Masthead

ନରେନ୍ଦ୍ର ମୋଦିଙ୍କ ନାଁରେ ଆସୁଛି ଆଉ ଏକ ଫିଲ୍ମ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନେଇ ତିଆରି ହେବ ଆଉ ଏକ ଚଳଚ୍ଚିତ୍ର ‘ଏକ୍ ୱାର୍ ନରେନ୍’ । ଏହା ମୋଦିଙ୍କ ଜନ୍ମଦିନରେ ମୁକ୍ତିଲାଭ କରିବ । ଏହି ଫିଲ୍ମରେ ମୋଦିଙ୍କ ଭୂମିକାରେ ଅଭିନୟ କରିବେ ମହାଭାରତ ଧାରାବାହିକର ଯୁଧିଷ୍ଠିର ଚରିତ୍ରରେ ନଜର ଆସିଥିବା ଗଜେନ୍ଦ୍ର ଚୌହାନ୍ । ମିଲନ୍ ଭୌମିକ୍ଙ୍କ ନିର୍ଦ୍ଦେଶନାରେ ମୁକ୍ତିଲାଭ କରିବାକୁ ଥିବା ଏହି ଚଳଚ୍ଚିତ୍ରକୁ ନେଇ ଗଜେନ୍ଦ୍ର ଖୁବ୍ ଉତ୍ସାହିତ ଅଛନ୍ତି । ଏଥିସହ ସେ ମୋଦିଙ୍କ ଭୂମିକାକୁ ନିଖୁଣ ଭାବେ ଉପସ୍ଥାପନ କରିବେ ବୋଲି କହିଛନ୍ତି । ପ୍ରଥମେ ନରେନ୍ଦ୍ରନାଥ ଦତ୍ତ ବା ସ୍ୱାମୀ ବିବେକାନନ୍ଦ କିଭଳି ସାରା ବିଶ୍ୱରେ ଭାଇଚାରାର ଏକ ପ୍ରତୀକ ଭାବେ ଉଭା ହୋଇଥିଲେ ତା’ଉପରେ ଦେଖାଯିବ ।

ଅନ୍ୟପଟେ ସଂପ୍ରତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭାଇଚାରା ବାର୍ତ୍ତାକୁ ନେଇ ଏହି ଫିଲ୍ମ ନିର୍ମାଣ କରାଯାଇଛି । ତେବେ ଏହି ଫିଲ୍ମର ମୁକ୍ତିଲାଭ ତାରିଖକୁ ନେଇ ବିବାଦ ଦେଖାଦେଇଛି । ଆସନ୍ତା ସେପ୍ଟେମ୍ବର ୧୭ରେ ରିଲିଜ୍ ହେବା ପାଇଁ ଧାର୍ଯ୍ୟ ହୋଇଛି । ମାତ୍ର ସେହି ସମୟରେ ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ଚାଲୁଥିବାରୁ ତାରିଖକୁ ନେଇ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି । ଏହି ଫିଲ୍ମ ଗୁଜୁରାଟ ଓ କୋଲକାତାରେ ସୁଟିଂ କରାଯିବ । ଗତବର୍ଷ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜୀବନ କାହାଣୀକୁ ନେଇ ନିର୍ମାଣ ହୋଇଥିଲା ଫିଲ୍ମ ଏବଂ ୱେବ୍ ସିରିଜ୍ । ଫିଲ୍ମରେ ବିବେକ ଓବରୟ ଅଭିନୟ କରିଥିବା ବେଳେ ସିରିଜରେ ମହେଶ ଠାକୁରଙ୍କ ଦମଦାର୍ ଅନ୍ଦାଜ ଦେଖିବାକୁ ମିଳିଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ