Before Header

ସ୍ୱେଚ୍ଛାକୃତ ଅବସର ନେଲେ ଭିକେ ପାଣ୍ଡିଆନ

0 156

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଅବସର ନେଲେ ଆଇଏଏସ ତଥା ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି .କେ ପାଣ୍ଡିଆନ । ସ୍ୱେଚ୍ଛାକୃତ ଅବସର ନେଲେ ଭି.କେ ପାଣ୍ଡିଆନ । ପାଣ୍ଡିଆନଙ୍କ ଭିଆରଏସକୁ ମଞ୍ଜୁର କଲେ କେନ୍ଦ୍ର କାର୍ମିକ ମନ୍ତ୍ରାଳୟ । ସ୍ୱେଚ୍ଛାକୃତ ଅବସର ପାଇଁ ଅକ୍ଟୋବର ୨୦ରେ କେନ୍ଦ୍ର ସରକାରଙ୍କୁ କରିଥିଲେ ଆବେଦନ । ଏନେଇ ଚିଠି ଜରିଆରେ ଅବଗତ କରିଛନ୍ତି କେନ୍ଦ୍ର ସରକାର ।

୨୦୦୦ ବ୍ୟାଚର ଆଇଏଏସ ଅଫିସର ଭି,କେ ପାଣ୍ଡିଆନ । ୨୦୦୨ରୁ ୨୦୦୪ କଳାହାଣ୍ଡି ଉପଜିଲ୍ଲାପାଳ ଭାବେ ଦାୟିତ୍ୱ ତୁଲାଇଥିଲେ ପାଣ୍ଡିଆନ୍ । ଏହାପରେ ୨୦୦୫ରୁ ୨୦୦୭ ମୟୂରଭଞ୍ଜ ଜିଲ୍ଲାପାଳ ଭାବେ ନିଯୁକ୍ତ ହୋଇଥିଲେ । ୨୦୦୭ରୁ ୨୦୧୧ ଗଞ୍ଜାମ ଜିଲ୍ଲାପାଳ ମଧ୍ୟ ଥିଲେ ଭି.କେ ପାଣ୍ଡିଆନ । ତେବେ ୨୦୧୧ ପରଠୁ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭାବେ ଦାୟିତ୍ୱ ତୁଲାଉଥିଲେ ।

Leave A Reply

Your email address will not be published.