Masthead

ରାଷ୍ଟ୍ରୀୟ ସାଇକେଲ ଯାତ୍ରା

ପିପିଲି(ବଡ଼ ଖବର ବ୍ୟୁରୋ): ଭାରତୀୟ ଭାଷା ଅନ୍ଦୋଳନ ଦ୍ୱାରା ଏକ ରାଷ୍ଟ୍ରୀୟ ସାଇକେଲ ଯାତ୍ରା ଆୟୋଜନ କରାଯାଇଛି ।ଏହି ସାଇକେଲ ଯାତ୍ରା ପୁରୀ ଶ୍ରୀମନ୍ଦିର ସମ୍ମୁଖରୁ ଭୁବନେଶ୍ୱର ଅଭିମୁଖେ ବାହାରିଛି । ଆଶୁକବି ତଥା ପୂର୍ବତନ ସାଂସଦ ଡ଼ାକ୍ତର ପ୍ରସନ୍ନ ପାଟ୍ଟଶାଣୀ ଓ ପୁରୀ ବିଧାୟକ ଉପସ୍ଥିତ ରହି ଏହାର ଶୁଭାରମ୍ଭ କରିଥିଲେ । ରାଷ୍ଟ୍ରୀୟ ଅଧ୍ୟକ୍ଷ ଉଚ୍ଚ ନ୍ୟାୟାଳୟର ବରିଷ୍ଠ ଓକିଲ ଅରୁଣ ଭରଦ୍ୱାଜଙ୍କ ନେତୃତ୍ୱରେ ଭାଷା ଆନ୍ଦୋଳନ ସମଗ୍ର ଦେଶରେ ଆୟୋଜିତ କରାଯାଇଛି । ଆଂଚଳିକ ଭାଷାରେ ସରକାରୀ ଦପ୍ତରରେ ଲେଖାପଢା ସହିତ ନ୍ୟାୟାଳୟରେ ଇଂରାଜୀ ପରିବର୍ତ୍ତେ ଆଂଚଳିକ ଭାଷାକୁ ଗୁରୁତ୍ୱ ଦେବା ଆନ୍ଦୋଳନର ମୁଖ୍ୟ ଉଦ୍ଦେଶ୍ୟ ବୋଲି ରାଷ୍ଟ୍ରୀୟ ଅଧ୍ୟକ୍ଷ ଏବଂ ଡ଼ାକ୍ତର ପାଟ୍ଟଶାଣୀ କହିଛନ୍ତି । ଭାଷା ଅନ୍ଦୋଳନ ପିପିଲିରେ ପଂହଚି ଲୋକଙ୍କୁ ସଚେତନ କରାଇଥିଲେ । ପିପିଲି ସାମ୍ବାଦିକ ସଂଘ ଓ ପିପିଲି ମହିଳା ବିକାଶ ମଂଚ ପକ୍ଷରୁ ସାଇକେଲ ଅରୋହୀଙ୍କୁ ଫୁଲମାଳ ଦେଇ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା