Masthead

ଆସନ୍ତାକାଲି ଭାରତ ଗସ୍ତରେ ଜୋ ବାଇଡେନ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଆସନ୍ତାକାଲି ଭାରତ ଗସ୍ତରେ ଆସିବେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ । ୪ ଦିନିଆ ଗସ୍ତରେ ଆସୁଥିବା ବାଇଡେନ ଭାରତରେ ହେବାକୁ ଥିବା ଜି-୨୦ ସମ୍ମିଳନୀରେ ଯୋଗଦେବେ । ଭରତ ଗସ୍ତରେ ଆସିବା ପୂର୍ବରୁ ବାଇଡେନଙ୍କ କୋଭିଡ ଟେଷ୍ଟ କରାଯାଇଥିଲା ।

କୋଭିଡ ରିପୋର୍ଟ ନେଭେଟିଭ୍ ଆସିବା ପରେ ବାଇଡେନ ଭାରତ ଆସିବା ନେଇ ସ୍ପଷ୍ଟ ହୋଇଛି । ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ବାଇଡେନଙ୍କ ଦ୍ୱିପାକ୍ଷିକ ବୈଠକ ହେବାର ଅଛି । ବାଇଡେନଙ୍କ ପତ୍ନି ତଥା ଫାଷ୍ଟ ଲେଡି ଜିଲ୍ଲି ବାଇଡେନ କୋଭିଡ ପଜିଟିଭ ଚିହ୍ନଟ ପରେ ବାଇଡେନ ମଧ୍ୟ ପଜିଟିଭ ଥିବା ନେଇ ଆଶଙ୍କା ପ୍ରକାଶ ପାଇଥିଲା ।

ହେଲେ ବାଇଡେନଙ୍କ କୋଭିଡ ରିପୋର୍ଟ ନେଭେଟିଭ ଆସିଥିଲା । ତେବେ ବାଇଡେନ ଭାରତ ଆସିବା ନେଇ ହ୍ୱାଇଟ ହାଉସ ପକ୍ଷରୁ ସୂଚନା ଦିଆଯାଇଛି । ଅନ୍ୟପକ୍ଷରେ ଚୀନ ରାଷ୍ଟ୍ରପତି ସି ଜିନ୍‌ପିଙ୍ଗ୍ ଓ ଋଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ଏହି ବୈଠକରେ ଯୋଗ ଦେଉ ନାହାନ୍ତି। ଜି-୨୦କୁ ୧୯ଟି ଦେଶର ରାଷ୍ଟ୍ରମୁଖ୍ୟ ଆସୁଥିବାରୁ ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଛି। ସେପ୍ଟେମ୍ବର ୯, ୧୦ ସମ୍ମିଳନୀ ପାଇଁ ରାଷ୍ଟ୍ରମୁଖ୍ୟ ଆଗୁଆ ଆସିବେ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣିର ୨୦ତମ ପାଳି 🔴 ସେବାରେ ବିଳମ୍ବ ହେଲେ ତଣ୍ଡ ଗଣିବେ ଅଫିସର 🔴 ୩ କୋଟି ଟଙ୍କା ହଡ଼ପ ଅଭିଯୋଗ, ପୂର୍ବତନ SRAଙ୍କ ୬ଟି ସ୍ଥାନରେ ଭିଜିଲାନ୍ସ ରେଡ୍ 🔴 ବନ୍ୟା ପାଣି ଘେରରେ ଜନନୀ ଯନ୍ତ୍ରଣା 🔴 ହତ୍ୟା ପରେ ଆତ୍ମସମର୍ପଣ 🔴 ବାରବାଙ୍କ ଘାଟିରେ ଭୂସ୍ଖଳନ 🔴 ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା 🔴 ରାଜ୍ୟରେ ହେବ ‘ବୟୋଜ୍ୟେଷ୍ଠ ଉତ୍ସବ’ 🔴 ମୟୂରଭଞ୍ଜ ବିଜେଡିରେ ଅସନ୍ତୋଷ 🔴 ଗଜାନନଙ୍କ ପ୍ରତିମା ଖସି ଚାଲିଗଲା ଜୀବନ 🔴 ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣିର ୨୦ତମ ପାଳି 🔴 ସେବାରେ ବିଳମ୍ବ ହେଲେ ତଣ୍ଡ ଗଣିବେ ଅଫିସର 🔴 ୩ କୋଟି ଟଙ୍କା ହଡ଼ପ ଅଭିଯୋଗ, ପୂର୍ବତନ SRAଙ୍କ ୬ଟି ସ୍ଥାନରେ ଭିଜିଲାନ୍ସ ରେଡ୍ 🔴 ବନ୍ୟା ପାଣି ଘେରରେ ଜନନୀ ଯନ୍ତ୍ରଣା 🔴 ହତ୍ୟା ପରେ ଆତ୍ମସମର୍ପଣ 🔴 ବାରବାଙ୍କ ଘାଟିରେ ଭୂସ୍ଖଳନ 🔴 ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା 🔴 ରାଜ୍ୟରେ ହେବ ‘ବୟୋଜ୍ୟେଷ୍ଠ ଉତ୍ସବ’ 🔴 ମୟୂରଭଞ୍ଜ ବିଜେଡିରେ ଅସନ୍ତୋଷ 🔴 ଗଜାନନଙ୍କ ପ୍ରତିମା ଖସି ଚାଲିଗଲା ଜୀବନ