୍ୟ୍ୟନ୍ତ ଚାନ୍ଦବାଲି ସହର ସହିତ ଘଣ୍ଟେଶ୍ୱର, ମୋତୋ, ଦିଗଛିଆ, ଗଦି ଏବଂ ଆଖପାଖ ଅଞ୍ଚଳରେ ଜନଜୀବନ ଠପ୍ ହୋଇଯାଇଛି । ବନ୍ଦ ପାଇଁ ଦୋକାନ, ବଜାର, ବ୍ୟାଙ୍କ ଓ ବେସରକାରୀ କାର୍ଯ୍ୟାଳୟ ଅଧିକାଂଶ ସମୟ ବନ୍ଦ ରହିଥିଲା।

ଯାନବାହନ ଚଳାଚଳ କମ ଥିବାରୁ ସାଧାରଣ ଲୋକେ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ବନ୍ଦ ସମୟରେ ବିଜେଡି ଓ କଂଗ୍ରେସ କର୍ମୀମାନେ ଚାନ୍ଦବାଲିର ମୁଖ୍ୟ ଛକ ଓ ଗୁରୁତ୍ୱପୂର୍ଣ୍ଣ ରାସ୍ତାରେ ପିକେଟିଂ କରି ସରକାର ଓ ପୋଲିସ ପ୍ରଶାସନ ବିରୋଧରେ ଜୋରଦାର ନାରାବାଜି କରିଥିଲେ। ଏହି ଘଟଣାରେ ପୋଲିସ ୨୪ ଘଣ୍ଟା ଭିତରେ ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ହୋଇଥିବା ମୁଖ୍ୟ ଅଭିଯୁକ୍ତ ହେଉଛନ୍ତି ଚାନ୍ଦବାଲି ବ୍ଲକ ବାଲି ଗାଁ ରାମପଲି ବାସିନ୍ଦା ସତ୍ୟବ୍ରତ ଦାସ। ଅଭିଯୁକ୍ତଙ୍କୁ ଧରି ପୋଲିସ ତଦନ୍ତ ଆରମ୍ଭ କରିଥିବା କହିଛି। ରାଜ୍ୟ ସରକାର ନାବାଳିକା ପରିବାରକୁ ୧୦ଲକ୍ଷ ଟଙ୍କା ସହାୟତା ରାଶି ଘୋଷଣା କରିଛନ୍ତି। ତେବେ ଗିରଫ ସତ୍ତ୍ୱେ ମଧ୍ୟ ଅଞ୍ଚଳରେ ଅଶାନ୍ତି ଜାରି ରହିଛି। ଘଟଣାରେ ଆଉ କେହି ସଂପୃକ୍ତ ଅଛନ୍ତି କି ନାହିଁ, ସେଥିପାଇଁ ତଦନ୍ତ ଦାବି କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 PUCC ବୀମା ନଥିଲେ ଧରିବ ଇ ଡିଟେକ୍ସନ 🔴 ଆହୁରି ତୀବ୍ର ହେଲା ଇରାନ୍-ଆମେରିକା ଯୁଦ୍ଧ 🔴 ୯ ତାରିଖରୁ ରାଜ୍ୟରେ ବଢ଼ିବ ବର୍ଷା 🔴 ସର୍ପାଘାତ ପରେ ସାପକୁ ଧରି ହସ୍ପିଟାଲ ପହଞ୍ଚିଲେ ଯୁବକ 🔴 ଛାତ୍ର ଦୁର୍ଘଟଣା ସହାୟତାକୁ ନେଇ ନୂଆ ନିର୍ଦ୍ଦେଶାବଳୀ 🔴 ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା 🔴 ପ୍ୟାସେଞ୍ଜର ବିମାନ ଉଡ଼ାଇବେ ଅଭିନନ୍ଦନ 🔴 ଭୋଟର ଲିଷ୍ଟରୁ ରାଘବ ଚଢ଼ାଙ୍କ ନାଁ ଗାଏବ 🔴 ମାଫିଆଙ୍କ ଟାର୍ଗେଟରେ କଇଁଛ 🔴 ଉତ୍ତର ଓଡ଼ିଶାରେ ପୁଣି ବନ୍ୟା ସ୍ଥିତି 🔴 PUCC ବୀମା ନଥିଲେ ଧରିବ ଇ ଡିଟେକ୍ସନ 🔴 ଆହୁରି ତୀବ୍ର ହେଲା ଇରାନ୍-ଆମେରିକା ଯୁଦ୍ଧ 🔴 ୯ ତାରିଖରୁ ରାଜ୍ୟରେ ବଢ଼ିବ ବର୍ଷା 🔴 ସର୍ପାଘାତ ପରେ ସାପକୁ ଧରି ହସ୍ପିଟାଲ ପହଞ୍ଚିଲେ ଯୁବକ 🔴 ଛାତ୍ର ଦୁର୍ଘଟଣା ସହାୟତାକୁ ନେଇ ନୂଆ ନିର୍ଦ୍ଦେଶାବଳୀ 🔴 ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା 🔴 ପ୍ୟାସେଞ୍ଜର ବିମାନ ଉଡ଼ାଇବେ ଅଭିନନ୍ଦନ 🔴 ଭୋଟର ଲିଷ୍ଟରୁ ରାଘବ ଚଢ଼ାଙ୍କ ନାଁ ଗାଏବ 🔴 ମାଫିଆଙ୍କ ଟାର୍ଗେଟରେ କଇଁଛ 🔴 ଉତ୍ତର ଓଡ଼ିଶାରେ ପୁଣି ବନ୍ୟା ସ୍ଥିତି