Masthead

ପ୍ରଧାନମନ୍ତ୍ରୀଙ୍କ ଗସ୍ତ ସମୟରେ ଅଘଟଣ

ରାଇଘର (ବଡ଼ ଖବର ବ୍ୟୁରୋ): ପୋଲିସ ଇନଫର୍ମର୍ ସନ୍ଦେହରେ ତିନି ଜଣ ଗ୍ରାମବାସୀଙ୍କୁ ନକ୍ସଲ ହତ୍ୟା କରିଥିବା ଜଣାପଡିଛି । ଚାରି ଦିନ ପୂର୍ବରୁ ସେମାନଙ୍କୁ ନକ୍ସଲମାନେ ଘରୁ ଉଠାଇ ନେଇ ଯାଇଥିବା ବେଳେ ସମାନଙ୍କ ମୃତଦେହକୁ ଆଜି ଗାଁ ମୁଣ୍ଡରେ ଫିଙ୍ଗି ଦେଇ ଚାଲିଯାଇଛନ୍ତି । ଭଳି ଏକ ଘଟଣା ଘଟିଛି ଛତିଶଗଡ ଅନ୍ତର୍ଗତ କାଙ୍କେର ଜିଲ୍ଲା ଅନ୍ତର୍ଗତ ଛୋଟେବେଠିଆ ଥାନା ଅଂଚଳରେ । ଅପରପକ୍ଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଗସ୍ତ ପୂର୍ବରୁ କାଙ୍କେର ଜିଲ୍ଲାରେ ଏଭଳି ଘଟଣା ସମଗ୍ର ସୁରକ୍ଷା ବ୍ୟବସ୍ଥାକୁ ହଲଚଲ କରି ପକାଇଛି । ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ସୀମାନ୍ତ ଠାରୁ ପ୍ରାୟ ୬୦ କିଲୋମିଟର ଦୂରରେ ଅବସ୍ଥିତ ଛତିଶଗଡର କାଙ୍କେର ଜିଲ୍ଲା ଅନ୍ତର୍ଗତ ମୁର୍ଖେଣ୍ଡି ଗ୍ରାମର ତିନିଜଣ ବ୍ୟକ୍ତିଙ୍କୁ ଗତ ଚାରି ଦିନ ପୂର୍ବେ ନକ୍ସଲ ମାନେ ଗ୍ରାମରୁ ଉଠାଇ ନେଇଥିଲେ । ତେବେ ଗତ କାଲି ସନ୍ଧ୍ୟାରେ ସମାନଙ୍କୁ ହତ୍ୟା କରି ଗାଁ ମୁଣ୍ଡରେ ସେମାନଙ୍କ ମୃତଦେହ ଫିଙ୍ଗି ଦେଇ ଚାଲି ଯାଇଥିଲେ । ଗ୍ରାମବାସୀ ମାନେ ସମାନଙ୍କ ମୃତଦେହକୁ ଏକ ଟ୍ରାକ୍ଟର ସାହାଯ୍ୟରେ ଛୋଟେବେଠିଆ ଥାନା ପରିସରକୁ ନେଇ ଯାଇଥିଲେ । ପୋଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଥିବା ବେଳେ ଏ ନେଇ ଛୋଟେବେଠିଆ ଥାନାରେ ଏକ ମାମଲା ଋଜ୍ଜୁ ହୋଇଛି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ