Masthead

ଏକାଠି ହେଲେ ସୌମ୍ୟ-ଅନୁଭବ-ଗୟାଧର

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଏକାଠି ହେଲେ ସୌମ୍ୟ-ଅନୁଭବ-ଗୟାଧର । ବଦଳିବ କି ଖଣ୍ଡପଡ଼ା ସମୀକରଣ । ୩ ନେତାଙ୍କ ଏକାଠି ହେବା ରାଜନୀତିରେ ହଇଚଇ ସୃଷ୍ଟି କରିଛି । ଖଣ୍ଡପଡ଼ା ପାଇଁ ସ୍ୱାଭିମାନର ଲଢେଇ । ଖଣ୍ଡପଡ଼ାରେ ହୋଇଛି ମହାମେଣ୍ଡ । ଗୋଟିଏ ଛାତ ତଳେ ଏକାଠି ହୋଇଛନ୍ତି ବିଜେଡିରୁ ବହିଷ୍କୃତ ଖଣ୍ଡପଡା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ, ପୂର୍ବତନ ବିଧାୟକ ଅନୁଭବ ପଟ୍ଟନାୟକ ଓ ଗୟାଧର ପରିଡ଼ା । ସୋସିଆଲ୍ ମିଡିଆ ପ୍ଲାଟଫର୍ମ ଏକ୍ସରେ ଫଟୋ ସେୟାର କରିଛନ୍ତି ଅନୁଭବ ପଟ୍ଟନାୟକ। ଅନୁଭବ ଲେଖିଛନ୍ତି, ଖଣ୍ଡପଡା ସ୍ୱାଭିମାନ ପାଇଁ ଲଢ଼େଇ। ମହାମେଣ୍ଟ ବୋଲି ଉଲ୍ଲେଖ କରିଛନ୍ତି । ଏହା ସହିତ ଅନୁଭବ ଲେଖିଛନ୍ତି- ଆସନ୍ତୁ ଲଢ଼ିବା। ଶ୍ରେଷ୍ଠ ଖଣ୍ଡପଡ଼ା ଗଢ଼ିବା। ଆସନ୍ତୁ ଆମେ ସମସ୍ତେ ଏକାଠି ହେବା। ଗଞ୍ଜେଇ ବେପାରୀ, ହତ୍ୟା ଅଭିଯୁକ୍ତଙ୍କ ଧର୍ମପତ୍ନୀଙ୍କୁ ଖଣ୍ଡପଡ଼ାରେ ହରେଇ ଖଣ୍ଡପଡ଼ା ମାଟିର ଶିକ୍ଷିତ, ଯୋଗ୍ୟ ଯୁବକକୁ ଭୋଟ ଦେଇ ଖଣ୍ଡପଡ଼ା ମାଟିରେ ସୁଶାସନ ପ୍ରତିଷ୍ଠା କରିବା।

ଅନୁଭବଙ୍କ ଏହି ସୋଶାଲ ମିଡିଆ ପୋଷ୍ଟକୁ ନେଇ ଚର୍ଚ୍ଚା ଜୋର ଧରିଛି। କାରଣ ଅନୁଭବ ଓ ଗୟାଧର ପ୍ରତିଦ୍ୱନ୍ଦ୍ୱୀ ଥିଲେ। ଉଭୟ ଏଥର ଖଣ୍ଡପଡ଼ା ପାଇଁ ବିଜେଡିରୁ ଟିକେଟ ଆଶାୟୀ ଥିଲେ। ଟିକେଟ ନ ମିଳିବାରୁ ବିଜେଡି ଛାଡ଼ି ସ୍ୱାଧୀନ ପ୍ରାର୍ଥୀ ଭାବରେ ନାମାଙ୍କନ ଦାଖଲ କରିଛନ୍ତି ଅନୁଭବ ପଟ୍ଟନାୟକ। ସେ ୨୦୧୪ରେ ଖଣ୍ଡପଡ଼ାରୁ ବିଧାୟକ ଥିଲେ। ୨୦୧୯ରେ ତାଙ୍କ ବଦଳରେ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କୁ ପ୍ରାର୍ଥୀ କରିଥିଲା ବିଜେଡି। ଏହା ପରେ ସେ ପାଲଟି ଯାଇଥିଲେ ସୌମ୍ୟଙ୍କର ବିରୋଧୀ। ଗତ ୫ ବର୍ଷରେ ବିଭିନ୍ନ ସମୟରେ ସେ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କୁ ତୀବ୍ର ସମାଲୋଚନା କରିଥିଲେ।

ଆଉ ଏବେ ତାଙ୍କୁ ସୌମ୍ୟଙ୍କ ସହିତ ଦେଖି ସମସ୍ତେ ଆଶ୍ଚର୍ୟ୍ୟ ହୋଇଛନ୍ତି। ତୃଣମୂଳସ୍ତରରେ ଜଣେ ସଂଗଠକ ହେଉଛନ୍ତି ଗୟାଧର ପରିଡ଼ା। ପୂର୍ବରୁ ଭାପୁର ପଞ୍ଚାୟତ ସମିତି ଅଧ୍ୟକ୍ଷ ଥିଲେ ସେ। ଭାପୁର ବ୍ଳକ୍ ବିଜେଡି ସଭାପତି ଦାୟିତ୍ୱ ନିର୍ବାହ କରିଛନ୍ତି ସେ। ଏଭଳ ସ୍ଥିତିରେ ସୌମ୍ୟ, ଅନୁଭବ ଓ ଗୟାଧରଙ୍କ ଭେଟଘାଟ ଖଣ୍ଡପଡ଼ା ରାଜନୀତିକୁ ଉଷ୍ମ କରିଛି। ଖଣ୍ଡପଡ଼ାରେ ଅନୁଭବଙ୍କୁ ସୌମ୍ୟରଞ୍ଜନ ଓ ଗୟାଧରଙ୍କ ସମର୍ଥନ ମିଳୁଛି ନା ନାହିଁ, ତାହା ଆଗାମୀ ଦିନରେ ଜଣାପଡ଼ିବ। ଏହି ୩ନେତାଙ୍କୁ ଟିକେଟ ନମିଳିବା ପରେ ସ୍ୱାଧୀନ ଲଢିବେ ବୋଲି ନିଷ୍ପତ୍ତି ନେଇଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳିଗଲା ବିମାନ..ଚାଲିଗଲା ଜୀବନ, ଅଧାରେ ରହିଗଲା ଲଣ୍ଡନରେ ଯିବା ସ୍ବପ୍ନ 🔴 ଅହମ୍ମଦାବାଦରେ ବିମାନ ଦୁର୍ଘଟଣା, ୧୧୦ ଯାତ୍ରୀଙ୍କ ମୃତ୍ୟୁ ! 🔴 “ଅପରେସନ ହନିମୁନ”କୁ ମୁଖ୍ୟମନ୍ତ୍ରୀଙ୍କ ପୂର୍ଣସମର୍ଥନ! 🔴 ମୋହନ ସରକାରଙ୍କୁ ପୂରିଲା ବର୍ଷେ 🔴 ଆଜିଠୁ କମିବ ତାତି, ବଢ଼ିବ ବର୍ଷା 🔴 ସ୍ନାନପୂର୍ଣ୍ଣିମାରେ ଶ୍ରୀକ୍ଷେତ୍ରରେ ଗଡିଲା ମୁଣ୍ଡ 🔴 ମହାବାହୁଙ୍କ କ୍ଷଣିକ ଦର୍ଶନ ଖେଳାଇବ ଶିହରଣ 🔴 ‘୨୪ ବର୍ଷ ନୁହେଁ ୨୪ ମିନିଟ୍‌ ଯଥେଷ୍ଟ’ 🔴 ସରହଦରେ ରାସ୍ତା ପାଇଁ କଟା ଯିବ ଜଙ୍ଗଲ 🔴 ନବୀନଙ୍କୁ ନବରଙ୍ଗପୁର ଜିଲ୍ଲାରେ ଲାଗିଲା ଧକ୍କା 🔴 ଜଳିଗଲା ବିମାନ..ଚାଲିଗଲା ଜୀବନ, ଅଧାରେ ରହିଗଲା ଲଣ୍ଡନରେ ଯିବା ସ୍ବପ୍ନ 🔴 ଅହମ୍ମଦାବାଦରେ ବିମାନ ଦୁର୍ଘଟଣା, ୧୧୦ ଯାତ୍ରୀଙ୍କ ମୃତ୍ୟୁ ! 🔴 “ଅପରେସନ ହନିମୁନ”କୁ ମୁଖ୍ୟମନ୍ତ୍ରୀଙ୍କ ପୂର୍ଣସମର୍ଥନ! 🔴 ମୋହନ ସରକାରଙ୍କୁ ପୂରିଲା ବର୍ଷେ 🔴 ଆଜିଠୁ କମିବ ତାତି, ବଢ଼ିବ ବର୍ଷା 🔴 ସ୍ନାନପୂର୍ଣ୍ଣିମାରେ ଶ୍ରୀକ୍ଷେତ୍ରରେ ଗଡିଲା ମୁଣ୍ଡ 🔴 ମହାବାହୁଙ୍କ କ୍ଷଣିକ ଦର୍ଶନ ଖେଳାଇବ ଶିହରଣ 🔴 ‘୨୪ ବର୍ଷ ନୁହେଁ ୨୪ ମିନିଟ୍‌ ଯଥେଷ୍ଟ’ 🔴 ସରହଦରେ ରାସ୍ତା ପାଇଁ କଟା ଯିବ ଜଙ୍ଗଲ 🔴 ନବୀନଙ୍କୁ ନବରଙ୍ଗପୁର ଜିଲ୍ଲାରେ ଲାଗିଲା ଧକ୍କା