Masthead

ଖୋଲିଲା ଅସ୍ଥାୟୀ ରାସ୍ତା

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): କଟକ ଓ ଭୁବନେଶ୍ୱର ମଧ୍ୟ ସ୍ଥଳକୁ ସଂଯୋଗ କରୁଥିବା କୁଆଖାଇ ନଦୀରେ ଦୀର୍ଘ ପାଞ୍ଚମାସ ପରେ ଖୋଲିଛି ଅସ୍ଥାୟୀ ରାସ୍ତା (ଫେୟାର ୱେଦର ରୋଡ଼) । ବାରଙ୍ଗ ବ୍ଲକର ୧୬ଟି, ଭୁବନେଶ୍ୱର ବ୍ଲକର ୧୦ଟି ଏବଂ କଟକ ସମେତ ଭୁବନେଶ୍ୱର ମହାନଗର ଅଞ୍ଚଳରେ ବସବାସ କରୁଥିବା ଲୋକେ ଏହି ରାସ୍ତା ଦେଇ ଖୁବ କମ ଦୂରତା ମଧ୍ୟରେ ଯାତାୟାତ କରିପାରିବେ । ବହୁ ବର୍ଷ ପୂର୍ବେ କୁଆଖାଇ ନଦୀରେ ବନ୍ୟାଜଳ ଆସିବାରୁ ପ୍ରତାପନଗରୀ ଗାଁ ମୁଣ୍ଡରେ ଏକ ଡ଼ଙ୍ଗାଘାଟ କରାଯାଇଥିଲା ।

ସେହିଦିନଠାରୁ ଉକ୍ତ ଡ଼ଙ୍ଗାଘାଟରେ ଡଙ୍ଗା ମାଧ୍ୟମରେ ଲୋକେ ଏପଟରୁ ସେପଟକୁ ଯାତାୟାତ କରୁଥିଲେ। ଦୀର୍ଘ ବର୍ଷ ଧରି ଅଞ୍ଚଳବାସୀଙ୍କ ଦାବିକୁ ଗ୍ରହଣ କରି ରାଜ୍ୟ ସରକାର ଉକ୍ତ ଡଙ୍ଗାଘାଟ ନିକଟରେ ୨୫ କୋଟି ଟଙ୍କା ବ୍ୟୟବରାଦରେ ନୂତନ ପୋଲକାର୍ୟ୍ୟ କଛପ ଗତିରେ ଚାଲୁଥିବାରୁ ଅଞ୍ଚଳବାସୀ ଅସନ୍ତୋଷ ଜାହିର କରିଛନ୍ତି । ସେପଟେ ଉକ୍ତ ଘାଟଦେଇ ଯାତାୟାତ କରୁଥିବା ଲୋକେ ଚଳିତ ବର୍ଷ କୁଆଖାଇ ନଦୀରେ ବନ୍ୟାଜଳ ଆସିବାରୁ ନଦୀକୁ ଜୁନ ମାସ ଅଧାରୁ ବନ୍ଦ କରିବାକୁ ପଡିଥିଲା ।

ବର୍ତ୍ତମାନ ବନ୍ୟାଜଳ ଶୁଖିଯିବାରୁ ସେଠାରେ ଅସ୍ଥାୟୀ ରାସ୍ତା କରାଯାଇ ଥିବାରୁ ଅଞ୍ଚଳବାସୀ ଖୁସିବ୍ୟକ୍ତ କରିଛନ୍ତି । ଗତକାଲି ସନ୍ଧ୍ୟାରେ ଫେରାଦ ରାସ୍ତାର ସମସ୍ତ କାର୍ୟ୍ୟ ଶେଷ ହେବାପରେ ପ୍ରତାପ କ୍ଲବ ପ୍ରତାପନଗରୀର ପୂର୍ବତନ କ୍ରୀଡ଼ାବିତ ରୋହିତ କୁମାର ସ୍ୱାଇଁ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଅସ୍ଥାୟୀ ରାସ୍ତାକୁ ଆନୁଷ୍ଠାନିକ ଭାବରେ ଉଦଘାଟନ କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ