Masthead

ଗୁଣି ଗାରେଡି ସନ୍ଦେହରେ ହତ୍ୟା, ଥାନାରେ ଅଭିଯୋଗ

(ବଡ଼ ଖବର ବ୍ୟୁରୋ): ଗୁଣି ଗାରେଡି ସନ୍ଦେହରେ ଯୁବତୀଙ୍କୁ ମାରିଦେଇଥିବା ଅଭିଯୋଗ ହୋଇଛି । ବାଲେଶ୍ଵର ଜିଲ୍ଲା ସିମୁଳିଆ ଥାନା ବାଟି ପଞ୍ଚାୟତ ସୁଙ୍ଗୁଡ଼ା ଗତିପୋଖରୀ ଗାଁରେ ଜଣେ ଯୁବତୀଙ୍କୁ ମାରି ଦେଇଥିବା ଅଭିଯୋଗ ହୋଇଛି। ମୟୁରଭଞ୍ଜ ଜିଲ୍ଲା ଖୁଣ୍ଟା ଥାନା କାଳିଆପଦା ଗାଁର ଦୁର୍ୟ୍ୟୋଧନ ସିଂଙ୍କ ଝିଅ ରଙ୍ଗଲତା ସିଂଙ୍କ ଦେହ ଅସୁସ୍ଥ ଥିବାରୁ ତାଙ୍କୁ ପରିବାର ଲୋକେ ସିମୁଳିଆ ଥାନା ସୁଙ୍ଗୁଡ଼ା ଗତିପୋଖରୀ ଗୁଣିଆ ରୁଖିଆ ସିଂ ପାଖକୁ ଆଣିଥିଲେ।

ସେଠାରେ ରୁଖିଆ ସିଂ ଝଡାଫୁଙ୍କା କରିବା ସହ ଯୁବତୀଙ୍କ ବେକରେ ଚଢି ଯାଇ ଝଡାଫୁଙ୍କା କରିବା ସହ ବେତରେ ମାଡ଼ ମାରିଥିଲେ । ଯୁବତୀ ଜଣଙ୍କ ପାଣି ମାଗିବାରୁ ଗୁଣିଆ ଜଣଙ୍କ ପାଣି ପିଇବାକୁ ଦେଇ ନଥିଲେ। ଯାହା ଫଳରେ ଯୁବତୀ ଜଣଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିଲା । ପରେ ଗ୍ରାମବାସୀ ମାନେ ସିମୁଳିଆ ଥାନାରେ ଅଭିଯୋଗ କରିଥିଲେ। ଅନ୍ୟପଟେ ଏହି ଗ୍ରାମରେ ପୂର୍ବରୁ ଦୁଇ ଦୁଇଟି ଜୀବନ ଯାଇଥିବା ଗ୍ରାମବାସୀମାନେ ପ୍ରକାଶ କହିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ