Before Header

ପୋଲିସ କମାଣ୍ଡ ବ୍ୟବସ୍ଥା ଠିକ ନାହିଁ: ଜୟନାରାୟଣ ମିଶ୍ର

0 29

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଆଇନ ବିଭାଗ ଓ ୫ଟିକୁ ବିରୋଧୀ ଦଳ ନେତାଙ୍କ ନିଶାନା । ଖର୍ଚ୍ଚ ଦାବି ଆଲୋଚନା ବେଳେ ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ରଙ୍କ ବିବୃତ୍ତି । କହିଛନ୍ତି ଝାରସୁଗୁଡା ପାଲଟିଛି କ୍ରାଇମ ସେଣ୍ଟର । ନବ ଦାସଙ୍କ ହତ୍ୟାକାଣ୍ଡର କାରଣ ବର୍ତ୍ତମାନ ସୁଦ୍ଧା ହି ଜଣା ପଡ଼ିଲାନି । ଓଡ଼ିଶା ପୋଲିସ ଗୋପାଳକୁ ପାଗଳ ସଜେଇବା ପାଇଁ ଏତେ ବ୍ୟସ୍ତ କାହିଁକି । ନବ ଦାସ ସେଠି ମୃତ୍ୟୁ ବରଣ କରିଥିଲେ ତା ପରେ ଏତେ ନାଟକ କରିବାର କଣ ଦରକାର ଥିଲା । ଯେଉଁଟା ଡ଼ିଫେନ୍ସ ଲୟରକୁ କୋର୍ଟକୁ ସୁବିଧା ହେବ ।

କ୍ରାଇମବ୍ରାଞ୍ଚ ଆଇ ମା କାହାଣୀ କହିଲା ଭଳି ଅନେକ ଷ୍ଟୋରୀ କହୁଛି । କେତେ ଦିନ ଭିତରେ ନବ ଦାସ ହତ୍ୟାକାଣ୍ଡର କାରଣ ଜଣା ପଡିବ ଗୃହରେ ମୁଖ୍ୟମନ୍ତ୍ରୀ ଉତ୍ତର ରଖିବେ। ଆପଣ ୫-ଟି କଥା କହୁଛନ୍ତି ତେଣୁ ଆମକୁ ସମୟ ଦିଅନ୍ତୁ କେତେ ଦିନ ଭିତରେ ତଦନ୍ତ ଶେଷ ହେବ। ଏହା ସହ ମମିତା ମେହେର, ମାହାଙ୍ଗା ଡବଲ ମର୍ଡର, ତିର୍ତ୍ତୋଳ ବିଧାୟକ ଝିଅଙ୍କୁ ପ୍ରତାରଣା କରିବା କେସ କାହିଁକି ରଖା ଗଲା ନାହିଁ । ଗୃହରେ ମୁଖ୍ୟମନ୍ତ୍ରୀ ଉତ୍ତର ରଖନ୍ତୁ ବୋଲି କହିଲେ ବିରୋଧୀ ଦଳ ନେତା । ଓଡ଼ିଶା ପୋଲିସକୁ ରାଜନୈତିକ ଉଦ୍ଦେଶ୍ୟରେ ବ୍ୟବହାର କରାଯାଉଛି ।

ପୋଲିସର ଆଉ ନିରପେକ୍ଷତା ନାହିଁ । ବୁଥ କ୍ୟାପଚର କରିବା , ଶାସକ ଦଳ ପାଇଁ ଭୋଟ ଯୋଗାଡ଼ କରିବା ଭଳି କାମ କରୁଛି ପୋଲିସ । ପୋଲିସ କମାଣ୍ଡ ବ୍ୟବସ୍ଥା ଠିକ ନାହିଁ । କେହି କାହା ଶୁଣୁ ନାହାନ୍ତି । ଶୃଙ୍ଖଳା ନାହିଁ । ଭିଜିଲାନ୍ସ କେସ ଗୁଡିକ ବର୍ଷ ବର୍ଷ ଧରି ପଡି ରହିଛି । ଦୁଇ ବର୍ଷ ରୁ ଅଧିକ ସମୟ ଧରି କେତେ କେସ ପଡି ରହିଛି ମୁଖ୍ୟମନ୍ତ୍ରୀ ଗୃହରେ କୁହନ୍ତୁ । ଓକିଲ ମାନଙ୍କ ଉପରେ ଅତ୍ୟାଚାର କଲା ପୋଲିସ। ସେହିଭଳି ଆନ୍ଦୋଳନ କରୁଥିବା ଯୁବ ମୋର୍ଚ୍ଚା କର୍ମୀଙ୍କ ଉପରେ ପୋଲିସ ଅତ୍ୟାଚାର କରିବା କେତେଦୂର ଯୁକ୍ତି ଯୁକ୍ତ ମୁଖ୍ୟମନ୍ତ୍ରୀ ଗୃହରେ ସ୍ପଷ୍ଟ କରିବେ ବୋଲି ମୋର ଆଶା ।

ଗୋଟିଏ ସରକାରର ପ୍ରାଥମିକ ଦାୟିତ୍ବ ଧନ ଜୀବନ ରକ୍ଷା କରିବା । ଜାତୀୟ ହାରରେ ୪.୩ ଗୃହ ବିଭାଗ ପାଇଁ ଖର୍ଚ୍ଚ ହେଉଥିବା ବେଳେ ଓଡ଼ିଶାରେ ଏହା ୨.୧ ପ୍ରତିଶତ । ପୋଲିସ ସଙ୍ଘ ମୋତେ ସମାଲୋଚନା କଲା ବେଳେ କହିଥିଲା କିନ୍ତୁ ପ୍ରଶ୍ନ ସେମାନେ ୨୪ ଘଣ୍ଟା କହିଁକି ଡ୍ୟୁଟି କରୁଛି । ପୋଲିସ ଏନକାଉଣ୍ଟରରେ କେତେ ଲୋକ ମଲେ ତାହା ଶ୍ୱତ ପତ୍ର ରେ ନାହିଁ ।

ପୋଲିସ ଆଧୁନିକ କରଣରେ ୨୦୨୦-୨୧ ରେ ଟଙ୍କା ଟେ ବି ଖର୍ଚ୍ଚ ହୋଇନି । ୨୦୦୩ ଶ୍ୟାମ ସୁନ୍ଦର କେଡ଼ିଆଙ୍କୁ ତାଙ୍କ ଘର ସାମ୍ନାରେ କାନ୍ତା ଦାସ ହତ୍ୟା କଲେ । କାନ୍ତା ଦାସ ଙ୍କୁ କୋର୍ଟ ଗଲା ବେଳେ ତାଙ୍କ ମାରି ଦିଆଗଲା । ଆଉ ତାଙ୍କୁ ଯିଏ ମାରିଲା ତାଙ୍କୁ ପୋଲିସ ଏନକାଉଣ୍ଟର କରି ମାରିଦେଲା । କିନ୍ତୁ ଘଟଣା ର କାରଣ ସାମ୍ନା କୁ ଆସିଲା ନାହିଁ ।

Leave A Reply

Your email address will not be published.