Masthead

ମଦୁଆଙ୍କ ଆଡାସ୍ଥଳି ସାଜିଛି ସ୍କୁଲ

ଦଶପଲ୍ଲା(ବଡ଼ ଖବର ବ୍ୟୁରୋ): ଦଶପଲ୍ଲା ବ୍ଲକର ଅଳ୍ପଦୂରରେ ଅଛି ଏକ ପ୍ରାଥମିକ ବିଦ୍ୟାଳୟ । ଏହାର ଚତୁଃପାଶ୍ୱର୍ରେ ପାଚେରି ନଥିବାରୁ ସ୍କୁଲ ପରିବେଶ ପାଲଟିଛି ମଦୁଆଙ୍କ ଆଡ୍ଡାସ୍ଥଳୀ । କରୋନା ପାଇଁ ସ୍କୁଲ ବନ୍ଦ ରହିଛି । ୬-୭ ୱାର୍ଡର ନୂତନ ଭୋଟରକାର୍ଡ ସଂଯୋଗ ପାଇଁ ଏହି ସ୍କୁଲକୁ ସ୍ଥିର କରାଯାଇଛି । ମାତ୍ର ମଦୁଆଙ୍କ ବ୍ୟବହାର ଶିକ୍ଷକମାନଙ୍କୁ ଅତିଷ୍ଠ କରିଦେଉଛି । ଦଶପଲ୍ଲା ତହସିଲଦାର ତଥା ଏନ୍ଏସି କାର୍ୟ୍ୟନିର୍ବାହୀ ଅଧିକାରୀ ଅକ୍ଷୟ କୁମାର ଖେମୁଣ୍ଡିଙ୍କ ଦୃଷ୍ଟି ଆକର୍ଷଣ କରିବା ପରେ ସେ ମଧ୍ୟ ଦୁଃଖ ପ୍ରକାଶ କରିଥିଲେ । ଅବକାରୀ ଓ ପୋଲିସ ବିଭାଗର ନିରବତା ଯୋଗୁଁ ଦଶପଲ୍ଲା ଅଞ୍ଚଳରେ ଦିନକୁ ଦିନ ମଦୁଆ, ଗଞ୍ଜଡଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲଗିଛି । ଅଭିନବ ଉପାୟରେ ବହୁ ପାନ ଦୋକାନରେ ଗଞ୍ଜେଇ ସିଗାରେଟ ବିକ୍ରି ହେଉଛି । ବର୍ତ୍ତମାନର ଯୁବପିଢି ଏଭଳି ନିରାପଦ ଜାଗା ଆପଣେଇ ନିସା ସେବନ ଏବଂ ରାତିରେ ବିଭିନ୍ନ ଅନୈତିକ କାର୍ୟ୍ୟ କରୁଛନ୍ତି । ସ୍କୁଲଟି ୫୭ନମ୍ବର ଜାତୀୟ ରାଜପଥରକୁ ଲାଗିରହିଥିଲେ ମଧ୍ୟ ଏହି ସ୍କୁଲ ଉପରେ ପ୍ରଶାସନର ଦୃଷ୍ଟି ନପଡିବା ଚିନ୍ତାର ବିଷୟ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା