Before Header

ସମ୍ବଲପୁରରେ ପରୀକ୍ଷା ପାଇଁ ୩ ଘଣ୍ଟା କର୍ଫ୍ୟୁ କୋହଳ

0 25

ସମ୍ବଲପୁର (ବଡ଼ ଖବର ବ୍ୟୁରୋ): ସମ୍ବଲପୁରରେ ସାମ୍ପ୍ରଦାୟିକ ହିଂସା ଘଟଣା । ସହରରେ ଜାରି ରହିଛି କର୍ଫ୍ୟୁ । ଛକ ଛକରେ ପଇଁତରା ମାରୁଛି ପୋଲିସ । ହେଲେ ପରୀକ୍ଷା ଯୋଗୁଁ ବିଦ୍ୟାର୍ଥୀଙ୍କ ପାଇଁ ୩ ଘଂଟା କଫୁ୍ୟ କୋହଳ କରିଛି ପ୍ରଶାସନ । ସକାଳ ୭ଟା ୩୦ରୁ ୧୦ଟା ୩୦ ପର୍ୟ୍ୟନ୍ତ କର୍ଫ୍ୟୁକୁ କୋହଳ କରାଯାଇଛି । ବସଷ୍ଟାଣ୍ଡ ଓ ରେଳ ଷ୍ଟେସନରୁ ବସ ଯୋଗେ ନେବା ଆଣିବା କରିବ ପ୍ରଶାସନ ।

ୟୁପିଏସସି ପରୀକ୍ଷା ପାଇଁ ଛାତ୍ରଛାତ୍ରୀ ଆଡମିଟ୍ କାର୍ଡ ଦେଖାଇ ପରୀକ୍ଷା ସେଣ୍ଟରକୁ ଯାଇପାରିବେ ବିଦ୍ୟାର୍ଥୀ । ଛାତ୍ରଛାତ୍ରୀଙ୍କ ପାଇଁ ଖାଇବା ପିଇବାର ବ୍ୟବସ୍ଥା ମଧ୍ୟ ପ୍ରଶାସନ ପକ୍ଷରୁ କରାଯାଇଛି । ଏହାପରେ ପୁଣି ଅପରାହ୍ନ ୪ଟାରୁ ୬ଟା ପର୍ଯ୍ୟନ୍ତ କର୍ଫ୍ୟୁକୁ କୋହଳ କରାଯିବ । ଏହି ସମୟରେ ଲୋକେ ନିଜର ଅତ୍ୟାବଶ୍ୟକ ସାମଗ୍ରୀ ବାହାରକୁ ଆସି ନେଇପାରିବେ ।

Leave A Reply

Your email address will not be published.