Masthead

ଡାକ୍ତରଙ୍କ ଦବଙ୍ଗଗିରି, ଗଣମାଧ୍ୟମ ପ୍ରତିନିଧିଙ୍କୁ ମାରିଦେବାକୁ ଧମକ

ଚାନ୍ଦବାଲି(ବଡ଼ ଖବର ବ୍ୟୁରୋ); ଦିନକୁ ଦିନ ଘଣ୍ଟେଶ୍ୱର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟରତ ଆୟୁଷ ଡାକ୍ତର ଗୁରୁ ଚରଣ ସାହୁଙ୍କ ଦବଙ୍ଗଗିରି ବଢ଼ିବାରେ ଲାଗିଛି। ପ୍ରତେକ ଦିନ ସ୍ୱାସ୍ଥ୍ୟ କେନ୍ଦ୍ରରେ ବିଳମ୍ବରେ ପହଞ୍ଚିବା ରେଗୀ ମାନଙ୍କୁ ର୍ଦୁବ୍ୟବହାର କରିବା ଭଳି ସଙ୍ଗିନ ଅଭିଯୋଗ ଏହି ଡାକ୍ତର ନାମରେ ରହିଛି । ଏନେଇ ଗଣମାଧ୍ୟମ ପ୍ରତିନିଧି ଏବିଷୟରେ ପ୍ରଶ୍ନ ପଚାରିଲେ ନାଲିଆଖି ଦେଖାଇ ଅସ୍ତ୍ରୋପଚାର କରାଯାଉଥିବା ଧାରୁଆ ଅସ୍ତ୍ରରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ଜୀବନରୁ ମାରି ଦେବାକୁ ଧମକ ଦେଉଛନ୍ତି ।

ଏହି ଡାକ୍ତର ଜଣକ ସୁଚନା ମୁତାବକ ୧୪ତାରିଖ ଦିନ ୧୨.୩୦ସମୟରେ ଅଭୟ ଦାସ ନାମକ ଗଣମାଧ୍ୟମ ପ୍ରତିନିଧି ଘଣ୍ଟେଶ୍ୱର ମେଡିକାଲକୁ ଅଭିଯୋଗ ମୁତାବକ ଖବର ସଂଗ୍ରହ କରିବା ପାଇଁ ଯାଇଥିବା ସମୟରେ ଆୟୁସ ଡାକ୍ତର ଗୁରୁ ଚରଣ ସାହୁ ମେଡ଼ିକାଲରେ ବିଳମ୍ବରେ କାର୍ଯ୍ୟରେ ଯୋଗ ଦେଇଥିଲେ ଏବିଷୟରେ ଗଣମାଧ୍ୟମ ପ୍ରତିନିଧି ତାଙ୍କର ଭିଡିଓ ଉତ୍ତୋଳନ କରିବାରୁ ଡ଼ାକ୍ତର ଜଣଙ୍କ ଉକ୍ଷିପ୍ତ ହୋଇ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ଗାଳି ଗୁଲଜ କରିବା ସହିତ ନିଜ ପାଖରେ ଥିବା ଅସ୍ତ୍ରୋପଚାର ଧାରୁଆ ଅସ୍ତ୍ରରେ ଜୀବନରୁ ମାରି ଦେବାକୁ ଧମକ ଦେଇଥିଲେ।

ଏନେଇ ତାଙ୍କ ନାମରେ ବାଂଶଡା ଥାନାରେ ଗଣମାଧ୍ୟମ ପ୍ରତିନିଧି ଅଭୟ ଦାସ ଲିଖିତ ଅଭିଯୋଗ କରିଥିବା ଦେଖିବାକୁ ମିଳିଛି। ଅଞ୍ଚଳ ବାସୀ ମାନଙ୍କ କହିବା କଥା ତୁରନ୍ତ ଏହି ଆୟୁସ ଡାକ୍ତରଙ୍କ ଉପରେ ଦୃଢ଼ କାର୍ଯ୍ୟନୁଷ୍ଠାନ ନେବା ସହିତ ଅନ୍ୟତ୍ର ବଦଳି କରାଯାଉ ବୋଲି ଅଭିଯୋଗ କରିଛନ୍ତି ଅଞ୍ଚଳବାସୀ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା