Masthead

ବଡ଼ ଦେଉଳକୁ ବିପଦକୁ ଠେଲିଦେଲେ ନବୀନ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ମଣିଷ ମାତ୍ରକେ ଭୁଲ ହେବ । ମାନିଗଲେ ଗଲା । ଭୁଲ ସୁଧାରି ହେଇଯିବ । କିନ୍ତୁ ଭୁଲ ନ ମାନି, ଗୋଟେ ପରେ ଗୋଟେ ମିଛ କହିଚାଲିଲେ ନବୀନ ସରକାର । ମିଛ ଯେତେ ଘୋଡ଼ାଇବାକୁ ଚେଷ୍ଟା କରୁଥିଲେ, ସେତେ ଧରାପଡ଼ି ଯାଉଥିଲେ । ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗ (ଏ.ଏସ୍.ଆଇ) ଏବଂ ଜାତୀୟ କୀର୍ତ୍ତିରାଜି କର୍ତ୍ତୃପକ୍ଷ (ଏନ୍.ଏମ୍.ଏ)କୁ ମଧ୍ୟ ଅନ୍ଧାରରେ ରଖିବାକୁ ଚେଷ୍ଟା କଲେ । ଶ୍ରୀମନ୍ଦିର ଏକ ଜାତୀୟ ଐତିହ୍ୟ, ଏହା ଜାଣି ମଧ୍ୟ ଏହି ଦୁଇ କର୍ତ୍ତୃପକ୍ଷ (ବିଭାଗ)ଙ୍କୁ ମିଛ କହିଚାଲିଲେ ।

ଏହି ଦୁଇଟି ଜାତୀୟ ସଂସ୍ଥାର ଅନୁମତି ନେବାକୁ ଚାହିଁଲେନି ନବୀନ ସରକାର । ଡିପିଆର (ଡିଟେଲ ପ୍ରୋଜେକ୍ଟ ରିପୋର୍ଟ)ରେ ଯାହା ଦର୍ଶାଇଥିଲେ, ସେଥିରେ ମନଇଛା ପରିବର୍ତ୍ତନ କରି ନିର୍ମାଣ କରୁଥିଲେ । ତା ବି ଅଧିକୃତ ସଂସ୍ଥାକୁ ଜଣାଉନଥିଲେ । ଧରାପଡ଼ିବା ପରେ କୋଟି କୋଟି ଓଡ଼ିଆ ଭକ୍ତଙ୍କ ଭିତରେ ଆକ୍ରୋଶ ଦେଖିବାକୁ ମିଳିଲା । ଆଉ କିଛି ରାସ୍ତା ନଥିଲା । ସେଥିପାଇଁ ପ୍ରତ୍ୟେକ ସ୍ତରକୁ ଯାଇ ମିଛ ଘୋଡ଼ାଇବାକୁ ଚେଷ୍ଟା କଲେ । କୋର୍ଟ କଚେରୀକୁ ଭ୍ରମିତ କରିବାକୁ ବି ଛାଡ଼ିଲେ ନାହିଁ । ସେ ବିଜୟକୁ ଆନନ୍ଦ ଉଲ୍ଲାସରେ ପାଳନ କଲେ । ସତ କେବେ ଲୁଚି ରହିପାରେନା । ମିଛକୁ ଅଧିକ ଦିନ ଘୋଡ଼େଇ ରଖି ହେଇପାରେନା । ବୋଧହୁଏ ଏକଥା ଭୁଲିଗଲେ ନବୀନ ସରକାର ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି