Masthead

ସତ ମାନିଲେ ନୱାଜ ସରିଫ, ଭାରତ ସହ ୧୯୯୯ ଲାହୋର ଶାନ୍ତି ଚୁକ୍ତିକୁ ପାକିସ୍ତାନ ଉଲ୍ଲଙ୍ଘନ କରିଛି

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): କାର୍ଗିଲ ଯୁଦ୍ଧର ସତ ମାନିଲେ ପାକିସ୍ତାନ ପୂର୍ବତନ ପ୍ରଧାନମନ୍ତ୍ରୀ ସରିଫ । ତତ୍‌କାଳୀନ ପ୍ରଧାନମନ୍ତ୍ରୀ ବାଜପେୟୀଙ୍କ ସହ ଚୁକ୍ତିର ଉଲ୍ଲଙ୍ଘନ କରିଥିଲେ ବୋଲି ସତ ମାନିଲେ । ୧୯୯୯ ମସିହା ଲାହୋର ଶାନ୍ତି ଚୁକ୍ତିକୁ ପାକିସ୍ତାନ ଉଲ୍ଲଙ୍ଘନ କରିଥିଲା ବୋଲି ଶେଷରେ ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫ ସ୍ୱୀକାର କରିଛନ୍ତି। । ଉଲ୍ଲଙ୍ଘନ କରି ଜାମ୍ମୁ-କାଶ୍ମୀରର କାର୍ଗିଲରେ ଅନୁପ୍ରବେଶ କରିଥିଲୁ । ଫଳରେ କାର୍ଗିଲ ଯୁଦ୍ଧ ଆରମ୍ଭ ହୋଇଥିଲା ବୋଲି କହିଲେ ନୱାଜ ସରିଫ । ୧୯୯୯ ଲାହୋର ଚୁକ୍ତିରେ ସରିଫ ନିଜେ ଦସ୍ତଖତ କରିଥିଲେ। ଭାରତ ପକ୍ଷରୁ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ମଧ୍ୟ ଚୁକ୍ତିରେ ସ୍ୱାକ୍ଷର କରିଥିଲେ। ପାକିସ୍ତାନର ତତ୍କାଳୀନ ସେନା ମୁଖ୍ୟ ଜେନେରାଲ ପରଭେଜ ମୁସାରଫ କାର୍ଗିଲରେ ଭୁଲ କରିଥିଲେ ବୋଲି ସେ ପରୋକ୍ଷରେ କହିଛନ୍ତି।

କାର୍ଗିଲରେ ଦୁଃସାହସ ଦେଖାଇବା ପାକିସ୍ତାନର ଭୁଲ ଥିଲା ବୋଲି ସରିଫ କହି ପାକିସ୍ତାନ ମୁସଲିମ ଲିଗର ବୈଠକରେ ସରିଫ କରିଛନ୍ତି ଯେ “ପାକିସ୍ତାନ ୧୯୯୮ ମେ’ ୨୮ରେ ୫ଟି ଆଣବିକ ଅସ୍ତ୍ରର ପରୀକ୍ଷା କରିଥିଲା। ଏହାପରେ ବାଜପେୟୀ ସାହେବ ପାକିସ୍ତାନ ଆସିଥିଲେ ଓ ଆମ ସହ ଗୋଟିଏ ଚୁକ୍ତି କରିଥିଲେ। କିନ୍ତୁ ଆମେ ଉକ୍ତ ଚୁକ୍ତିକୁ ଉଲ୍ଲଙ୍ଘନ କରିଥିଲୁ। ସେଇଟା ଆମର ଭୁଲ ଥିଲା।”ଲାହୋର ଘୋଷଣାପତ୍ର ଗୋଟିଏ ଶାନ୍ତି ଚୁକ୍ତି ଥିଲା। ଶାନ୍ତି ପ୍ରତିଷ୍ଠା କରିବା ଓ ସୁରକ୍ଷା ବ୍ୟବସ୍ଥାକୁ ଗୁରୁତ୍ୱ ଦେଇ ଦୁଇ ଦେଶର ଲୋକଙ୍କ ମଧ୍ୟରେ ଭାଇଚାରା ସୃଷ୍ଟି କରିବା ଚୁକ୍ତିର ଲକ୍ଷ୍ୟ ଥିଲା। କିନ୍ତୁ ଦୁଇ ଦେଶ ମଧ୍ୟରେ ହୋଇଥିବା ଚୁକ୍ତି ଉଲ୍ଲଙ୍ଘନ ହୋଇଥିଲା। ପାକିସ୍ତାନ ଚୁକ୍ତିର କିଛି ମାସ ପରେ ହିଁ ଜମ୍ମୁ-କଶ୍ମୀରର କାର୍ଗିଲ ଜିଲ୍ଲାରେ ଅନୁପ୍ରବେଶ କରିଥିଲା। ଫଳରେ ଭାରତ ଓ ପାକିସ୍ତାନ ମଧ୍ୟରେ କାର୍ଗିଲ ଯୁଦ୍ଧ ହୋଇଥିଲା। ଲଦାଖରେ ଥିବା କାର୍ଗିଲ ଭିତରକୁ ପାକିସ୍ତାନ ସେନାକୁ ପଠାଇଥିଲେ ମୁସାରଫ।

୧୯୯୯ ମସିହା ମାର୍ଚ୍ଚରେ ପାକିସ୍ତାନର ଅନୁପ୍ରବେଶ ହୋଇଥିଲା। ଭାରତ ଏକଥା ଜାଣିବା ପରେ ଯୁଦ୍ଧ ଘୋଷଣା କରିଥିଲା। ଭାରତ ଏହି ଯୁଦ୍ଧରେ ଜିତିଥିବା ବେଳେ ସରିଫ ପାକିସ୍ତାନର ପ୍ରଧାନମନ୍ତ୍ରୀ ରହିଥିଲେ। ଆଜି ପାକିସ୍ତାନ ପ୍ରଥମ ଆଣବିକ ପରୀକ୍ଷଣର ୨୬ତମ ବାର୍ଷିକ ଉତ୍ସବ ପାଳନ କରିଛି। ଏହି ଅବସରରେ ସରିଫ କହିଛନ୍ତି, “ଆମେରିକାର ତତ୍କାଳୀନ ରାଷ୍ଟ୍ରପତି ବିଲ କ୍ଲିଣ୍ଟନ ଆଣବିକ ଯୁଦ୍ଧାସ୍ତ୍ରର ପରୀକ୍ଷା ନ କରିବାକୁ ପାକିସ୍ତାନକୁ ୫ ବିଲିୟନ ଡଲାର ଅଫର କରିଥିଲେ। କିନ୍ତୁ ମୁଁ ମନା କରି ଦେଇଥିଲି । ଯଦି ମୋ ସ୍ଥାନରେ ଇମ୍ରାନ ଖାନ ରହିଥାଆନ୍ତେ, ତା’ହେଲେ ସେ ନିଶ୍ଚିତ ଭାବେ କ୍ଲିଣ୍ଟନଙ୍କ ଅଫରକୁ ଗ୍ରହଣ କରି ନେଇଥାଆନ୍ତେ।”

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ