Masthead

ଏଲପିଜି ସିଲିଣ୍ଡର ଉପରେ ଲାଗୁ ହେଉଛି ଏହି ନିୟମ: ଜାଣନ୍ତୁ କ’ଣ ସେଗୁଡ଼ିକ

ନୂଆଦିଲ୍ଲୀ, (ବଡ଼ ଖବର ବ୍ୟୁରୋ): ଏଲପିଜି ଡେଲିଭରି ପାଇଁ ଦରକାର ୱାନ ଟାଇମ ପାସୱାର୍ଡ । ଗ୍ୟାସ ସିଲିଣ୍ଡର ଚୋରି ରୋକିବା ପାଇଁ ଜାରି କରାଯାଇଛି ନୂଆ ନିୟମ । ଏଥର ଏଲପିଜି ସିଲିଣ୍ଡର ପାଇଁ ଗ୍ରାହକମାନଙ୍କୁ ୱାନ ଟାଇମ ପାସୱାର୍ଡ ବା ଓଟିପି ଦେବାକୁ ପଡ଼ିବ । ତୈଳ କମ୍ପାନୀଗୁଡ଼ିକ ଏହି ନୂଆ ବ୍ୟବସ୍ଥା କାର୍ଯ୍ୟକାରୀ କରିଛନ୍ତି । ଏହି ନୂଆ ସିଷ୍ଟମ ଡେଲିଭରି ଅଥେଣ୍ଟିକେଶନ କୋଡ୍ ବା ବିତରଣ ପ୍ରାମାଣିକୀକରଣ କୋଡ୍ ଭାବରେ ଜଣାଶୁଣା ।
ଏହି ନୂତନ ସିଷ୍ଟମ ଅନୁସାରେ ଗ୍ରାହକମାନେ ସେମାନଙ୍କ ମୋବାଇଲ ନମ୍ବରକୁ ଗ୍ୟାସ ଏଜେନ୍ସି ସହିତ ଅପଡେଟ୍ କରାଇବା ଜରୁରୀ । ଏଲପିଜି ଗ୍ୟାସ ଡେଲିଭରି ସମୟରେ ଗ୍ରାହକଙ୍କ ପଞ୍ଜୀକୃତ ମୋବାଇଲ ନମ୍ବରକୁ ଏକ କୋଡ୍ ପଠାଯିବ । ଏହି କୋଡ୍ ଡେଲିଭରି ବୟଙ୍କୁ ଦେଖାଇ ସେମାନଙ୍କ ଗ୍ୟାସ ସିଲିଣ୍ଡର ନେଇପାରିବେ । ଏଥିପାଇଁ ଗ୍ରାହକମାନଙ୍କୁ ତାଙ୍କ ଠିକଣାକୁ ଗ୍ୟାସ ଏଜେନ୍ସି ସହିତ ଅପଡେଟ୍ କରିବାକୁ ପଡ଼ିବ । ଏହି ବ୍ୟବସ୍ଥା ସମ୍ପର୍କରେ ତୈଳ କମ୍ପାନୀଗୁଡ଼ିକ କହିଛନ୍ତି, ବ୍ୟବସାୟିକ ଏଲପିଜି ସିଲିଣ୍ଡର ପାଇଁ ଡିଏସିର କୌଣସି ଆବଶ୍ୟକତା ପଡ଼ିବନି । ୨୦୩୦ ସୁଦ୍ଧା ଏଲପିଜି ସିଲିଣ୍ଡର ମାମଲାରେ ଭାରତ ଚୀନକୁ ପଛରେ ପକାଇଦେବ ବୋଲି ଉଡ୍ ମାକେଞ୍ଜି ପକ୍ଷରୁ କୁହାଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା