Masthead

ପାଣି ସମସ୍ୟାକୁ ନେଇ ରାସ୍ତା ଅବରୋଧ

ନରସିଂହପୁର (ବଡ଼ ଖବର ବ୍ୟୁରୋ): ପାଣି ସମସ୍ୟାକୁ ନେଇ ରାସ୍ତା ଅବରୋଧ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି କଟକ ଜିଲ୍ଲା ନରସିଂହପୁର ବ୍ଲକ୍ ଏକଡାଳ ପଞ୍ଚାୟତର କୈବର୍ତ୍ତ ସାହିରେ । ଗ୍ରାମବାସୀ ମାନେ ଦୀର୍ଘ ଦିନ ଧରି ପିଇବା ପାଣି ପାଇଁ ଅସୁବିଧାର ସମ୍ମୁଖିନ ହେଉଥିବା ନେଇ ଆଜି ନରସିଂହପୁର ନୟାଗଡ଼ ମୁଖ୍ୟ ରାସ୍ତା ଅବରୋଧ କରିଛନ୍ତି। ଗ୍ରାମବାସୀଙ୍କ କହିବା ଅନୁଯାୟୀ ବାରମ୍ବାର ପ୍ରଶାସନ ଓ ବିଧାୟକ ଦେବୀ ପ୍ରସାଦ ମିଶ୍ରଙ୍କୁ ଅଭିଯୋଗ କରିବା ପରେ ମଧ୍ୟ ଆଜି ପର୍ଯ୍ୟନ୍ତ ପିଇବା ପାଣି ସମସ୍ୟାର ସମାଧାନ ହୋଇପାରିନାହିଁ।

ଗତ କିଛି ଦିନ ତଳେ ଗ୍ରାମର ଶତାଧିକ ମହିଳା ନରସିଂହପୁର ବିଡ଼ିଓଙ୍କୁ ଅଭିଯୋଗ କରିଥିଲେ। ବିଡିଓ ପ୍ରତିଶ୍ରୁତ ଦେଇଥିଲେ ୧୫ ଦିନ ମଧ୍ୟରେ ସମସ୍ୟାର ସମାଧାନ ହେବ ବୋଲି । ହେଲେ ଆଜିକୁ ୨୫ ଦିନ ହୋଇ ଥିଲେ ମଧ୍ୟ ପିଇବା ପାଣିର ସମସ୍ୟା ସମାଧାନ ନହେବା ଯୋଗୁଁ ବାଧ୍ୟ ହୋଇ ଆଜି ଗ୍ରାମବାସୀମାନେ ରାସ୍ତା ଅବରୋଧ କରାଯାଇଛି। ଏହି ରାସ୍ତା ଅବରୋଧ ଯୋଗୁଁ ସାଧାରଣ ଲୋକମାନଙ୍କର ଯାତାୟାତ କରିବାରେ ଅସୁବିଧାର ସମ୍ମୁଖିନ ହୋଇଛନ୍ତି।

ଘଟଣା ସ୍ଥଳରେ କାନପୁର ପୋଲିସ୍ ଓ ନରସିଂହପୁର ବିଡ଼ିଓ ପହଞ୍ଚି ଲୋକମାନଙ୍କୁ ବୁଝାସୁଝା କରୁଥିଲେ ମଧ୍ୟ ଜିଦରେ ଅଟଳ ଅଛନ୍ତି ଗ୍ରାମବାସ । ପିଇବା ପାଣି ସମସ୍ୟାର ସମାଧାନ ନହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି କହିଛନ୍ତି ଗ୍ରାମବାସୀ।।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ