ବଡ଼ ଦେଉଳକୁ ବିପଦକୁ ଠେଲିଦେଲେ ନବୀନ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ମଣିଷ ମାତ୍ରକେ ଭୁଲ ହେବ । ମାନିଗଲେ ଗଲା । ଭୁଲ ସୁଧାରି ହେଇଯିବ । କିନ୍ତୁ ଭୁଲ ନ ମାନି, ଗୋଟେ ପରେ ଗୋଟେ ମିଛ କହିଚାଲିଲେ ନବୀନ ସରକାର । ମିଛ ଯେତେ ଘୋଡ଼ାଇବାକୁ ଚେଷ୍ଟା କରୁଥିଲେ, ସେତେ ଧରାପଡ଼ି ଯାଉଥିଲେ । ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗ (ଏ.ଏସ୍.ଆଇ) ଏବଂ ଜାତୀୟ କୀର୍ତ୍ତିରାଜି କର୍ତ୍ତୃପକ୍ଷ (ଏନ୍.ଏମ୍.ଏ)କୁ ମଧ୍ୟ ଅନ୍ଧାରରେ ରଖିବାକୁ ଚେଷ୍ଟା କଲେ । ଶ୍ରୀମନ୍ଦିର ଏକ ଜାତୀୟ ଐତିହ୍ୟ, ଏହା ଜାଣି ମଧ୍ୟ ଏହି ଦୁଇ କର୍ତ୍ତୃପକ୍ଷ (ବିଭାଗ)ଙ୍କୁ ମିଛ କହିଚାଲିଲେ ।

ଏହି ଦୁଇଟି ଜାତୀୟ ସଂସ୍ଥାର ଅନୁମତି ନେବାକୁ ଚାହିଁଲେନି ନବୀନ ସରକାର । ଡିପିଆର (ଡିଟେଲ ପ୍ରୋଜେକ୍ଟ ରିପୋର୍ଟ)ରେ ଯାହା ଦର୍ଶାଇଥିଲେ, ସେଥିରେ ମନଇଛା ପରିବର୍ତ୍ତନ କରି ନିର୍ମାଣ କରୁଥିଲେ । ତା ବି ଅଧିକୃତ ସଂସ୍ଥାକୁ ଜଣାଉନଥିଲେ । ଧରାପଡ଼ିବା ପରେ କୋଟି କୋଟି ଓଡ଼ିଆ ଭକ୍ତଙ୍କ ଭିତରେ ଆକ୍ରୋଶ ଦେଖିବାକୁ ମିଳିଲା । ଆଉ କିଛି ରାସ୍ତା ନଥିଲା । ସେଥିପାଇଁ ପ୍ରତ୍ୟେକ ସ୍ତରକୁ ଯାଇ ମିଛ ଘୋଡ଼ାଇବାକୁ ଚେଷ୍ଟା କଲେ । କୋର୍ଟ କଚେରୀକୁ ଭ୍ରମିତ କରିବାକୁ ବି ଛାଡ଼ିଲେ ନାହିଁ । ସେ ବିଜୟକୁ ଆନନ୍ଦ ଉଲ୍ଲାସରେ ପାଳନ କଲେ । ସତ କେବେ ଲୁଚି ରହିପାରେନା । ମିଛକୁ ଅଧିକ ଦିନ ଘୋଡ଼େଇ ରଖି ହେଇପାରେନା । ବୋଧହୁଏ ଏକଥା ଭୁଲିଗଲେ ନବୀନ ସରକାର ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’