Masthead

ସ୍ୱାସ୍ଥ୍ୟକେନ୍ଦ୍ରକୁ ସରକାରୀ ମାନ୍ୟତା ଦାବିରେ ଭୋଟ ବର୍ଜନ ନିଷ୍ପତ୍ତି

ତିର୍ତ୍ତୋଲ(ବଡ଼ ଖବର ବ୍ୟୁରୋ): ସ୍ବାସ୍ଥ୍ୟ ସେବାକୁ ଦୃଷ୍ଟିରେ ରଖି ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକ ତେନ୍ତୁଳିପଦା ପଞ୍ଚାୟତର ସାରଳା ଦାସ ସମାଧିପୀଠ ମୁନି ଗୋସାଇଁ ମଠ ନିକଟରେ ସ୍ବାସ୍ଥ୍ୟକେନ୍ଦ୍ର ନିର୍ମାଣ ହୋଇଥିଲା। ଆଜକୁ ୪୨ ବର୍ଷ ହେବ ଏହି ସ୍ବାସ୍ଥ୍ୟକେନ୍ଦ୍ର ଘରୋଇ ଭାବେ ୧୫ଟି ମୌଜାର ରୋଗୀମାନେ ନିରନ୍ତର ସ୍ବାସ୍ଥ୍ୟସେବା ଯୋଗାଇ ଦେଇଆସୁଛି। କିନ୍ତୁ ଦୁଃଖର ବିଷୟ ସ୍ବାସ୍ଥ୍ୟକେନ୍ଦ୍ରରକୁ ସରକାରୀ ମାନ୍ୟତା ଏ ପର୍ୟ୍ୟନ୍ତ ମିଳି ପାରି ନାହିଁ। ନିଜସ୍ବ ସଂପତ୍ତି, ନିଜସ୍ଵ କୋଠାଘର, ସ୍ବାସ୍ଥ୍ୟ ଉପଯୋଗୀ ଉପକରଣ ଥାଇ ସୁଦ୍ଧା ଏହାକୁ ସରକାରୀ ମାନ୍ୟତାନ ମିଳିବା ଚିନ୍ତାର ବିଷୟ ପାଲଟିଛି।

ଏହି ସ୍ବାସ୍ଥ୍ୟକେନ୍ଦ୍ରକୁ ପ୍ରତ୍ୟେକ ଦିନ ୪୦ ରୁ ୫୦ ଜଣ ରୋଗୀ ଚିକତ୍ସିତ ହେବା ପାଇଁ ଆସୁଥିବା ବେଳେ ୧୩ ଗୋଟି ମୌଜାର ୧୫ ହଜାର ଜନସାଧାରଣ ସ୍ବାସ୍ଥ୍ୟକେନ୍ଦ୍ର ଉପରେ ନିର୍ଭର କରିଥାନ୍ତି। ସ୍ବାସ୍ଥ୍ୟକେନ୍ଦ୍ରକୁ ସରକାରଙ୍କ ତରଫରୁ ବାରମ୍ବାର ପରିଦର୍ଶନ ଓ ସ୍ବାସ୍ଥ୍ୟ ବିଭାଗର ନିର୍ଦ୍ଦେଶକଙ୍କ ସୁପାରିଷ କରାଯାଇଥିଲେ ମଧ୍ୟ ରାଜ୍ୟ ସରକାର ସରକାରୀ ମାନ୍ୟତା ଦେବାପାଇଁ ଅଦ୍ୟାବଧି କୈାଣସି କାର୍ୟ୍ୟାନୁଷ୍ଠାନ ଗ୍ରହଣ କରି ନାହାଁନ୍ତି। ତେଣୁ ଏନେଇ ସ୍ବାସ୍ଥ୍ୟ କେନ୍ଦ୍ର ସମ୍ମୁଖରେ ଶତାଧିକ ମହିଳା ଓ ପୁରୁଷମାନେ ଏକାଠି ହୋଇ ନାରାବାଜି କରିଛନ୍ତି । ଜନସାଧାରଣ ଆଗାମୀ ୨୦୨୪ ନିର୍ବାଚନରେ ଭୋଟ ବର୍ଜନ କରିବାକୁ ଦୃଢ ନିଷ୍ପତ୍ତି ନେଇଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ