Masthead

କୁଖ୍ୟାତ ନକ୍ସଲ ନେତା ନିହତ

ବଣାଇ (ବଡ଼ ଖବର ବ୍ୟୁରୋ):  ଝାଡ଼ଖଣ୍ଡରେ ପୁଲିସ୍-ମାଓବାଦୀ ମଧ୍ୟରେ ଏନ୍‌କାଉଣ୍ଟର, ଟପ୍ ମାଓ ନେତା ମୁଖଦେବ ଯାଦବ ନିହତ । ସହଦେବ ସୋରେନ, ରଘୁନାଥ ହେମ୍ବ୍ରମ ଓ ବୀରସେନ ଗଞ୍ଜୁ ମୃତ । ହଜାରିବାଗର ଗୋରହର ଥାନା ଅଞ୍ଚଳରୁ ମୃତଦେହ ଉଦ୍ଧାର । ସହଦେବ ସୋରେନଙ୍କ ପାଇଁ ଥିଲା ୧ କୋଟି ଟଙ୍କା ପୁରସ୍କାର । ରଘୁନାଥ ହେମ୍ବ୍ରମଙ୍କ ପାଇଁ ଥିଲା ୨୫ ଲକ୍ଷ ଟଙ୍କା ପୁରସ୍କାର । ବୀରସେନ ଗଞ୍ଜୁଙ୍କ ପାଇଁ ଥିଲା ୧୦ ଲକ୍ଷ ଟଙ୍କା ପୁରସ୍କାର ।

CRPF ଓ ଝାଡ଼ଖଣ୍ଡ ପୋଲିସର ମିଳିତ ଅପରେସନ୍‌ ବେଳେ ମୃତ । ପାଲାମୁ ଜିଲ୍ଲାର ମାନାଟୁ ଥାନା ଅଞ୍ଚଳ ବାନ୍ସି ଗାଁ ଜଙ୍ଗଲରେ ପୁଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିକାଣ୍ଡରେ ମୁଖଦେବ ପ୍ରାଣ ହରାଇଛି । ପାଲାମୁ ଜିଲ୍ଲାର ମାନାଟୁ ଥାନା ଅଞ୍ଚଳ ବାନ୍ସି ଗାଁ ଜଙ୍ଗଲରେ ପୁଲିସ ଓ ଟିଏସ୍‌ପିସି ମଧ୍ୟରେ ହୋଇଥିବା ସଂଘର୍ଷରେ ଯାଦବ ନିହତ ହୋଇଛି । ନକ୍ସଲଙ୍କ ଉପସ୍ଥିତି ବିଷୟରେ ସୂଚନା ପାଇବା ପରେ ଏସ୍‌ପି ରେଶମା ରାମେଶନ, ଅତିରିକ୍ତ ଏସ୍‌ପି ରାକେଶ କୁମାର ସିଂହ ଓ ହୁସେନାବାଦ ଏସ୍‌ଡିପିଓ ଆଇପିଏସ୍ ମହମ୍ମଦ ୟାକୁବଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ କରାଯାଇଥିଲା ।

ସୁରକ୍ଷାବାହିନୀ ତାରହାସି ଓ ମାନାଟୁ ଥାନା ଅଞ୍ଚଳର ସୀମାନ୍ତ ଜଙ୍ଗଲରେ ନକ୍ସଲମାନଙ୍କୁ ଘେରିବାକୁ ଚେଷ୍ଟା କରିଥିଲେ, ଉଭୟପକ୍ଷରୁ ଗୁଳିଚାଳନା ହୋଇଥିଲା । ଏହି ସଂଘର୍ଷରେ ଟିଏସ୍‌ପିସିର ନେତା ମୁଖଦେବ ଯାଦବର ମୃତ୍ୟୁ ହୋଇଥିବାବେଳେ ତା’ ସାଥୀମାନେ ଛତ୍ରଭଙ୍ଗ ଦେଇଥିଲେ । ଅଞ୍ଚଳରେ ଏବେ ବି ସର୍ଚ୍ଚ ଅପରେସନ୍ ଜାରିରହିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ