Masthead

ନାସାର ମଙ୍ଗଳ ମିଶନ ସଫଳ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ନାସାର ମଙ୍ଗଳ ମିଶନ ସଫଳ । ଅନ୍ତରୀକ୍ଷରେ ନାସାକୁ ଐତିହାସିକ ସଫଳତା ମିଳିଛି । ମଙ୍ଗଳରେ ଅବତରଣ କରିଛି ନାସାର ମାର୍ସ ପର୍ସିଭରେନ୍ସ ରୋଭର । ୭ମାସର ଯାତ୍ରା ପରେ ରାତି ୨.୩୦ରେ ଅବତରଣ କରିଛି ଅନ୍ତରୀକ୍ଷ ଯାନ ରୋଭର । ଆମେରିକା ମହାକାଶ ଗବେଷଣା ସଂସ୍ଥା ପକ୍ଷରୁ ଏନେଇ ଟ୍ୱିଟ କରି ସୂଚନା ଦିଆଯାଇଛି ।

ରୋଭରର ଲ୍ୟାଣ୍ଡିଂକୁ ନେଇ ବୈଜ୍ଞାନିକ ମାନେ ଚିନ୍ତିତ ଥିବା ବେଳେ ସଫଳତା ପୂର୍ବକ ଲ୍ୟାଣ୍ଡ କରିଛି ରୋଭର । ନାସାର ଆଡମିନିଷ୍ଟ୍ରେଟର ଷ୍ଟିଭ ଜୁରଜିକ୍ ଟିମ୍କୁ ଶୁଭେଚ୍ଛା ଦେଇଛନ୍ତି । ଅନ୍ୟପଟେ ରୋଭର ମଙ୍ଗଳ ଗ୍ରହରେ ଲ୍ୟାଣ୍ଡ କରି ପ୍ରଥମ ଫଟୋ ପଠାଇଛି । ମଙ୍ଗଳରେ ଜୀବସତାର ଅନୁସନ୍ଧାନ କରିବ ଏହି ରୋଭର ।

୬ ଚକିଆ ଏହି ରୋଭର ଯାନ ମଙ୍ଗଳ ଗ୍ରହରେ ଜୀବନର ସତ୍ତା ସନ୍ଧାନ କରିବ । ମଙ୍ଗଳ ଗ୍ରହରେ ଯେ ଯଦି କେବେ ବି ଜୀବନ ରହିଥିବ ତେବେ ଏହା ୩ରୁ ୪ ନିୟୁତ ବର୍ଷ ପୂର୍ବେ ରହିଥିବ ବୋଲି ନାସାର ବୈଜ୍ଞାନିକମାନେ ଅନୁମାନ କରୁଛନ୍ତି । ସେହି ସମୟରେ ମଙ୍ଗଳ ଗ୍ରହରେ ଜଳ ରହିଥିବା ଅନୁମାନ କରିଛନ୍ତି ବୈଜ୍ଞାନିକ । ଏହି ମିଶନ ଦ୍ୱାରା ବୈଜ୍ଞାନିକ ଗବେଷଣା ସହ ଦର୍ଶନ ଏବଂ ମହାକାଶ ଗବେଷଣା ନେଇ ଅଧିକ ତଥ୍ୟ ମିଳିପାରିବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ