Masthead

ନରେନ୍ଦ୍ର ମୋଦିଙ୍କ ନାଁରେ ଆସୁଛି ଆଉ ଏକ ଫିଲ୍ମ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନେଇ ତିଆରି ହେବ ଆଉ ଏକ ଚଳଚ୍ଚିତ୍ର ‘ଏକ୍ ୱାର୍ ନରେନ୍’ । ଏହା ମୋଦିଙ୍କ ଜନ୍ମଦିନରେ ମୁକ୍ତିଲାଭ କରିବ । ଏହି ଫିଲ୍ମରେ ମୋଦିଙ୍କ ଭୂମିକାରେ ଅଭିନୟ କରିବେ ମହାଭାରତ ଧାରାବାହିକର ଯୁଧିଷ୍ଠିର ଚରିତ୍ରରେ ନଜର ଆସିଥିବା ଗଜେନ୍ଦ୍ର ଚୌହାନ୍ । ମିଲନ୍ ଭୌମିକ୍ଙ୍କ ନିର୍ଦ୍ଦେଶନାରେ ମୁକ୍ତିଲାଭ କରିବାକୁ ଥିବା ଏହି ଚଳଚ୍ଚିତ୍ରକୁ ନେଇ ଗଜେନ୍ଦ୍ର ଖୁବ୍ ଉତ୍ସାହିତ ଅଛନ୍ତି । ଏଥିସହ ସେ ମୋଦିଙ୍କ ଭୂମିକାକୁ ନିଖୁଣ ଭାବେ ଉପସ୍ଥାପନ କରିବେ ବୋଲି କହିଛନ୍ତି । ପ୍ରଥମେ ନରେନ୍ଦ୍ରନାଥ ଦତ୍ତ ବା ସ୍ୱାମୀ ବିବେକାନନ୍ଦ କିଭଳି ସାରା ବିଶ୍ୱରେ ଭାଇଚାରାର ଏକ ପ୍ରତୀକ ଭାବେ ଉଭା ହୋଇଥିଲେ ତା’ଉପରେ ଦେଖାଯିବ ।

ଅନ୍ୟପଟେ ସଂପ୍ରତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭାଇଚାରା ବାର୍ତ୍ତାକୁ ନେଇ ଏହି ଫିଲ୍ମ ନିର୍ମାଣ କରାଯାଇଛି । ତେବେ ଏହି ଫିଲ୍ମର ମୁକ୍ତିଲାଭ ତାରିଖକୁ ନେଇ ବିବାଦ ଦେଖାଦେଇଛି । ଆସନ୍ତା ସେପ୍ଟେମ୍ବର ୧୭ରେ ରିଲିଜ୍ ହେବା ପାଇଁ ଧାର୍ଯ୍ୟ ହୋଇଛି । ମାତ୍ର ସେହି ସମୟରେ ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ଚାଲୁଥିବାରୁ ତାରିଖକୁ ନେଇ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି । ଏହି ଫିଲ୍ମ ଗୁଜୁରାଟ ଓ କୋଲକାତାରେ ସୁଟିଂ କରାଯିବ । ଗତବର୍ଷ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜୀବନ କାହାଣୀକୁ ନେଇ ନିର୍ମାଣ ହୋଇଥିଲା ଫିଲ୍ମ ଏବଂ ୱେବ୍ ସିରିଜ୍ । ଫିଲ୍ମରେ ବିବେକ ଓବରୟ ଅଭିନୟ କରିଥିବା ବେଳେ ସିରିଜରେ ମହେଶ ଠାକୁରଙ୍କ ଦମଦାର୍ ଅନ୍ଦାଜ ଦେଖିବାକୁ ମିଳିଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା