Masthead

ନୂଆବର୍ଷରେ ନୂଆ ଭେଟି

ନୂଆଦିଲ୍ଲୀ (ବଡ଼ କବର ବ୍ୟୁରୋ): ନୂଆବର୍ଷରେ ଦେଶକୁ ନୂଆ ଭେଟି । ଉପହାର ଦେବ ଇସ୍ରୋ । ଆରମ୍ଭ ହେବ ଆଉ ଏକ ଐତିହାସିକ ଅଭିଯାନ । ୨୦୨୪ର ପ୍ରଥମ ମିଶନ । ଆଜି ସକାଳ ୯ଟା ୧୦ରେ ଶ୍ରୀହରିକୋଟାସ୍ଥିତ ସତୀଶ ଧାୱନ ସ୍ପେଶ୍ ସେଣ୍ଟର ୧ନମ୍ବର ଲଞ୍ଚ ପ୍ୟାଡରୁ ଉତକ୍ଷେପଣ ହେବ ଭାରତର ପ୍ରଥମ ପୋଲାରିମେଟ୍ରି ମିଶନ୍ ଏକ୍ସପୋସାଟ୍ । ଏହାକୁ  PSLV-C 58  ରକେଟ ଲଞ୍ଚିଂର ପ୍ରାୟ ୨୨ ମିନିଟ ପରେ ପୃଥିବୀ ପୃଷ୍ଠରୁ ପ୍ରାୟ ୬୫୦ କିଲୋମିଟର ଉଚ୍ଚତାରେ ପୃଥିବୀ କକ୍ଷପଥରେ ଅବସ୍ଥାପିତ କରିବ ।

ପୃଥିବୀ ଚାରିପଟେ ବୁଲି ବୁଲି ବିଶ୍ବବ୍ରହ୍ମାଣ୍ଡର ରହସ୍ୟ ଭେଦିବାକୁ ଚେଷ୍ଟା କରିବ ଏକ୍ସପୋସାଟ୍ ବା ଏକ୍ସ-ରେ ପୋଲାରିମିଟର ସାଟେଲାଇଟ୍ । ୫ ବର୍ଷ ଧରି ବ୍ଲାକ ହୋଲ ସମ୍ପର୍କରେ ସଂଗ୍ରହ କରିବ ତଥ୍ୟ । ଯଦି ଭାରତର ଏହି ମିଶନ ସଫଳ ହୁଏ, ତାହେଲେ ବିଶ୍ୱର ଦ୍ୱିତୀୟ ଦେଶ ଭାବେ ଭାରତ ନକ୍ଷତ୍ରଙ୍କ ସମ୍ପର୍କରେ ଅତ୍ୟାଧୁନିକ ପର୍ଯ୍ୟବେକ୍ଷଣ ସ୍ଥାପନର କରିବାରେ ସଫଳ ହେବ । ଏଥିରେ ବିଭିନ୍ନ ଉଜ୍ଜ୍ୱଳ ବହିର୍ଜାଗତିକ ବସ୍ତୁର ଏକ୍ସ-ରେ ଉତ୍ସ ସମ୍ପକରେ ସୂଚନା ଦେବାରେ ସହାୟକ ହେବ । ବିଶେଷ କରି ବ୍ଲାକ ହୋଲ, ନ୍ୟୁଟ୍ରନ ଷ୍ଟାର ସମ୍ପର୍କରେ ଅନୁଧ୍ୟାନ କରିବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ