Masthead

ଆସିବ ନୂଆ ଗାଇଡଲାଇନ !

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଗୁରୁବାର ଆସିବ ନୂଆ ଗାଇଡଲାଇନ । ଆଂଶିକ ଲକଡାଉନ୍ ସରିବାକୁ ଆଉ ମାତ୍ର ଗୋଟିଏ ଦିନ ରହିଲା । । ଗୁରୁବାର ରାଜ୍ୟ ସରକାର ଘୋଷଣା କରିବେ ନୂଆ ଗାଇଡଲାଇନ୍ । ତେବେ କ’ଣ ହେବ ନୂଆ ଗାଇଡଲାଇନ । କ’ଣ ଖୋଲିବ, କ’ଣ ବନ୍ଦ ରହିବ । ଅନଲକ୍ ହୋଇପାରେ ୨୫ ଜିଲ୍ଲା। ରାଜ୍ୟରେ କରୋନା ସଂକ୍ରମଣ କମିଥିଲେ ବି ଖୋର୍ଦ୍ଧା, କଟକ, ବାଲେଶ୍ବର, ମୟୁରଭଞ୍ଜ ଓ ପୁରୀ ସ୍ଥିତି ଏବେ ଚିନ୍ତା ଜନକ ରହିଛି । ପୁରୀ, କଟକ ଓ ଖୋର୍ଦ୍ଧା ଜିଲ୍ଲାରେ ସଂକ୍ରମଣ କମୁନଥିବାରୁ ସରକାରଙ୍କ ଫୋକସରେ ରହିଛି ଏହି ଜିଲ୍ଲା ।

ସେହିଭଳି ବାଲେଶ୍ବର ଓ ମୟୁରଭଞ୍ଜରେ ପଜିଟିଭିଟି ରେଟ୍ ଅଧିକ ରହୁଥିବାରୁ ଏହି ଦୁଇ ଜିଲ୍ଲାରେ ବଳବତ୍ତର ରହିପାରେ କଟକଣା । ଗଲା ୧୪ ଦିନ ଭିତରେ ରାଜ୍ୟରେ ଦୈନିକ ସଂକ୍ରମଣ ଢ଼େର୍ କମିଛି । ଜୁଲାଇ ୧ରେ ପଜିଟିଭିଟି ରେଟ୍ ୪.୧୭ ଥିବା ବେଳେ ୧୪ ତାରିଖ ବେଳକୁ ଏହା ହ୍ରାସ ପାଇ ୨.୯୯ ପ୍ରତିଶତରେ ପହଞ୍ଚିଛି । ପୂର୍ବଭଳି ଏସବୁ ଜିଲ୍ଲାରେ ସପ୍ତାହାନ୍ତ ସଟଡାଉନ୍, ନାଇଟ୍ କର୍ଫ୍ୟୁ ବଳବତ୍ତର ରହିପାରେ । ଦୋକାନ ଖୋଲିବା ସମୟକୁ ଆଉ ଟିକେ ବଢ଼ାଇପାରନ୍ତି ସରକାର । କେସ୍ ଲୋଡ୍, ପଜିଟିଭ୍ ରେଟ୍, କୋଭିଡ୍ ଗାଇଡ୍ଲାଇନ୍ ଅନୁପାଳନକୁ ନଜରରେ ରଖି ଅନଲକ୍ ସମ୍ପର୍କରେ ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ । ପଜିଟିଭିଟି ରେଟ୍ ୫ପ୍ରତିଶତ ତଳେ ଥିବା ଜିଲ୍ଲାଗୁଡ଼ିକରେ ମଲ, ପାର୍ଲର, ସ୍ପା, ସାଲୁନ୍, ଜିମ୍, ସୁଇମିଂ ପୁଲ ଓ ବସ୍ ଚଳାଚଳକୁ କୋଭିଡ୍ କଟକଣା ସହ ଖୋଲିବାକୁ ଅନୁମତି ଦେଇପାରନ୍ତି ସରକାର ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା