Masthead

ପଶ୍ଚିମବଙ୍ଗ ନିର୍ବାଚନରେ ଫିଲ୍ମ ତାରକାଙ୍କ ଚାହିଦା ବେଶି

କୋଲକତା (ବଡ ଖବର ବ୍ୟୁରୋ): ନିର୍ବାଚନ ଆସିଲେ ବଙ୍ଗଳା ଚଳଚ୍ଚିତ୍ର ଶିଳ୍ପ ଚଳଚଞ୍ଚଳ ହୋଇ ଉଠେ । ଲୋକସଭା ହେଉ ବା ବିଧାନସଭା, ପ୍ରତିଟି ନିର୍ବାଚନରେ ଚଳଚିତ୍ର ତାରକାମାନଙ୍କର ଗୁରୁତ୍ୱ ବେଶ ବଢିଯାଏ । ବିଭିନ୍ନ ରାଜନୌତିକ ଦଳର ପ୍ଲାଟଫର୍ମରେ ଏହି ଫିଲ୍ମ ତାରକାମାନେ ରାଜ କରନ୍ତି । ହେମନ୍ତ କୁମାର, ସାଲିଲ ଚୌଧିରୀ, ଏସଡି ବର୍ମନ, ଆରଡି ବର୍ମନ, ମାନ୍ନା ଦେ, କିଶୋର କୁମାରଙ୍କ ପରି ଖ୍ୟାତାନାମା ଫିଲ୍ମ ହସ୍ତୀ ବଙ୍ଗଳା ନିର୍ବାଚନରେ ପ୍ରମୁଖ ଭୂମିକା ଗ୍ରହଣ କରିଆସିଛନ୍ତି । ଏମାନେ ସିଧାସଳଖ କୌଣସି ପଲିଟିକାଲ ପ୍ଲାର୍ଟଫମରେ ଦୃଷ୍ଟି ଗୋଚର ହୋଇନଥିଲେ ମଧ୍ୟ ପ୍ରଚ୍ଚ୍ଥଦ ପଟରେ ରହି ତିଆରି କରିଛନ୍ତି ଅନେକ ନେତ।। ଏକଦା ନିର୍ବାଚନ ଆସିଲେ ଏହି ଫିଲ୍ମି ହସ୍ତୀ ମାନଙ୍କ ପାଖରେ ନେତାମାନଙ୍କର ଲମ୍ବା ଧାଡି ଲାଗୁଥିଲା । ଏହି ଧାରା ଏବେ ମଧ୍ୟ ଜାରି ରହିଛି ।

ପ୍ରତିଦିନ କେହି ନା କେହି ଫିଲ୍ମ ଷ୍ଟାର ରାଜନୌତିକ ଦଳରେ ଯୋଗ ଦେଉଛନ୍ତି । ଟିଏମସି ଓ ବିଜେପିର ବିଭିନ୍ନ ନିର୍ବାଚନ ପେଣ୍ଡାଲରେ ବଙ୍ଗଳା ଅଭିନେତ୍ରୀ ଓ ଅଭିନେତାମାନଙ୍କୁ ଦେଖିବାକୁ ମିଳୁଛି । ବଙ୍ଗଳା ଫିଲ୍ମ ଦୁନିଆର ଲାସ୍ୟମୟୀ ନାୟିକା ସାୟନ୍ତିକା ବାନାର୍ଜୀ ଟିଏମସିରେ ଯୋଗ ଦେଇଛନ୍ତି । ସେହିପରି ସୌରଭ ଦାସ ପ୍ରିୟା ସେନଗୁପ୍ତା, କୈଷିକ ମୁଖାର୍ଜୀ, ଦୀପନ ଦେ,ଭାରତ କଲ୍ , ଜୁନ୍ ମାଲିଆ, ସାଇନ ଘୋଷ ପ୍ରମୁଖ ୧୫ ଫିଲ୍ମ ଅଭିନେତା ଓ ଅଭିନେତ୍ରୀ ଟିଏମସିରେ ଯୋଗ ଦେଇଛନ୍ତି । ଏମାନଙ୍କୁ ଦେଖିବା ପାଇଁ ନିର୍ବାଚନର ସଭାଗୁଡିକରେ ପ୍ରବଳ ଜନ ସମାଙ୍ଗମ ହେଉଛି । ବିଜେପି ମଧ୍ୟ ପଛରେ ପଡିନାହିଁ । ଶ୍ରାବଣ ଚାର୍ଟଜୀ, ସୋମଲି ବିଶ୍ୱ, ୟଶ ଦାଶ ଗୁପ୍ତା, ହୀରୀନ ଚାଟର୍ଜୀ. ହ୍ରିତିକ ଘଟ, ଶକ୍ତି ସାମନ୍ତ, ତପନ ସିହ୍ନାଙ୍କ ଭଳି ନାମକରା ଟିମ ଅଭିନେତା ଓ ଅଭିନେତ୍ରୀ ବିଜେପିି ସପକ୍ଷରେ ପ୍ରଚାର କରୁଛନ୍ତି । ମେ ୨ ପରେ ସ୍ପଷ୍ଟ େହେବ କେଉଁ ଫିଲ୍ମ ତାରକାଙ୍କ ଦଳ ବିଜୟୀ ହେଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା