Masthead

ମଣିପୁର ହିଂସା: ଘର ଜାଳିଲେ, ପୋଲିସ ଠାରୁ ବନ୍ଧୁକ ଛଡ଼ାଇନେଲେ

ମଣିପୁର (ବଡ଼ ଖବର ବ୍ୟୁରୋ): ଥମୁନି ମଣିପୁର ହିଂସା । କିଛି ଦିନର ବ୍ୟବଧାନ ପରେ ମଣିପୁରରେ ଦେଖିବାକୁ ମିଳିଛି ହିଂସା । ନୂଆ ଲମ୍ବୁଲେନ୍‌ ଅଞ୍ଚଳରେ ଥିବା ୩ ଘରକୁ ଅଜ୍ଞାତ ଦୁର୍ବୃତ୍ତ ନିଆଁ ଲଗାଇ ଦେଇଛନ୍ତି । ଅଗ୍ନିଶମ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଘଟଣା ପରେ ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ପହଞ୍ଚି ତୁରନ୍ତ ସେଠାରେ ରାଜ୍ୟ ଓ କେନ୍ଦ୍ରୀୟ ଫୋର୍ସ ମୁତୟନ କରିବାକୁ ଦାବି କରିଥିଲେ।

ଅପରପକ୍ଷେ ଭିଡ଼ ହଟାଇବାକୁ ପୋଲିସ ଟିୟର ଗ୍ୟାସ ପ୍ରୟୋଗ କରିଥିବା ଜଣାପଡ଼ିଛି। ଅନ୍ୟଏକ ଘଟଣାକ୍ରମେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ପୂର୍ବତନ ନିର୍ଦ୍ଦେଶକ କେ. ରଜୋଙ୍କ ବାସଭବନ ଆଗରେ ମୁତୟନ ଥିବା ସୁରକ୍ଷାକର୍ମୀଙ୍କଠାରୁ ଦୁର୍ବୃତ୍ତମାନେ ୩ଟି ବନ୍ଧୁକ ଛଡ଼ାଇ ନେଇଥିବା ଜଣାପଡ଼ିଛି। ଇମ୍ଫାଲ ଥାନା ଅନ୍ତର୍ଗତ ସଗୋଲବନନ୍ଧ ବିଜୋୟ ଗୋବିନ୍ଦା ଅଞ୍ଚଳରେ ଏହି ଘଟଣା ଘଟିଥିବା ପୋଲିସ କହିଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର